Advertisment

ଡେଲ୍ଟା ଭାରିଏଣ୍ଟ ପାଇଁ ପୁଣି କଟକଣା ଲଗାଇଲେ ଏକାଧିକ ରାଷ୍ଟ୍ର

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ଠାବ ହୋଇଥିବା କରୋନାର ନୂଆ ରୂପ ଡେଲ୍ଟା ଭାରିଏଣ୍ଟ ବିଭିନ୍ନ ଦେଶର ଚିନ୍ତା ବଢ଼ାଇବାରେ ଲାଗିଛି। ବେଶ ସଫଳତାର ସହ କରୋନାକୁ ମାତ ଦେଇଥିବା ଅଷ୍ଟ୍ରେଲିଆ ଓ ଇସ୍ରାଏଲ ଏବେ ଡେଲ୍ଟା ଭାରିଏଣ୍ଟ ପାଇଁ ନିଜ ଦେଶରେ ପୁଣି କଟକଣା ଲାଗୁ କରିଛନ୍ତି। ଡେଲ୍ଟା ଭାରିଏଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବାରୁ ସେଠାକାର ସରକାର ଏପରି ପଦକ୍ଷେପ ନେଇଛନ୍ତି। ସଂକ୍ରମଣ ହ୍ରାସ ପାଉଥିବାରୁ ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ସହର ସିଡ୍‌ନୀରେ ଲୋକମାନେ ଧୀରେଧୀରେ ସ୍ୱାଭାବିକ […]

ଡେଲ୍ଟା ଭାରିଏଣ୍ଟ ପାଇଁ ପୁଣି କଟକଣା ଲଗାଇଲେ ଏକାଧିକ ରାଷ୍ଟ୍ର

Delta

Advertisment

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ଠାବ ହୋଇଥିବା କରୋନାର ନୂଆ ରୂପ ଡେଲ୍ଟା ଭାରିଏଣ୍ଟ ବିଭିନ୍ନ ଦେଶର ଚିନ୍ତା ବଢ଼ାଇବାରେ ଲାଗିଛି। ବେଶ ସଫଳତାର ସହ କରୋନାକୁ ମାତ ଦେଇଥିବା ଅଷ୍ଟ୍ରେଲିଆ ଓ ଇସ୍ରାଏଲ ଏବେ ଡେଲ୍ଟା ଭାରିଏଣ୍ଟ ପାଇଁ ନିଜ ଦେଶରେ ପୁଣି କଟକଣା ଲାଗୁ କରିଛନ୍ତି। ଡେଲ୍ଟା ଭାରିଏଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବାରୁ ସେଠାକାର ସରକାର ଏପରି ପଦକ୍ଷେପ ନେଇଛନ୍ତି।

Advertisment

ସଂକ୍ରମଣ ହ୍ରାସ ପାଉଥିବାରୁ ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ସହର ସିଡ୍‌ନୀରେ ଲୋକମାନେ ଧୀରେଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିଲେ। ହେଲେ ଡେଲ୍ଟା ଭାରିଏଣ୍ଟ ଯୋଗୁ ସରକାର କେନ୍ଦ୍ରୀୟ ସିଡ୍‌ନୀରେ ପୁଣି ଲକଡାଉନ ଲାଗୁ କରିଛନ୍ତି। ଯାହାକୁ ନେଇ ଲୋକମାନେ ପୁଣି ଚିନ୍ତାରେ ପଡ଼ିଛନ୍ତି।

ସେହିପରି ଟିକାକରଣକୁ ଜୋରଦାର କରି ଲୋକଙ୍କୁ ବିନା ମାସ୍କରେ କାମ କରିବାକୁ ଅନୁମତି ଦେଇଥିବା ଇସ୍ରାଏଲ ମଧ୍ୟ ପୁଣି ଏହାକୁ ବାଧ୍ୟତାମୂଳକ କରିଛି। ଦୁଇ ସପ୍ତାହ ତଳେ ଏଠାରେ ଇଣ୍ଡୋର ମାସ୍କ ବାଧ୍ୟତାମୂଳକ ନିୟମକୁ ହଟାଇ ଦିଆଯାଇଥିଲା।

Advertisment

ଫିଜି ମଧ୍ୟ କରୋନାକୁ ମାତ ଦେଇଥିବା ବେଳେ ଏବେ ସେଠାରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ଜୋରଦାର କରାଯାଉଥିବା ଏକାଧିକ ବିତ୍ତଶୀଳ ରାଷ୍ଟ୍ରରେ ସ୍ଥିତି ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିଲା। ହେଲେ ଏବେ ଡେଲ୍ଟା ଭାରିଏଣ୍ଟ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଡେଲ୍ଟା ଭାରିଏଣ୍ଟ ଯୋଗୁ ସିଡ୍‌ନୀ ଓ ଏହାର ଆଖପାଖ ଲୋକଙ୍କୁ ସରକାର ଗୋଟିଏ ସପ୍ତାହ ପାଇଁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ ଏଠାରେ ଲକଡାଉନ ଲାଗୁ କରାଯାଇଛି। ଇସ୍ରାଏଲରେ ଲଗାତର ୪ ଦିନ ହେଲା ୧୦୦ ଉପରେ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଗୁରୁବାର ଏଠାରେ ୨୨୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହି କାରଣରୁ ଦେଶରେ ପୁଣି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଫିଜିରେ ଡେଲ୍ଟା ଭାରିଏଣ୍ଟ ଯୋଗୁ ଦୈନିକ ସଂକ୍ରମଣ ୩୦୦ ପାର କରି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe