Advertisment

କାବୁଲରେ ହଜିଥିଲା, ୬ ମାସ ପରେ କୋଳକୁ ଫେରିଲା କୁନି ପୁଅ

କାବୁଲ: ଶେଷରେ କୋଳକୁ ଫେରିଲା କୁନି ପୁଅ। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡି ଅନ୍ୟ ଦେଶକୁ ପଳାୟନ କରୁଥିଲେ ଏଠିକାର ବାସିନ୍ଦା । ଆଉ ଏହି ସମୟରେ କାବୁଲ ବିମାନ ବନ୍ଦରର ଭିଡ ଭିତରେ କୁଆଡେ ହଜିଯାଇଥିଲା କୁନି ପୁଅ ସୋହେଲ। ନିଖୋଜ ହେବାର ଦୀର୍ଘ ୬ ମାସ ପରେ ଏବେ ପରିବାର ଲୋକଙ୍କ କୋଳକୁ ଫେରିଛି ଏହି କୁନି ପୁଅ। ସୋହେଲକୁ ଶନିବାର ତାର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆଫଗାନିସ୍ତାନରୁ ଆମେରିକୀୟମାନେ […]

author-image
Madhupriya Mistry
କାବୁଲରେ ହଜିଥିଲା, ୬ ମାସ ପରେ କୋଳକୁ ଫେରିଲା କୁନି ପୁଅ

Baby Lost in kabul

କାବୁଲ: ଶେଷରେ କୋଳକୁ ଫେରିଲା କୁନି ପୁଅ। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡି ଅନ୍ୟ ଦେଶକୁ ପଳାୟନ କରୁଥିଲେ ଏଠିକାର ବାସିନ୍ଦା । ଆଉ ଏହି ସମୟରେ କାବୁଲ ବିମାନ ବନ୍ଦରର ଭିଡ ଭିତରେ କୁଆଡେ ହଜିଯାଇଥିଲା କୁନି ପୁଅ ସୋହେଲ। ନିଖୋଜ ହେବାର ଦୀର୍ଘ ୬ ମାସ ପରେ ଏବେ ପରିବାର ଲୋକଙ୍କ କୋଳକୁ ଫେରିଛି ଏହି କୁନି ପୁଅ।

Advertisment

ସୋହେଲକୁ ଶନିବାର ତାର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆଫଗାନିସ୍ତାନରୁ ଆମେରିକୀୟମାନେ ବିମାନ ଯୋଗେ ଲୋକଙ୍କୁ ସ୍ଥାନାନ୍ତର ବେଳେ ଦୁର୍ଭାଗ୍ୟବଶତଃ କୁନି ପୁଅ ସୋହେଲ ହଜି ଯାଇଥିଲା। ବହୁ କଷ୍ଟରେ ଏବେ ଦୀର୍ଘଦିନ ପରେ ତାକୁ ଉଦ୍ଧାର କରାଯାଇଛି।

Baby lost in chaos of Afghanistan airlift found, returned to family after  long ordeal

ସୂଚନାଥାଉକି, ତାଲିବାନ୍‌ ଆଫଗାନିସ୍ତାନ ଦଖଲ ପରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାୟନ କରୁଥିଲେ। ଫଳରେ କାବୁଲ ବିମାନ ବନ୍ଦରରେ ଅସ୍ୱାଭିବକ ଭିଡ ଜମିଥିଲା। ଏପରିକି ଦଳଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି ହଇଥିଲା।

Advertisment

ଅଗଷ୍ଟ ୧୯ ତାରିଖରେ ସ୍ଥାନାନ୍ତରଣ ସମୟରେ ଧସ୍ତାଧସ୍ତି ହେବାରୁ ବିମାନ ବନ୍ଦର ପାଚେରି ସେପାଖରେ ଥିବା ‌ଜଣେ ସୈନିକଙ୍କ ହାତକୁ ଦୁଇ ମାସର ପୁଅ ସୋହେଲ୍‌ ଅହମଦିକୁ ବଢ଼ାଇ ଦେଇଥିଲେ ମାଆ-ବାପା। ସେବେଠାରୁ ନିଖୋଜ ହୋଇଯାଇଥିଲା ସୋହେଲ୍। ଏନେଇ ନଭେମ୍ବର ମାସରେ ‘ରଏଟର୍ସ’ରେ ସୋହଲ୍‌ ନିଖୋଜ ହୋଇଯାଇଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା। ପୁଅ ନିଖୋଜ ହେବା ପରେ ଆଫଗାନ ଶରଣାର୍ଥୀ ବାପା-ମା' ଅତ୍ୟନ୍ତ ଦୁଃଖିତ ହୋଇଥିଲେ।

କିଛି ଦିନ ପରେ ସୋହେଲ କାବୁଲ୍‌ରେ ଥିବା ନେଇ ଜଣାପଡିଥିଲା। ୨୯ ବର୍ଷୀୟ ହମିଦ୍‌ ସାଫି ନାମରେ ଜଣେ ଟ୍ୟାକ୍ସି ଚାଳକ ତାକୁ ବିମାନ ବନ୍ଦରରୁ ପାଇ ଘରକୁ ନେଇ ଯାଇଥିଲେ। ଏହା ଜଣାପଡିବା ପରେ କୁନି ପୁଅର ପରିବାର ଲୋକେ ଅନେକ କାକୁତିମିନତି ପରେ ତାଲିବାନ୍ ପୁଲିସ ଦ୍ୱାରା କିଛି ଦିନ ଅଟକ ରହିବା ପରେ ସାଫି ବାଧ୍ୟ ହୋଇ ସୋହେଲକୁ କାବୁଲ୍‌ରେ ଥିବା ତା’ର ଜେଜେବାପାଙ୍କୁ ଅର୍ପଣ କରିଥିଲେ।

Baby handed to US soldiers during chaos of Afghanistan airlift still  missing | World News | Zee News

ସୂଚନା ମୁତାବକ, ଦୁଇ ମାସ ପୂର୍ବେ ଏହି କୁନି ପୁଅର ବାପା-ମା' ଅଗଷ୍ଟ ମାସରେ କାବୁଲ ଛାଡି ଆମେରିକା ଚାଲିଯାଇଥିଲେ। ଏବେ ସେମାନେ ଆମେରିକାରେ ରହୁଥିବା ତା’ର ବାପାମାଆ ଏବଂ ୪ ଭାଇ ଭଉଣୀଙ୍କ ପାଖରେ ସୋହେଲକୁ ଛାଡ଼ିବେ।

ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସୋହେଲ୍‌ର ବାପା ମିର୍ଜା ଅଲି ଅହମ୍ମଦି ସେ ଦିନ ବିମାନ ବନ୍ଦରରେ ଅସମ୍ଭବ ଗହଳି ଓ ସୈନିକମାନଙ୍କର ଧସ୍ତାଧସ୍ତି ଦେଖି ପାଚେରି ସେପଟେ ଆମେରିକୀୟ ସୈନିକ ଭଳି ଦେଖାଯାଉଥିବା ୟୁନିଫର୍ମ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ପୁଅ ସୋହେଲ୍‌କୁ ଟେକି ଦେଇଥିଲେ।

ଏହାପରେ ମିର୍ଜା ଏବଂ ତାଙ୍କ ପତ୍ନୀ ସୁରୈୟା କୌଣସିମତେ ସେମାନଙ୍କର ଅନ୍ୟ ଚାରି ପିଲାଙ୍କୁ ଧରି ଆମେରିକା ଅଭିମୁଖେ ଯାଉଥିବା ବିମାନରେ ବସି ପଡିଥିଲେ। କିନ୍ତୁ, ସେବେଠାରୁ ଆଉ ସୋହେଲ୍‌ର ପତ୍ତା ମିଳୁନ ଥିଲା। ସେଦିନ ତାଙ୍କ ପୁଅ ବିମାନ ବନ୍ଦର ଫାଟକ ନିକଟରେ ହୋଇଥିବା ଦଳିଚକଟାରେ ମରି ଯାଇଥାଇ ପାରେ ଆଶଙ୍କା କରୁଥିଲେ।