Advertisment

ସଂସଦରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଲେ ମହିଳା, ପ୍ରଧାନମନ୍ତ୍ରୀ କ୍ଷମା ମାଗିଲେ

କାନବେରା: ଜଣେ ମହିଳାଙ୍କୁ ଅଷ୍ଟ୍ରେଲିଆର ସଂସଦ ପରିସରରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖୋଦ୍‌ ମହିଳା ଜଣଙ୍କ ଏଭଳି ଅଭିଯୋଗ ଆଣିବା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କ୍ଷମା ମାଗିଛନ୍ତି। ଏଥିସହ ଅଭିଯୋଗର ସବିଶେଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଜଣଙ୍କ କହିଛନ୍ତି ଯେ ୨୦୧୯ ମସିହା ମାର୍ଚ୍ଚ ମାସରେ ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୱଲ୍ଡସଙ୍କ ଅଫିସରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣଙ୍କ ମୋରିସନଙ୍କ ପାଇଁ ଶାସକ ଲିବେରାଲ ପାର୍ଟିରେ […]

ସଂସଦରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଲେ ମହିଳା, ପ୍ରଧାନମନ୍ତ୍ରୀ କ୍ଷମା ମାଗିଲେ

scoot-morision

Advertisment

କାନବେରା: ଜଣେ ମହିଳାଙ୍କୁ ଅଷ୍ଟ୍ରେଲିଆର ସଂସଦ ପରିସରରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖୋଦ୍‌ ମହିଳା ଜଣଙ୍କ ଏଭଳି ଅଭିଯୋଗ ଆଣିବା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କ୍ଷମା ମାଗିଛନ୍ତି। ଏଥିସହ ଅଭିଯୋଗର ସବିଶେଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମହିଳା ଜଣଙ୍କ କହିଛନ୍ତି ଯେ ୨୦୧୯ ମସିହା ମାର୍ଚ୍ଚ ମାସରେ ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୱଲ୍ଡସଙ୍କ ଅଫିସରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣଙ୍କ ମୋରିସନଙ୍କ ପାଇଁ ଶାସକ ଲିବେରାଲ ପାର୍ଟିରେ ମଧ୍ୟ କାମ କରୁଥିଲେ। ଏପ୍ରିଲ ମାସରେ ସେ ପୁଲିସ୍‌ ସହ ଏ ବିଷୟରେ କଥା ହୋଇଥିଲେ। କିନ୍ତୁ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ମହିଳା ଜଣଙ୍କ ଏବେ ବିଧିବଦ୍ଧ ଅଭିଯୋଗ ଦାଖଲ କରିଛନ୍ତି।

ପୁଲିସ୍‌ ମଧ୍ୟ ମହିଳାଙ୍କ କଥାରେ ସତ୍ୟତା ଥିବା କଥା କହିଛି। ମହିଳାଙ୍କୁ ମିଟିଂ ଆଳରେ ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡାଙ୍କ ଅଫିସକୁ ଡକା ଯାଇଥିଲା। ଏହାପରେ ତାଙ୍କ ସହ ସେଠାରେ ଦୁଷ୍କର୍ମ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା କହିଛନ୍ତି, ଆମେ ମହିଳାଙ୍କୁ ବାରମ୍ବାର ପୁଲିସ୍‌ରେ ଅଭିଯୋଗ କରିବାକୁ କହିଥିଲୁ। ହେଲେ ସେ ପଛଘୁଞ୍ଚା ଦେଇଥିଲେ। ଆମେ ତାଙ୍କ ପୁଲିସ୍‌ ଅଭିଯୋଗ ବିରୋଧରେ ନଥିଲୁ ବୋଲି ସେ କହିଛନ୍ତି।

ଏସବୁ ଭିତରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋରିସନ ମଙ୍ଗଳବାର ଉକ୍ତ ମହିଳାଙ୍କୁ କ୍ଷମା ମାଗିବା ସହ ଘଟଣାର ବିସ୍ତୃତ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଏପରି ଘଟଣା ଘଟିବାର ନଥିଲା। ମୁଁ ଏଥିପାଇଁ କ୍ଷମା ମାଗୁଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ କାମ କରୁଥିବା ସମସ୍ତ ମହିଳାଙ୍କୁ ସୁରକ୍ଷା ଦେବାକୁ ଆମେ ସବୁ ପ୍ରକାରର ପଦକ୍ଷେପ ନେଉଛୁ।

କାମ କରିବା ବେଳେ ନିର୍ଯାତନାର ଶିକାର ହେଉଥିବା ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଗୋଟିଏ କମିଟି ଗଠନ କରାଯାଇଥିବା ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe