ଭୟ ଓ ଆତଙ୍କ ଭିତରେ ଜନ୍ମ ନେଇଥିଲେ କୁନି ଝିଅ, ବାପା-ମା’ ଦେଲେ ଏମିତି ନାଁ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଲୋକଙ୍କୁ ନେଇ ଯାଉଥିବା ସି-୧୭ ବିମାନ ଯାତ୍ରା ବେଳେ ଏକ ଆଫଗାନ ଶିଶୁ କନ୍ୟାର ଜନ୍ମ ହୋଇଥିଲା। ଯାହା ପରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମୁହଁରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା। ଏବେ ଶିଶୁର ମାତା-ପିତା ତା’ର ନାଁ ବିମାନର କଲ୍ ସାଇନ୍ ଆଧାରରେ ‘ରିଚ୍’ ରଖିଛନ୍ତି। ଆମେରିକା ୟୁରୋପିଆନ୍ କମାଣ୍ଡର ମୁଖ୍ୟ କହିଛନ୍ତି, ଅଧିକାରୀମାନେ ଶିଶୁର ମାତା-ପିତାଙ୍କ ସହ କଥା ହୋଇଥିଲେ। କମାଣ୍ଡର ଜେନେରାଲ୍ ଟଡ୍ ୱଲ୍ଟର୍ସ କହିଛନ୍ତି ଯେ […]

air-plane

Ranjit Kumar Jena
  • Published: Thursday, 26 August 2021
  • , Updated: 26 August 2021, 06:00 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଲୋକଙ୍କୁ ନେଇ ଯାଉଥିବା ସି-୧୭ ବିମାନ ଯାତ୍ରା ବେଳେ ଏକ ଆଫଗାନ ଶିଶୁ କନ୍ୟାର ଜନ୍ମ ହୋଇଥିଲା। ଯାହା ପରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମୁହଁରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା। ଏବେ ଶିଶୁର ମାତା-ପିତା ତା’ର ନାଁ ବିମାନର କଲ୍ ସାଇନ୍ ଆଧାରରେ ‘ରିଚ୍’ ରଖିଛନ୍ତି।

ଆମେରିକା ୟୁରୋପିଆନ୍ କମାଣ୍ଡର ମୁଖ୍ୟ କହିଛନ୍ତି, ଅଧିକାରୀମାନେ ଶିଶୁର ମାତା-ପିତାଙ୍କ ସହ କଥା ହୋଇଥିଲେ। କମାଣ୍ଡର ଜେନେରାଲ୍ ଟଡ୍ ୱଲ୍ଟର୍ସ କହିଛନ୍ତି ଯେ ମାତା-ପିତା ଶିଶୁର ନାଁ ‘ରିଚ୍’ ରଖିଛନ୍ତି କାରଣ ବିମାନର କଲ୍ ସଂକେତ ରିଚ୍-୮୨୮। ଶିଶୁର ଜନ୍ମ ଶନିବାର ହୋଇଥିଲା ଏବଂ ୮୬ତମ ମେଡିକାଲ୍ ଗ୍ରୁପ୍ ସଦସ୍ୟ ମହିଳାଙ୍କ ପ୍ରସବରେ ସହାୟତା କରିଥିଲେ। ଏହି ବିମାନ କାବୁଲରୁ ଜର୍ମାନୀ ରମଷ୍ଟେନ୍ ବାୟୁସେନା ଏୟାର ବେସ୍ ପାଇଁ ଉଡ଼ାଣ ଭରିଥିଲା।

ୟୁରୋପିଆନ କମାଣ୍ଡ କହିଛନ୍ତି ଯେ ଉଡ଼ାଣ ବେଳେ ଶିଶୁଟିର ମା’ର ପ୍ରସବ ଯନ୍ତ୍ରଣ ହୋଇଥିଲା ଏବଂ ଲୋ’ ବ୍ଲଡ୍ ପ୍ରେସର୍ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ବିମାନରେ ପବନର ଚାପ ବଢ଼ାଇବା ପାଇଁ ପାଇଲଟ୍ ବିମାନକୁ ଉଚ୍ଚକୁ ନେଇଯାଇଥିଲେ, ଯାହାଦ୍ୱାରା ମା’ର ଅବସ୍ଥା ସ୍ଥିର ହୋଇଥିଲା। ସେନାର ଚିକିତ୍ସା କର୍ମୀ ବିମାନରେ ହିଁ ପ୍ରସବ କରାଇଥିଲେ। ୱଲ୍ଟର୍ସ କହିଛନ୍ତି ଯେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ଉପରେ ତାଲିବାନର ସମ୍ପୂର୍ଣ୍ଣ କବଜା ପରେ ସେଠାକାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସେଠାରୁ ଲୋକେ ଜୀବନ ବଞ୍ଚାଇକୁ ପ୍ରୟାସ କରୁଛନ୍ତି। କାବୁଲ ଏୟାରପୋର୍ଟକୁ ନିୟନ୍ତ୍ରଣରେ ରଖିଥିବା ଆମେରିକା ସେନା ଦେଶ ଛାଡ଼ି ପଳାଇବାକୁ ପ୍ରୟାସ କରୁଥିବା ଲୋକଙ୍କ ସହାୟତା କରୁଛନ୍ତି। ଅଧିକାଂଶ ଦେଶ ସେମାନଙ୍କର ଦୂତାବାସ ବନ୍ଦ କରିଦେଇଛନ୍ତି ଏ‍ବଂ ସେମାନଙ୍କୁ ଦିଆଯାଉଥିବା ବିଦେଶୀ ସହାୟତା ଉପରେ ରୋକ ଲଗାଯାଇଛି।

Related story