Advertisment

ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ପୋଲାଣ୍ଡରେ ପହଞ୍ଚିଲେ ବାଇଡେନ

ୱାରଶ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୩୧ ତମ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷ ହମଲା କରୁଥିବା ବେଳେ ଆମେରିକା ସିଧାସଳଖ କିଭ୍‌ ସପକ୍ଷରେ ଏଯାଏ ଯୁଦ୍ଧ କରିବାକୁ ବାହାରିନି। ତେବେ ୟୁକ୍ରେନକୁ ସବୁ ପ୍ରକାରର ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛି। ଏସବୁ ଭିତରେ ଆଜି ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ପୋଲାଣ୍ଡ ଗସ୍ତ ପଛର ପ୍ରକୃତ କାରଣ ହ୍ୱାଇଟ ହାଉସ […]

ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ପୋଲାଣ୍ଡରେ ପହଞ୍ଚିଲେ ବାଇଡେନ

Biden

Advertisment

ୱାରଶ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୩୧ ତମ ଦିନରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷ ହମଲା କରୁଥିବା ବେଳେ ଆମେରିକା ସିଧାସଳଖ କିଭ୍‌ ସପକ୍ଷରେ ଏଯାଏ ଯୁଦ୍ଧ କରିବାକୁ ବାହାରିନି। ତେବେ ୟୁକ୍ରେନକୁ ସବୁ ପ୍ରକାରର ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛି। ଏସବୁ ଭିତରେ ଆଜି ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ପୋଲାଣ୍ଡ ଗସ୍ତ ପଛର ପ୍ରକୃତ କାରଣ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇନି।

Advertisment

କିନ୍ତୁ ପୋଲାଣ୍ଡରେ ଥିବା ଆମେରିକା ସୈନ୍ୟ ଓ ଯୁଦ୍ଧ ଯୋଗୁ ୟୁକ୍ରେନରୁ ଚାଲି ଆସି ଶରଣାର୍ଥୀ ଭାବେ ଜୀବନ କାଟୁଥିବା ଲୋକଙ୍କୁ ଦେଖା କରିବାକୁ ବାଇଡେନ ଏଠାକୁ ଆସିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ବାଇଡେନ ପୋଲାଣ୍ଡରେ ଥିବା ଆମେରିକା ଆର୍ମିର ୮୨ତମ ଏୟାରବର୍ଣ୍ଣ ଡିଭିଜନର ସଦସ୍ୟମାନଙ୍କୁ ଭେଟିବେ।

ଏହି ଡିଭିଜନର ସଦସ୍ୟମାନେ ପୋଲାଣ୍ତ ଆର୍ମି ସହ ନିୟମିତ ଭାବେ କାମ କରୁଛନ୍ତି। ବାଇଡେନ ଶୁକ୍ରବାର ମଧ୍ୟାହ୍ନରେ ସ୍ୱତନ୍ତ୍ର ବିମାନ ଯୋଗେ ପୋଲାଣ୍ଡର ରଜେସଜୱ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହା ୟୁକ୍ରେନ ସୀମା ଠାରୁ ମାତ୍ର ୧ ଘଣ୍ଟାର ରାସ୍ତା। ଶନିବାର ରାଷ୍ଟ୍ରପତି ବାଇଡେନ ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଆଣ୍ଡ୍ରେଜ ଦୁଦା ଓ ଅନ୍ୟମାନଙ୍କ ସହ ବୈଠ କରିବେ।

Advertisment

ଆଣ୍ଡ୍ରେଜ ଆଜି ବାଇଡେନଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିବାର ଥିଲା। ହେଲେ ବିମାନରେ ବୈଷୟିକ ତ୍ରୁଟି ଯୋଗୁ ସେ ଠିକଣା ସମୟରେ ପହଞ୍ଚି ପାରିନାହାନ୍ତି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ ଯୋଗୁ ପ୍ରାୟ ୩୫ ଲକ୍ଷ ଲୋକ ୟୁକ୍ରେନ ଛାଡ଼ିଛନ୍ତ। ଏମାନଙ୍କ ମଧ୍ୟରୁ ୨୨ ଲକ୍ଷ ଲୋକ ପୋଲାଣ୍ତ ଚାଲି ଆସିଛନ୍ତି।

ପୋଲାଣ୍ଡରେ ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ରାଷ୍ଟ୍ରପତି ଭେଟିବେ। ସେହିପରି ୟୁକ୍ରେନର ପ୍ରକୃତି ସ୍ଥିତି ଓ ମାନବୀୟ ସଙ୍କଟ ସମ୍ପର୍କରେ ସିଧାସଳଖ ଆମେରିକା ସୈନ୍ୟ ଏବଂ ସ୍ଥାନୀୟ ବିଶେଷଜ୍ଞଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ। ଏହାପରେ ଆମେରିକା ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ହ୍ୱାଇଟ ହାଉସ କହିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe