/odisha-reporter/media/post_attachments/uploads/2022/11/mexico.jpg)
mexico
ମେକ୍ସିକୋ ସିଟି: କେନ୍ଦ୍ରୀୟ ମେକ୍ସିକୋର ଗୁଆନାଜୁଟୋରେ ଥିବା ଗୋଟିଏ ବାରରେ ପଶି ଏକାଧିକ ଦୁର୍ବୃତ୍ତ ଆଖିବୁଜା କରି ମାଡ଼ କରିଛନ୍ତି। ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି। ଅଧିକାରୀଙ୍କ କହିବା କଥା ଯେ ଆପସେଓ ଇଲ ଅଲ୍ଟୋ ଅଞ୍ଚଳରେ ଥିବା ଗୋଟିଏ ବାର ଭିତରେ ଭୟଙ୍କର ଗୁଳିକାଣ୍ଡ ଘଟିଛି।
ସ୍ଥାନୀୟ ସମୟ ରାତି ୯ଟାରେ ବାର୍ ଭିତରେ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଏକାଧିକ ଦୁର୍ବୃତ୍ତ ହାତରେ ବନ୍ଧୁକ ଧରି ଏହା ଭିତରକୁ ପ୍ରବେଶ କରିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ କିଛି ଲୋକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ।
ଏହି ଗୁଳିମାଡ଼ରେ ୫ ଜଣ ପୁରୁଷ ଓ ୪ ଜଣ ମହିଳା ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ସେହିପରି ଗୁଳି ମାଡ଼ରେ ଆଉ ୨ ଜଣ ମହିଳା ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।
ତେବେ ଏଯାଏ ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କୌଣସି ପ୍ରକାରର ଖବର ମିଳିନାହିଁ। ଗୁଳିମାଡ଼ ଅଞ୍ଚଳରେ ଫେଡରାଲ ଅଧିକାରୀ ଓ ନ୍ୟାଶନାଲ ଗାର୍ଡ ମୁତୟନ ହୋଇଛନ୍ତି। ଏଥିସହ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଓ ଅନ୍ୟ ସର୍ଭେଲାନ୍ସ ଆଧାରରେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
