Advertisment

ଭୟଙ୍କର ପ୍ରଦୂଷଣ! ବନ୍ଦ ହେଲା ଜାତୀୟ ରାଜପଥ ଓ ଖେଳ ପଡ଼ିଆ

ବେଜିଂ: ଚାଇନାର ରାଜଧାନୀ ବେଜିଂରେ ଭୟଙ୍କର ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ସ୍ଥିତି ଏପରି ହୋଇଛି ଯେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବେଜିଂରେ ଥିବା ପ୍ରମୁଖ ଜାତୀୟ ରାଜପଥ ଓ ଖେଳ ପଡ଼ିଆଠାରୁ ଆରମ୍ଭ କରି ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ବିଶ୍ୱ ତାପାୟନକୁ ହ୍ରାସ କରିବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି। ହେଲେ ଚାଇନାରେ କୋଇଲା ଉତ୍ପାଦନକୁ ଜୋରଦାର କରାଯାଇଛି। […]

ଭୟଙ୍କର ପ୍ରଦୂଷଣ! ବନ୍ଦ ହେଲା ଜାତୀୟ ରାଜପଥ ଓ ଖେଳ ପଡ଼ିଆ

pollution

Advertisment

ବେଜିଂ: ଚାଇନାର ରାଜଧାନୀ ବେଜିଂରେ ଭୟଙ୍କର ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ସ୍ଥିତି ଏପରି ହୋଇଛି ଯେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବେଜିଂରେ ଥିବା ପ୍ରମୁଖ ଜାତୀୟ ରାଜପଥ ଓ ଖେଳ ପଡ଼ିଆଠାରୁ ଆରମ୍ଭ କରି ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି।

Advertisment

ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ବିଶ୍ୱ ତାପାୟନକୁ ହ୍ରାସ କରିବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି। ହେଲେ ଚାଇନାରେ କୋଇଲା ଉତ୍ପାଦନକୁ ଜୋରଦାର କରାଯାଇଛି। ଫଳରେ ଏଥିରୁ ନିର୍ଗତ ହେଉଥିବା ପ୍ରଦୂଷଣ ବାୟୁମଣ୍ଡଳରେ ମିଶି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍କଟଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ପାଇଁ ସିଓପି ୨୬ ବୈଠକ ବସିଥିଲା। ଏଥିରେ ଭାରତ ଓ ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନେ ଯୋଗଦେଇଥିଲେ। ବିଶ୍ୱର ତାପମାତ୍ରାକୁ ୧.୫ ଡିଗ୍ରୀ ହ୍ରାସ କରିବେ ବୋଲି ମଧ୍ୟ ସମସ୍ତେ ଏକମତ ହୋଇଥିଲେ। ହେଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଉକ୍ତ ସମ୍ମିଳନୀରେ ଯୋଗ ଦେଇ ନଥିଲେ। ଚାଇନା ପକ୍ଷରୁ ସମ୍ମିଳନୀ ପାଇଁ ଜିନପିଙ୍ଗଙ୍କ ଗୋଟିଏ ଲିଖିତ ବିବୃତିକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରୁ ଚାଇନାର ପରିବେଶ ପ୍ରୀତି ଉପରେ ପ୍ରଶ୍ନ ଉଠିଛି।

Advertisment

ଏସବୁ ଭିତରେ ଶୁକ୍ରବାର ସକାଳୁ ଚାଇନାର ବିଭିନ୍ନ ସ୍ଥାନରେ ଧୂଳିର ମୋଟା ଆସ୍ତରଣ ଦେଖିବାକୁ ମିଳିଥିଲା। ଏପରି କି ୨୦୦ ମିଟରରୁ କମ୍‌ ଦୂରତାରେ ବି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦେଖିବା କଷ୍ଟକର ହୋଇପଡ଼ିଛି। ହଠାତ୍‌ ପାଣିପାଗରେ ପରିବର୍ତ୍ତନ ଓ ସ୍ଥାନୀୟ ପ୍ରଦୂଷଣ ଯୋଗୁ ଏପରି ସ୍ଥିତି ହୋଇଥିବା ପାଣିପାଣ ବିଜ୍ଞାନୀମାନେ କହିଛନ୍ତି।

ବେଜିଂ ପ୍ରଶାସନ ପ୍ରଦୂଷଣ ବଢ଼ୁଥିବାରୁ ସ୍କୁଲ ଗୁଡ଼ିକୁ ବନ୍ଦ କରିଛି। ତେବେ ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ ଅନଲାଇନ କ୍ଲାସ କରିପାରିବେ। ରାସ୍ତା ଠିକ୍‌ ଭାବେ ଦୃଶ୍ୟ ମାନ ହେଉ ନଥିବାରୁ ସଙ୍ଘାଇ, ତିଆନଜିନ ଓ ହରବାନିକୁ ଲାଗିଥିବା ଜାତୀୟ ରାଜପଥକୁ ବନ୍ଦ କରାଯାଇଛି। ବର୍ତ୍ତମାନ ବେଜିଂରେ ଥିବା ପ୍ରଦୂଷଣ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ସାଂଘାତିକ ସ୍ତରେ ରହିଛି।

ଶନିବାର ସନ୍ଧ୍ୟା ବେଳ ଯାଏ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ବାୟୁମଣ୍ଡଳରେ ଥିବା ପିଏମ୍‌ ୨.୫ ରହିଛି, ଯାହା ଶ୍ୱାସକ୍ରିୟାରେ ଶରୀରକୁ ଯିବା ଦ୍ୱାରା ଫୁସଫୁସ ଉପରେ ସିଧାସଳଖ ହମଲା କରିଥାଏ। କୋଇଲା ଜାଳି ଚାଇନା ପ୍ରାୟ ୬୦% ବିଜୁଳି ଉତ୍ପାଦନ କରିଥାଏ। ଏବେ ବିଜୁଳି ପାଇଁ କୋଇଲା ଉତ୍ପାଦନ ବୃଦ୍ଧି ପାଇଥିବାରୁ ବେଜିଂ ସହରରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe