Advertisment

ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଲେ ବାଇଡେନ, ତୁରନ୍ତ ପଦକ୍ଷେପ ନେବାକୁ କହିଲେ

ୱାଶିଂଟନ: ରୁଷର ଘନଘନ ଆକ୍ରମଣରେ ଅସହାୟକ ହୋଇଥିବା ୟୁକ୍ରେନକୁ ସହଯୋଗର ହାତର ବଢ଼ାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ପୂର୍ବରୁ ସେ ରୁଷ ଉପରେ ଏକାଧିକ କଟକଣା ଲଗାଇଥିବା ବେଳେ ଏବେ ୟୁକ୍ରେନକୁ ତାଙ୍କର  ସହଯୋଗ ଘୋଷଣା ବେଶ ଗୁରୁତ୍ୱବହନ କରୁଛି। ରୁଷ ଆକ୍ରମଣ କରୁଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସବୁ ପଶ୍ଚିମ ରାଷ୍ଟ୍ରକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏବେ ବାଇଡେନ ୟୁକ୍ରେନକୁ ୩୫୦ ମିଲିୟନର ଡଲାର ସୁରକ୍ଷା ସଂକ୍ରାନ୍ତ ସହାୟତା ତୁରନ୍ତ […]

ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଲେ ବାଇଡେନ, ତୁରନ୍ତ ପଦକ୍ଷେପ ନେବାକୁ କହିଲେ

Biden

Advertisment

ୱାଶିଂଟନ: ରୁଷର ଘନଘନ ଆକ୍ରମଣରେ ଅସହାୟକ ହୋଇଥିବା ୟୁକ୍ରେନକୁ ସହଯୋଗର ହାତର ବଢ଼ାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ପୂର୍ବରୁ ସେ ରୁଷ ଉପରେ ଏକାଧିକ କଟକଣା ଲଗାଇଥିବା ବେଳେ ଏବେ ୟୁକ୍ରେନକୁ ତାଙ୍କର  ସହଯୋଗ ଘୋଷଣା ବେଶ ଗୁରୁତ୍ୱବହନ କରୁଛି। ରୁଷ ଆକ୍ରମଣ କରୁଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସବୁ ପଶ୍ଚିମ ରାଷ୍ଟ୍ରକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

Advertisment

ଏବେ ବାଇଡେନ ୟୁକ୍ରେନକୁ ୩୫୦ ମିଲିୟନର ଡଲାର ସୁରକ୍ଷା ସଂକ୍ରାନ୍ତ ସହାୟତା ତୁରନ୍ତ ପ୍ରଦାନ କରିବାକୁ କହିଛନ୍ତି। ୟୁକ୍ରେନର ସୁରକ୍ଷା ଓ ପ୍ରତିରକ୍ଷା ବାବଦରେ ୩୫୦ ମିଲିୟନ ଡଲାର ତୁରନ୍ତ ପ୍ରଦାନ କରିବାକୁ ବାଇଡେନ ଦେଶର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତୃତୀୟ ଥର ପାଇଁ ଆମେରିକା ପକ୍ଷରୁ ୟୁକ୍ରେନର ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଏପରି ସହାୟତା ଦିଆଯାଇଛି। ପୂର୍ବରୁ ଆମେରିକା ୬୦ ମିଲିୟନ ଓ ୨୫୦ ମିଲିୟନ ଡଲାର ୟୁକ୍ରେନକୁ ଦେଇଥିଲା। ଏବେ ଯୁଦ୍ଧ ଭିତରେ ୟୁକ୍ରେନକୁ ୩୫୦ ମିଲିୟନ ଡଲାରର ପାଣ୍ଠି ଯୋଗାଇ ଦିଆଯାଇଛି।

Advertisment

ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଜାରି କରିବ। ଶୁକ୍ରବାର ବାଇଡେନ ଓ ଜେଲେନସ୍କିଙ୍କ ମଧ୍ୟରେ ପ୍ରାୟ ୪୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ଆମେରିକା ସବୁବେଳେ ୟୁକ୍ରେନ ସହ ରହିଛି ବୋଲି କହିଥିଲେ। ଏହାପରେ ସେ ୩୫୦ ମିଲିୟନ ଡଲାରର ସହାୟତା କରିଛନ୍ତି।

କେବଳ ଆମେରିକା ନୁହେଁ, ବ୍ରିଟେନ ମଧ୍ୟ ୟୁକ୍ରେନକୁ ସହଯୋଗ କରିବ ବୋଲି କହିଛି। ନାଟୋ ସଦସ୍ୟ ରାଷ୍ଟ୍ରମାନେ ରୁଷକୁ ଘେରିବା ପାଇଁ ୪୦ ହଜାର ରାପିଡ ଫୋର୍ସ ମୁତୟନ କରିଛନ୍ତି। ସ୍ୱଡେନ ସରକାର ୟୁକ୍ରେନକୁ ଯୁଦ୍ଧରେ ସହଯୋଗ ପାଇଁ ସୈନ୍ୟ ସହାୟତା ପଠାଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe