Advertisment

ପାକିସ୍ତାନରେ ଆତ୍ମଘାତୀ ହମଲା: ୫୬ ମୃତ, ୨୦୦ ଆହତ

ପେଶାୱର: ପାକିସ୍ତାନର ପେଶାୱରରେ ଶୁକ୍ରବାର ଏକ ମସଜିଦରେ ଆତ୍ମଘାତୀ ହମଲା ହୋଇଛି। ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦୦ ଲୋକେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ବିସ୍ଫୋରଣ ପେଶାୱରର କୋଚା ରିସାଲଦାର ଅଞ୍ଚଳର କିସା ଖ୍ୱାନୀ ବଜାରରେ ଥିବା ଏକ ଶିଆ ମସଜିଦରେ ଘଟିଛି। ଏହି ହମଲା ସମୟରେ ମସଜିଦରେ ପାଖାପାଖି ୧୫୦ ଲୋକ ଥିଲେ। ପେଶାୱର ପୁଲିସ ଅନୁସାରେ […]

author-image
Ranjit Kumar Jena
ପାକିସ୍ତାନରେ ଆତ୍ମଘାତୀ ହମଲା: ୫୬ ମୃତ, ୨୦୦ ଆହତ

pakistan

ପେଶାୱର: ପାକିସ୍ତାନର ପେଶାୱରରେ ଶୁକ୍ରବାର ଏକ ମସଜିଦରେ ଆତ୍ମଘାତୀ ହମଲା ହୋଇଛି। ଏହି ଭୟଙ୍କର ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦୦ ଲୋକେ ଆହତ ହୋଇଥିବା ଜଣାପଡ଼ିଛି। ତେବେ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ବିସ୍ଫୋରଣ ପେଶାୱରର କୋଚା ରିସାଲଦାର ଅଞ୍ଚଳର କିସା ଖ୍ୱାନୀ ବଜାରରେ ଥିବା ଏକ ଶିଆ ମସଜିଦରେ ଘଟିଛି। ଏହି ହମଲା ସମୟରେ ମସଜିଦରେ ପାଖାପାଖି ୧୫୦ ଲୋକ ଥିଲେ।

Advertisment

ପେଶାୱର ପୁଲିସ ଅନୁସାରେ ସହରର କିସା ଖ୍ୱାନୀ ବଜାରରେ ଦୁଇ ଆକ୍ରମଣକାରୀ ମସଜିଦରୋ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ। ସନ୍ଦେହ ହେବାରୁ ପୁଲିସ୍ ସେମାନଙ୍କୁ ରୋକିବାକୁ ଚାହିଁଥିଲା। କିନ୍ତୁ ଦୁଇ ଆକ୍ରମଣକାରୀ ପୁଲିସକର୍ମୀଙ୍କ ଉପରକୁ ଘନଘନ ଫାୟାରିଂ କରିଥିଲେ। ଫଳରେ ଘଟଣାସ୍ଥଳରେ ଜଣେ ପୁଲିସ୍ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଜଣେ ଆକ୍ରମଣକାରୀ ମଧ୍ୟ ପୁଲିସ୍ ଗୁଳିରେ ନିହତ ହୋଇଛି। ଫାୟାରିଂରେ ଆଉ ଜଣେ ପୁଲିସ୍ କର୍ମୀ ଗୁରୁତର ଆହତ ହୋଇଛନ୍ତି। ଏହାରି ଭିତରେ ଏକାକୀ ରହିଯାଇଥିବା ଆକ୍ରମଣକାରୀ ମସଜିଦରେ ପ୍ରବେଶ କରିଥିଲା ଏବଂ ସେ ନିଜକୁ ବୋମାରେ ଉଡ଼ାଇ ଦେଇଥିଲେ। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମସଜିଦରେ ଥିବା ଲୋକେ ଛିଟିକି ପଡ଼ିଥିଲେ।

Pakistan Blast: 30 Killed, Over 50 Injured At Shia Mosque In Peshawar

ଉଦ୍ଧାରକାରୀ ଟିମ୍ ଆହତଙ୍କୁ ଲେଡି ରେଡିଙ୍ଗ୍ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଆହତଙ୍କୁ ନିଜ ନିଜର ଗାଡ଼ି ଯୋଗେ ହସ୍ପିଟାଲକୁ ନେଇଥିଲେ। ଘଟଣା ପରେ ପୁଲିସ୍ ଓ ସୁରକ୍ଷା ଟିମ୍ ଅଞ୍ଚଳକୁ ସିଲ୍ କରିଦେଇଛନ୍ତି। ଲେଡି ରେଡିଙ୍ଗ ହସ୍ପିଟାଲର ମୁଖପାତ୍ର କହିଛନ୍ତି ଯେ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ତେବେ କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

Advertisment

ଏହି ଭୟଙ୍କର ବିସ୍ଫୋରଣକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୃଢ଼ ନିନ୍ଦା କରିଛନ୍ତି। ଇମ୍ରାନ୍ ଆହତଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପେଶାୱରର ମୁଖ୍ୟମନ୍ତ୍ରୀ ମେହମୁଦ୍ ଖାନ୍ ମଧ୍ୟ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ପେଶାୱରର ଆଇଜିପିକୁ ଆକ୍ରମଣ ରିପୋର୍ଟ ମାଗିଛନ୍ତି।

Pakistan: At least 56 killed in suicide attack at mosque in Peshawar |  World News | Sky News

ଏହା ପୂର୍ବରୁ ପାକିସ୍ତାନର କ୍ୱେଟାରେ ଗୁରୁବାର ଧମାକା ହୋଇଥିଲା। ଏଥିରେ ପୁଲିସ୍ ଅଧିକାରୀ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଲୋକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପୁଲିସ୍ ଭ୍ୟାନ୍ ନିକଟରେ ହୋଇଥିଲା। ବିସ୍ଫୋରଣରେ ଦୁଇର ଅଢ଼େଇ କିଲୋର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିବା ସୂଚନା ମିଳିଛି।