Advertisment

ବଢ଼ିଲା କରୋନା, ପୁଣି ଲାଗୁ ହେଲା ଲକ୍‌ଡାଉନ୍‌

ଭିଏନା: ପୁଣି ଉପର ମୁହାଁ ହୋଇଛି ମହାମାରୀ। ବଢ଼ୁଛି କରୋନା ମାମଲା। ବେଲଗାମ ହେଲାଣି କରୋନାର ନୂଆ ଭାରିଆଣ୍ଟ। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତ ସଂଖ୍ୟା। କରୋନାର ନୂଆ ଷ୍ଟ୍ରେନ୍‌କୁ ମାତ୍‌ ଦେବା ପାଇଁ ପୁଣିଥରେ ସମ୍ପୂର୍ଣ୍ଣ ତାଲାବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ସୋମବାର ଠାରୁ ଏହି ଲକ୍‌ଡାଉନ୍‌ ଲାଗୁ କରିବାକୁ ଘୋଷଣା ହୋଇଛି। ୟୁରୋପରେ ପୁଣି ଥରେ କରୋନା ମହାମାରୀ ସକ୍ରିୟ ହୋଇଛି।  କ୍ରମାଗତ ଭାବରେ ଏଠି ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ବ୍ରିଟେନ, […]

ଏପ୍ରିଲ ୯ରୁ ୧୯ ସଂପୂର୍ଣ୍ଣ ଲକଡାଉନ

LockDown

Advertisment

ଭିଏନା: ପୁଣି ଉପର ମୁହାଁ ହୋଇଛି ମହାମାରୀ। ବଢ଼ୁଛି କରୋନା ମାମଲା। ବେଲଗାମ ହେଲାଣି କରୋନାର ନୂଆ ଭାରିଆଣ୍ଟ। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତ ସଂଖ୍ୟା। କରୋନାର ନୂଆ ଷ୍ଟ୍ରେନ୍‌କୁ ମାତ୍‌ ଦେବା ପାଇଁ ପୁଣିଥରେ ସମ୍ପୂର୍ଣ୍ଣ ତାଲାବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ସୋମବାର ଠାରୁ ଏହି ଲକ୍‌ଡାଉନ୍‌ ଲାଗୁ କରିବାକୁ ଘୋଷଣା ହୋଇଛି।

Advertisment

ୟୁରୋପରେ ପୁଣି ଥରେ କରୋନା ମହାମାରୀ ସକ୍ରିୟ ହୋଇଛି।  କ୍ରମାଗତ ଭାବରେ ଏଠି ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ବ୍ରିଟେନ, ଜର୍ମାନୀ, ପୋଲାଣ୍ଡ ଏବଂ ଅଷ୍ଟ୍ରିଆ ପରି ଦେଶ କରୋନା ଯୋଗୁଁ ଅସ୍ତବ୍ୟସ୍ତ ହୋଇଛି। ଏଠାରେ ସ୍ଥିତି ପୁଣିଥରେ ବିଗିଡିଛି।

କରୋନାର ନୂଆ ଷ୍ଟ୍ରେନ୍‌କୁ  ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୁଣି ଥରେ ସୋମବାର ଠାରୁ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ପ୍ରସ୍ତୁତି ହେଉଛି। ଫେବୃଆରୀ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରାଯିବ ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି। ସରକାର ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି।

Advertisment

https://twitter.com/ANI/status/1461645681081257984?s=20

ଅଷ୍ଟ୍ରେଲିଆର ଦୁଇ ତୃତୀୟାଂଶ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ଟିକାକରଣ ସରିଛି। ପଶ୍ଚିମ ୟୁରୋପରେ ଟିକାକରଣ ଧିମା ପଡିଛି। ସେପଟେ ଗତ ଏକ ସପ୍ତାହ ହେଲା ଅଷ୍ଟ୍ରେଲିଆ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ପ୍ରତିଦିନ ୧୦ ହଜାର ଉପରେ ନୂଆ ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟ ଠାରେ ୧୫,୧୪୫  ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୋମବାର ପର୍ଯ୍ୟନ୍ତ ଯେଉଁମାନଙ୍କ ଟୀକାକରଣ କରିନାହାଁନ୍ତି ସେମାନଙ୍କ ପାଇଁ ଅଷ୍ଟ୍ରେଲିଆ ଲକଡାଉନ୍‌ ଲାଗୁ କରିଛି। ସାଲଜବର୍ଗ ଏବଂ ଉପର ଅଷ୍ଟ୍ରିଆ ଅଞ୍ଚଳ କୋଭିଡ ନୂଆ ଷ୍ଟ୍ରେନ୍‌ ପାଇଁ ଅଧିକ ପ୍ରଭାବିତ ହୋଇଛି। ତେଣୁ ଏହି ଦୁଇଟି ରାଜ୍ୟରେ ଲକଡାଉନ୍ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ସରକାରଙ୍କ ନିକଟରେ ଅପିଲ କରିଛନ୍ତି।

ସେପଟେ ଶୀତ ଆରମ୍ଭ ପୂର୍ବରୁ ନେଦରଲ୍ୟାଣ୍ଡ ସରକାର ମଧ୍ୟ ରାତି ୮ଟା ପରେ ସମସ୍ତ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ଘୋଷଣା କିରଛନ୍ତି। ଏଠାରେ ଆଂଶିକ ଲକଡାଉନ୍‌ ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe