Advertisment

ଟିଭି ଷ୍ଟୁଡିଓରେ କମାଲ କଲେ କିନ୍ନର

ଢ଼ାକା: ସୋମବାର ଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ସାରା ବିଶ୍ୱରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ନ୍ୟଜ ଚ୍ୟାନେଲରେ ଆଙ୍କର ଭାବରେ ପଦାର୍ପଣ କରିଛନ୍ତି ଜଣେ କିନ୍ନର। ସେ ନ୍ୟୁଜ ପଢ଼ିବା କ୍ଷଣି ପାଖରେ ଥିବା ଉପସ୍ଥିତ ସହକର୍ମୀ ଏବଂ ତାଙ୍କୁ ଟିଭିରେ ଦେଖୁଥିବା ବ୍ୟକ୍ତି କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ। ଆଉ ନ୍ୟୁଜ ପଢ଼ିବା ଶେଷ କରିବା ପରେ କିନ୍ନର ଜଣଙ୍କ ଖୁସିରେ କାନ୍ଦି ପକାଇଥିଲେ। ଏଭଳି […]

ଅଦ୍ୟତନ ହୋଇଛି
ଟିଭି ଷ୍ଟୁଡିଓରେ କମାଲ କଲେ କିନ୍ନର

BANGALDESH TRANSGENDER

Advertisment

ଢ଼ାକା: ସୋମବାର ଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ସାରା ବିଶ୍ୱରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ନ୍ୟଜ ଚ୍ୟାନେଲରେ ଆଙ୍କର ଭାବରେ ପଦାର୍ପଣ କରିଛନ୍ତି ଜଣେ କିନ୍ନର। ସେ ନ୍ୟୁଜ ପଢ଼ିବା କ୍ଷଣି ପାଖରେ ଥିବା ଉପସ୍ଥିତ ସହକର୍ମୀ ଏବଂ ତାଙ୍କୁ ଟିଭିରେ ଦେଖୁଥିବା ବ୍ୟକ୍ତି କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ। ଆଉ ନ୍ୟୁଜ ପଢ଼ିବା ଶେଷ କରିବା ପରେ କିନ୍ନର ଜଣଙ୍କ ଖୁସିରେ କାନ୍ଦି ପକାଇଥିଲେ।

Advertisment

ଏଭଳି ଘଟଣା ଦେଖିବାକୁ ମିଳିଛି ବାଂଲାଦେଶରେ। କିନ୍ନର ତଶ୍ନୁଭା ଆନାନ ଶିଶିର ନ୍ୟୁଜ ପଢ଼ିବା ପରେ କାନ୍ଦି ପକାଇଥିଲେ। ବାଂଲାଦେଶରେ ପାଖାପାଖି ୧୫ ଲକ୍ଷ କିନ୍ନର ରହିଛନ୍ତି। ଏଠାରେ କିନ୍ନରଙ୍କ ସହିତ ଅନେକ ଭେଦଭାବ ରହିଛି। ଦେଶରେ ପ୍ରାୟତଃ କିନ୍ନରଙ୍କ ସହିତ ହେଉଥିବା ହିଂସା ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରେ। ତେଣୁ ଏଠିକାର କିନ୍ନର ଭିକ୍ଷାବୃତି, ଦେହ ବ୍ୟବସାୟକୁ ଆପଣାଇ ନିଅନ୍ତି।

[caption id="attachment_625734" align="aligncenter" width="650"]publive-image ତଶ୍ନୁଭା ଆନାନ ଶିଶିର[/caption]

Advertisment

ତେବେ ତଶ୍ନୁଭା ଆନନ ଶିଶିର ଘରୋଇ ଟିଭି ଚ୍ୟାନେଲ ବୈଶାଖୀ ଟିଭିରେ ତିନି ମିନିଟ୍ ପାଇଁ ସମାଚାର ପଢ଼ିଥିଲେ। ଯାହାକୁ ପଢ଼ି ଖୁସିବ୍ୟକ୍ତ କରିଛନ୍ତି ସେ। ତଶ୍ନୁଭା ଛୋଟ ବେଳେ ସାଧାରଣ ପିଲାଙ୍କ ପରି ସବୁକିଛି କରୁଥିଲେ। ନିଜକୁ ପୁଅ ବୋଲି ଭାବୁଥିଲେ। ହେଲେ ଯୁବ ଅବସ୍ଥାରେ ଜାଣିବାକୁ ପାଇଥିଲେ ସେ ଜଣେ କିନ୍ନର। ତାଙ୍କ ଶରୀରର ଗଠନ କେବଳ ପୁରୁଷଙ୍କ ପରି ରହିଛି।

ନିଜ ଅନୁଭୂତି ବଖାଣିବାକୁ ଯାଇ ତଶ୍ନୁଭା କହିଛନ୍ତି, ଅନେକ ସମୟରେ ସେ ଯୌନ ନିର୍ଯାତନା ସହିତ ହିଂସାର ସାମ୍ନା କରିଛନ୍ତି। ସ୍ଥିତି ଏମିତି ଉପୁଜିଥିଲା ଯେ ୨୯ ବର୍ଷୀୟ ତଶ୍ନୁଭା ଚାରି ଚାରି ଥର ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଛନ୍ତି। ତାଙ୍କ ପାଇଁ ସବୁଠୁ କଷ୍ଟକର ସମୟ ଥିଲା ଯେତେବେଳେ ଜନ୍ମକଲା ବାପା ତାଙ୍କ ସହିତ ବର୍ଷ ବର୍ଷ ଧରି କଥା ହୋଇନଥିଲେ।

ଆଉ ଏଭଳି ସ୍ଥିତି ଦେଖବା ପରେ ତଶ୍ନୁଭା ଘର ଛାଡ଼ି ଦେଇଥିଲେ ବୋଲି କହିଛନ୍ତି। ଏହାପରେ ସେ ରାଜଧାନୀ ଢ଼ାକା ଚାଲିଆସିଥିଲେ ବଞ୍ଚିବା ଆଶାରେ। ଆଉ ନାରାୟଣଗଞ୍ଜରେ ସେ ସ୍ଥାୟୀ ଭାବରେ ରହିଲେ। ଏହାପରେ ସେ ପଇସା ସଞ୍ଚୟ କରି ହର୍ମୋନ ଥେରାପୀ କରିଥିଲେ। ଏହାପରେ ଚ୍ୟାରିଟି ଏବଂ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ। ଏଥିସହିତ ପାଠ ପଢ଼ିବା ଆରମ୍ଭ କରିଥିଲେ। ତଶ୍ନୁଭା ଏବେ ବାଂଲାଦେଶର ପ୍ରଥମ କିନ୍ନର ଯିଏକି ମାଷ୍ଟର ଅଫ୍ ପବ୍ଲିକ ହେଲଥରେ ପିଜି କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe