ପୁଣି ଶୁକ୍ରବାର ପ୍ରାର୍ଥନା ବେଳେ ମସଜିଦରେ ବିସ୍ଫୋରଣ, ଗଲା ୩୨ ଜୀବନ

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ପୁଣିଥରେ ପବିତ୍ର ଶୁକ୍ରବାରରେ ଭୟଙ୍କର ବିସ୍ଫୋରଣ ଯୋଗୁ ଥରି ଉଠିଛି। କାନ୍ଦାହାରରେ ଥିବା ଗୋଟିଏ ଶିହା ମସଜିଦରେ ଆଜି ସମୂହ ନମାଜ ପାଠ ବେଳେ ଭୟଙ୍କର ସିରିଜ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଏଯାଏ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୫୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରୀୟ ହସ୍ପିଟାଲର ଜଣେ ଡାକ୍ତର କହିନ୍ତି, […]

Blast

Blast

Hemant Lenka
  • Published: Friday, 15 October 2021
  • Updated: 15 October 2021, 04:42 PM IST

Sports

Latest News

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ପୁଣିଥରେ ପବିତ୍ର ଶୁକ୍ରବାରରେ ଭୟଙ୍କର ବିସ୍ଫୋରଣ ଯୋଗୁ ଥରି ଉଠିଛି। କାନ୍ଦାହାରରେ ଥିବା ଗୋଟିଏ ଶିହା ମସଜିଦରେ ଆଜି ସମୂହ ନମାଜ ପାଠ ବେଳେ ଭୟଙ୍କର ସିରିଜ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଏଯାଏ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୫୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।

କେନ୍ଦ୍ରୀୟ ହସ୍ପିଟାଲର ଜଣେ ଡାକ୍ତର କହିନ୍ତି, “ଏଯାଏ ଆମ ପାଖକୁ ୩୨ଟି ମୃତଦେହ ଆସିଥିବା ବେଳେ ୫୩ ଜଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ୫୩ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।”

କାନ୍ଦାହାର ମସଜିଦ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନି। ସେହିପରି କୌଣସି ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଗତ ଶୁକ୍ରବାର ମଧ୍ୟ କୁଣ୍ଡଉଜ ଠାରେ ଥିବା ଗୋଟିଏ ଶିହା ମସଜିଦରେ ଭୟଙ୍କର ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଘଟଣା ପାଇଁ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ତେଣୁ ଏହି ହମଲା ପଛରେ ମଧ୍ୟ ଆଇଏସର ହାତ ଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ମସଜିଦରେ କ୍ରମାଗତ ୩ଟି ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣଟି ମସଜିଦର ମୁଖ୍ୟ ଫାଟକରେ ହୋଇଥିବା ବେଳେ ଦ୍ୱିତୀୟଟି ଏହାର ଦକ୍ଷିଣ ପାର୍ଶ୍ୱରେ ଓ ତୃତୀୟ ବିସ୍ଫୋରଣଟି ପ୍ରାର୍ଥନା ପୂର୍ବରୁ ଲୋକମାନେ ଯେଉଁଠି ଧୋଇ ହୁଅନ୍ତି, ସେଠାରେ ହୋଇଛି।

ଶୁକ୍ରବାର ପ୍ରାର୍ଥନା ପାଇଁ ମସଜିଦରେ ଲୋକମାନଙ୍କ ଭିଡ଼ ହୋଇଥିବା ବେଳେ ଏପରି ୩ଟି ବିସ୍ଫୋରଣ ହୋଇଛି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର କ୍ୟୁରି ସୟିଦ ଖୋସ୍ତି ଟ୍ୱିଟ କରି କହିଛନ୍ତି, “କାନ୍ଦାହାରର ପ୍ରଥମ ଜିଲ୍ଲାରେ ଥିବା ଶିହାମାନଙ୍କ ମସଜିଦରେ ଆଜି ଘଟିଥିବା ବିସ୍ଫୋରଣରେ ଆମେ ମର୍ମାହତ।

ଏହି ଘଟଣାରେ ଆମର ଅନେକ ଲୋକ ସହିଦ ହୋଇଥିବା ବେଳେ ଅନେକ ଆହତ ବି ହୋଇଛନ୍ତି। ଖବର ପାଇ ଇସଲାମିକ ଏମିରାତର ସ୍ପେଶାଲ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ସେମାନେ ଦୋଷୀମାନଙ୍କୁ ନିଶ୍ଚିତ ଦଣ୍ଡ ଦେବେ।”

ବିସ୍ଫୋରଣ ବେଳେ ମସଜିଦରେ ପ୍ରବଳ ଲୋକ ରହିଥିଲେ। ଘଟଣା ପରେ ୧୫ରୁ ଅଧିକ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେଇଥିଲା। ମସଜିଦରେ ଅନେକ ଲୋକ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story