Advertisment

ନମାଜ ପାଠ ବେଳେ ବିୟର୍‌ ସ୍ପ୍ରେ କଲେ, କୁରାଢ଼ୀରେ ହାଣିଲେ

ନୂଆଦିଲ୍ଲୀ: ମସଜିଦ ଭିତରେ ନମାଜ ପାଠ ବେଳେ ଆକ୍ରମଣ। ଜଣେ ଦୁର୍ବୃତ୍ତ ନମାଜପାଠ କରୁଥିବା ବ୍ୟକ୍ତିଙ୍କ ଉପରେ ବିୟର୍‌ ତଥା ମଦ ସ୍ପ୍ରେ କରିବା ସହ କୁରାଢ଼ୀରେ ଆକ୍ରମଣ କରିଛି। ପୁଲିସ ଉକ୍ତ ଦୁର୍ବୃତ୍ତକୁ ଗିରଫ କରିଥିବା ଜଣାପଡିଛି। ଶନିବାର ଦିନ କାନାଡାରେ ଜଣେ ବ୍ୟକ୍ତି ମସଜିଦରେ ଉପସ୍ଥିତ ଥିବା ଲୋକଙ୍କୁ କୁରାଢ଼ୀ ଏବଂ ବୟର୍‌ ସ୍ପ୍ରେ ସାହାଯ୍ୟରେ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ କେହି ଗୁରୁତର ଆହତ ହୋଇନଥିବା ପୁଲିସ ଏହି ସୂଚନା ଦେଇଛି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ନମାଜ ପାଠ ବେଳେ ବିୟର୍‌ ସ୍ପ୍ରେ କଲେ, କୁରାଢ଼ୀରେ ହାଣିଲେ

hatchet-attacked-on-mosque

ନୂଆଦିଲ୍ଲୀ: ମସଜିଦ ଭିତରେ ନମାଜ ପାଠ ବେଳେ ଆକ୍ରମଣ। ଜଣେ ଦୁର୍ବୃତ୍ତ ନମାଜପାଠ କରୁଥିବା ବ୍ୟକ୍ତିଙ୍କ ଉପରେ ବିୟର୍‌ ତଥା ମଦ ସ୍ପ୍ରେ କରିବା ସହ କୁରାଢ଼ୀରେ ଆକ୍ରମଣ କରିଛି। ପୁଲିସ ଉକ୍ତ ଦୁର୍ବୃତ୍ତକୁ ଗିରଫ କରିଥିବା ଜଣାପଡିଛି।

Advertisment

ଶନିବାର ଦିନ କାନାଡାରେ ଜଣେ ବ୍ୟକ୍ତି ମସଜିଦରେ ଉପସ୍ଥିତ ଥିବା ଲୋକଙ୍କୁ କୁରାଢ଼ୀ ଏବଂ ବୟର୍‌ ସ୍ପ୍ରେ ସାହାଯ୍ୟରେ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ କେହି ଗୁରୁତର ଆହତ ହୋଇନଥିବା ପୁଲିସ ଏହି ସୂଚନା ଦେଇଛି। ଟରୋଣ୍ଟୋ ଉପକଣ୍ଠ ମିସିସାଉଗାରେ ଜଣେ ୨୪ ବର୍ଷ ବୟସ୍କ ବ୍ୟକ୍ତି ଏକ ମସଜିଦ ଭିତରେ ପଶିଥିଲେ। ପୋଲିସ ପହଞ୍ଚିବା ଓ ତାଙ୍କୁ ଗିରଫ କରି ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ସେ ମସଜିଦରେ ଉପସ୍ଥିତ ଥିବା ଲୋକଙ୍କୁ ବିୟର୍‌ ସ୍ପ୍ରେ କରିଥିଲେ। ଏଥିରେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି।

https://twitter.com/JustinTrudeau/status/1505260979462025221?s=20&t=r-5yTLUFDYgW9F9H9-N_mg

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମସଜିଦ ଭିତରେ ଘୃଣା ସୃଷ୍ଟି କରିବା ଏବଂ ହିଂସା ତଥା ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣକ ଏଭଳି ଆକ୍ରମଣ କରିଥିବା ପୁଲିସ ନିଜ ବୟାନରେ କହିଛି। ସେପଟେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଏହି ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍‌ କରି ଏହି ଘଟଣାକୁ ଅବିଶ୍ୱସନୀୟ ବୋଲି କହିଛନ୍ତି। ମୁଁ ଏହି ହିଂସାକୁ କଡା ନିନ୍ଦା କରୁଛି, ଯାହାର କୌଣସି ସ୍ଥାନ କାନାଡାରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ୍‌ରେ କହିଛନ୍ତି।

ଏହି ଘଟଣାକୁ ଟରୋଣ୍ଟୋ ମେୟର ଏବଂ ଅନଟାରିଓର ପ୍ରାଦେଶିକ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ମଧ୍ୟ ନିନ୍ଦା କରିଛନ୍ତି। ମସଜିଦର ଇମାମ ଇବ୍ରାହିମ ହିନ୍ଦ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିବା ପୂଜକଙ୍କ ସାହସକୁ ପ୍ରଶଂସା କରିଥିଲେ। ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ 'ଆମ ସମ୍ପ୍ରଦାୟ କେବେ ଭାଙ୍ଗିବ ନାହିଁ ଏବଂ ଆମେ ଭୟ କରିବୁ ନାହିଁ।'