Advertisment

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୪୬ ମୃତ, ୭୦୦ ଆହତ

ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଦେଶର ମୁଖ୍ୟ ସହର ଜାଭା ଦ୍ୱୀପରେ ଏହି କମ୍ପନ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଛି। ଏଥିରେ୪୬ ଜଣଙ୍କର ମୃତ୍ୟୁ ଘଟିଛି। ୭୦୦ ଜଣ ଆହତ ହୋଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟରେ ବହୁ ଘରଦ୍ୱାର ଭାଙ୍ଗି ପଡ଼ିଛି। ରାସ୍ତାଘାଟ ମଧ୍ୟ  ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ ଅଫିସ ଭୁଶୁଡ଼ି ପଡ଼ିଥିବାରୁ ବହୁ ଲୋକେ ଭିତରେ ଫସି ରହିଛନ୍ତି। ସିଆଞ୍ଜୁର […]

ଅଦ୍ୟତନ ହୋଇଛି
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୪୬ ମୃତ, ୭୦୦ ଆହତ

890

Advertisment

ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଦେଶର ମୁଖ୍ୟ ସହର ଜାଭା ଦ୍ୱୀପରେ ଏହି କମ୍ପନ ହୋଇଛି। ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୫.୬ ରେକର୍ଡ଼ କରାଯାଇଛି। ଏଥିରେ୪୬ ଜଣଙ୍କର ମୃତ୍ୟୁ ଘଟିଛି। ୭୦୦ ଜଣ ଆହତ ହୋଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟରେ ବହୁ ଘରଦ୍ୱାର ଭାଙ୍ଗି ପଡ଼ିଛି। ରାସ୍ତାଘାଟ ମଧ୍ୟ  ବ୍ୟାପକ କ୍ଷିୟକ୍ଷତି ଘଟିଛି। ଅନେକ କୋଠା ଓ ଅଫିସ ଭୁଶୁଡ଼ି ପଡ଼ିଥିବାରୁ ବହୁ ଲୋକେ ଭିତରେ ଫସି ରହିଛନ୍ତି। ସିଆଞ୍ଜୁର ପ୍ରଶାସନର ମୁଖ୍ୟ  ହର୍ମାନସୁହେମାନ କହିଛନ୍ତି ଯେ, ମୁଁ ବର୍ତ୍ତମାନ ପାଇଥିବା ସୂଚନା ଅନୁଯାୟୀ,  କେବଳ ଡାକ୍ତରଖାନାରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ଅତି କମରେ ୭୦୦ ଲୋକେ ଚିକିତ୍ସିତ ହେଉଛନ୍ତି।

Advertisment

ଧ୍ୱଂଶବିଧ୍ୱସ୍ତ ହୋଇପଡ଼ିତିବା କୋଠା ଭିତରେ ଅନେକ ଫସି ରହିଛନ୍ତି।  ଇଏ ହେଉଛି ଗୋଟିଏ ହସପିଟାଲର ଚିତ୍ର ମାତ୍ର । ସିଆଞ୍ଜୁର ଆହୁରି ୪ଟି ହସପିଟାଲ ରହିଛି।  ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି।
https://twitter.com/gchahal/status/1594611651046952960?s=20&t=xRdP3immiYebSAOL9iD8gQ

ସୋମବାର ଜାକର୍ତ୍ତାଠାରୁ ୭୫ କିମି ଦୂର  ଦକ୍ଷିଣରେ ଅବସ୍ଥିତ ସିଆଞ୍ଜୁର ଭୂକମ୍ପର କେନ୍ଦ୍ରସ୍ଥଳ ଜଣାପଡ଼ିଛି। ତେବେ ସୁନାମି ଆଶଙ୍କା ନଥିବା ପାଣିପାଗ ଏବଂ ଜିଓଫିଜିକ୍ସ ଏଜେନ୍ସି ପକ୍ଷରୁ କୂହାଯାଇଛି। ଏକ ବିବୃତ୍ତିରେ ଜାତୀୟ ବିପର୍ଯ୍ୟୟ ଏଜେନ୍ସି କହିଛି ଯେ, ଏହି ଅଞ୍ଚଳର ଅନେକ ଘର ଏବଂ ଏକ ଇସଲାମିକ୍ ବୋର୍ଡିଂ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମ ମେଟ୍ରୋ ଟିଭିର ଫୁଟେଜରୁ ଜଣାପଡିଛି ଯେ, ସିଆଞ୍ଜୁରରର କିଛି ଅଟ୍ଟାଳିକା ସମ୍ପୁର୍ଣ୍ଣ ଭାବରେ ଧୂଳିସାତ୍ ହୋଇଯାଇଛି। ଲୋକେ ଭୟରେ ବାହାରକୁ ଆସି ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ସିଆନଜୁରରେ ମୁଚଲିସ୍ ନାମକ ଜଣେ ବ୍ୟକ୍ତି  କହିଛନ୍ତି ଯେ, ସେ ଏକ ବିରାଟ କମ୍ପନ ଅନୁଭବ କରିଥିଲେ।  ଏଥିରେ ତାଙ୍କ କାର୍ଯ୍ୟାଳୟ କୋଠାର କାନ୍ଥ ଓ ଛାତ ନଷ୍ଟ ହୋଇଯାଇଛି। ମେଟ୍ରୋ ଟିଭିକୁ ମୁଚଲିସ୍ କହିଛନ୍ତି ଯେ, ଭୂକମ୍ପ ଯୋଗୁ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଆଉ ଏକ ଭୂକମ୍ପ ହେବ ବୋଲି ମୁଁ ଆଶଙ୍କା କରୁଛି। ଭୂକମ୍ପ ପରେ ୨୫ଟି ପ୍ରଭାବିତ ଅଞ୍ଚଳ ରେକର୍ଡ କରାଯାଇ ଥିବା କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe