Advertisment

ପ୍ରଥମଥର ‘ପୁଟିନଙ୍କ ଯୁଦ୍ଧ’କୁ ନରସଂହାର ବୋଲି କହିଲେ ରାଷ୍ଟ୍ରପତି ବାଇଡେନ

ୱାଶିଂଟନ: ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ କରୁଥିବା ଯୁଦ୍ଧକୁ ବାଇଡେନ ପ୍ରଥମଥର ପାଇଁ ନରସଂହାର ଭାବେ ଅବିହିତ କରିଛନ୍ତି। ୟୁକ୍ରେନରେ ପୁଟିନ ସେନା ନରସଂହାର କରୁଛି ବୋଲି ସେ କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛି ଦିନ ତଳେ ୟୁକ୍ରେନର ବୁଚା, ମାରିୟୁପୋଲ ଓ ଅନ୍ୟାନ୍ୟ ସହରରୁ ଶତାଧିକ ସାଧାରଣ ଲୋକଙ୍କ ମୃତଦେହ ମିଳିବା ପରେ ସାରା […]

ଅଦ୍ୟତନ ହୋଇଛି
ପ୍ରଥମଥର ‘ପୁଟିନଙ୍କ ଯୁଦ୍ଧ’କୁ ନରସଂହାର ବୋଲି କହିଲେ ରାଷ୍ଟ୍ରପତି ବାଇଡେନ

Biden

Advertisment

ୱାଶିଂଟନ: ରୁଷ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ କରୁଥିବା ଯୁଦ୍ଧକୁ ବାଇଡେନ ପ୍ରଥମଥର ପାଇଁ ନରସଂହାର ଭାବେ ଅବିହିତ କରିଛନ୍ତି। ୟୁକ୍ରେନରେ ପୁଟିନ ସେନା ନରସଂହାର କରୁଛି ବୋଲି ସେ କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

କିଛି ଦିନ ତଳେ ୟୁକ୍ରେନର ବୁଚା, ମାରିୟୁପୋଲ ଓ ଅନ୍ୟାନ୍ୟ ସହରରୁ ଶତାଧିକ ସାଧାରଣ ଲୋକଙ୍କ ମୃତଦେହ ମିଳିବା ପରେ ସାରା ବିଶ୍ୱରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପଶ୍ଚିମ ଦେଶଗୁଡ଼ିକ ଏହି ଘଟଣା ପରେ ରୁଷକୁ ତୀବ୍ର ସମାଲୋଚନା କରିଥିଲେ। ହେଲେ ଆମେରିକା ରାଷ୍ଟ୍ରପତି ବାଇଡେନ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ।

ଏବେ କିନ୍ତୁ ସେ ରୁଷ ସେନାର ବର୍ବରତାକୁ ନରସଂହାର ବୋଲି କହିଛନ୍ତି। ବାଇଡେନ କହିଛନ୍ତି, “ହଁ, ମୁଁ ଏପରି ଘଟଣାକୁ ନରସଂହାର ବୋଲି କହୁଛି। ରୁଷ ସେନା ଘଟାଉଥିବା କାଣ୍ଡ ନରସଂହାର ପାଇଁ ଯୋଗ୍ୟ କି ନୁହେଁ, ସେକଥା ଆଇଜୀବୀମାନେ ଅନ୍ତର୍ଜାତୀୟସ୍ତରରେ ବିଚାର କରିବେ।

Advertisment

ଆମେ ଆଇନଗତ ପ୍ରକ୍ରିୟାକୁ ଅପେକ୍ଷା କରିବା। କିନ୍ତୁ ମୋ ମତରେ ରୁଷର କାର୍ଯ୍ୟକଳାପ ମୋତେ ବ୍ୟକ୍ତିଗତ ଭାବେ ନରସଂହାର ଭଳି ଲାଗୁଛି। ୟୁକ୍ରେନରେ ରୁଷ କରୁଥିବା ବର୍ବରତାର ପ୍ରମାଣ ପର୍ଯ୍ୟାୟକ୍ରମେ ବାହାରକୁ ଆସିବ। ଆମେ କେବଳ ଆହୁରି ବର୍ବରତା ସମ୍ପର୍କରେ ଜାଣିବାକୁ ପାଇବା। ପୁଟିନ କେବଳ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି।”

ବାଇଡେନଙ୍କ ଏପରି ପ୍ରତିକ୍ରିୟା ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିରି ଜେଲେନସ୍କି ଟ୍ୱିଟ କରିଛନ୍ତି। ପୂର୍ବରେ ସେ ରୁଷ ନରସଂହାର କରୁଥିବା କଥା ବାରମ୍ବାର କହି ଆସୁଥିଲେ। ଏବେ ସେ ବାଇଡେନଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ “ଜଣେ ସଚ୍ଚା ନେତା ପ୍ରକୃତ ଶବ୍ଦ ବ୍ୟବହାର କରିଛନ୍ତି। ରାକ୍ଷାସଙ୍କ ବିରୋଧରେ ଛିଡ଼ା ହେବା ସେମାନଙ୍କ ନାଁ ନେବା ନିହାତି ଜରୁରୀ। ରୁଷିଆନ ଅତ୍ୟାଚାର ରୋକିବାକୁ ଆମକୁ ଆହୁରି ବହୁତ ଅସ୍ତ୍ରଶସ୍ତ୍ର ଦରକାର।”

ବାଇଡେନ ଏହାପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି କହିଥିଲେ। ତେବେ ସେ କେବେ ହେଲେ ନରସଂହାର ଶବ୍ଦର ବ୍ୟବହାର କରି ନଥିଲେ।

Russia-Ukraine War Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe