ପୁଣି ଶୁକ୍ରବାର ମସଜିଦରେ ଘଟିଲା ଭୟଙ୍କର ବିସ୍ଫୋରଣ

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ନଙ୍ଗାରହାର ପ୍ରଦେଶରେ ଥିବା ଗୋଟିଏ ମସଜିଦରେ ବିସ୍ଫୋରଣ ହୋଇଛି। ଆଜି ଶୁକ୍ରବାର ପାଇଁ ମସଜିଦରେ ପ୍ରାର୍ଥନା ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ଏଥିରେ ଏଯାଏ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିବା ଖବର ମିଳିଛି। କିନ୍ତୁ ବିସ୍ଫୋରଣ ଅତ୍ୟନ୍ତ ବଡ଼ଧରଣର ଥିବାରୁ ଆଗକୁ ମୃତାହତ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଶୁକ୍ରବାର ନମାଜ ପାଠ ବେଳେ ଆଫଗାନର ଅନେକ […]

masjid

Hemant Lenka
  • Published: Friday, 12 November 2021
  • , Updated: 12 November 2021, 05:57 PM IST

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ନଙ୍ଗାରହାର ପ୍ରଦେଶରେ ଥିବା ଗୋଟିଏ ମସଜିଦରେ ବିସ୍ଫୋରଣ ହୋଇଛି। ଆଜି ଶୁକ୍ରବାର ପାଇଁ ମସଜିଦରେ ପ୍ରାର୍ଥନା ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ଏଥିରେ ଏଯାଏ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିବା ଖବର ମିଳିଛି।

କିନ୍ତୁ ବିସ୍ଫୋରଣ ଅତ୍ୟନ୍ତ ବଡ଼ଧରଣର ଥିବାରୁ ଆଗକୁ ମୃତାହତ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଶୁକ୍ରବାର ନମାଜ ପାଠ ବେଳେ ଆଫଗାନର ଅନେକ ମସଜିଦରେ ବିସ୍ଫୋରଣ ଘଟିବାର ନଜିର ରହିଛି। ଶୁକ୍ରବାର ପାଇଁ ମସଜିଦରେ ଭିଡ଼ ହେଉଥିବାରୁ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ବାରମ୍ବାର ଏପରି ହମଲା କରୁଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସ୍ପିନ ଘର ଜିଲ୍ଲାରେ ଥିବା ମସଜିଦରେ ଏପରି ହମଲା ହୋଇଛି। ଏହି ଅଞ୍ଚଳଟି ତାଲିବାନ ଆଫଗାନକୁ ଦଖଲ କରିବା ପୂର୍ବରୁ ଇସଲାମିକ ଷ୍ଟେଟର ଆତଙ୍କୀ ଗଡ଼ ଭାବେ ପରିଚିତ ଥିଲା। ତେଣୁ ଇସଲାମିକ ଷ୍ଟେଟ ପକ୍ଷରୁ ହିଁ ଆଜି ମସଜିଦରେ ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ବିସ୍ଫୋରଣ ବେଳେ ଶତାଧିକ ଲୋକ ମସଜିଦ ଭିତରେ ସମୂହ ନମାଜ ପାଠ କରୁଥିଲେ। ଏହି ସମୟରେ ହଠାତ୍ ବଡ଼ଧରଣର ବିସ୍ଫୋରଣ ହୋଇଥିଲା।

ସ୍ଥାନୀୟ ଅଞ୍ଚଳରେ ରହୁଥିବା ୱାଲ୍ଲି ମହମ୍ମଦ କହିଛନ୍ତି, ଇମାମଙ୍କ ଲାଉଡସ୍ପିକର ମଧ୍ୟରେ ବିସ୍ଫୋରଣ ପାଇଁ ବୋମା ଖଞ୍ଜା ଯାଇଥିଲା। ଯେତେବେଳେ ଆଜାନ ପାଇଁ ଲାଉଡସ୍ପିକରକୁ ଅନ୍‌ କରାଗଲା ସେତେବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାଥମିକ ଅବସ୍ଥାରେ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ସମୟ ୧.୩୦ରେ ଏପରି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଇମାମଙ୍କ ମୃତ୍ୟୁ ଘଟିଥିବା ମହମ୍ମଦ ଆଶଙ୍କା କରିଛନ୍ତି। ବିସ୍ଫୋରଣ ସମ୍ପର୍କରେ ଖବର ପାଇ ତାଲିବାନର ସ୍ୱତନ୍ତ୍ର ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ସୁରକ୍ଷା ବ୍ୟବସ୍ଥାକୁ କଡ଼ିକଡ଼ି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, ଏହାପୂର୍ବରୁ କାବୁଲରେ ଥିବା ମିଲିଟାରୀ ହସ୍ପିଟାଲରେ ହୋଇଥିବା ଆତଙ୍କୀ ହମଲାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦୁଇଟି ଶୁକ୍ରବାରରେ ସଂଖ୍ୟାଲଜୁ ହାଜରା ସଂପ୍ରଦାୟକଙ୍କୁ ଟାର୍ଗେଟ କରି ମସଜିଦରେ ବିସ୍ଫୋରଣ କରାଯାଇଥିଲା। ଏଥିରେ ୧୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

Related story