Advertisment

ହସ୍ପିଟାଲ ପାଖରେ ସିରିଜ୍‌ ବିସ୍ଫୋରଣ ପରେ ଗର୍ଜିଲା ବନ୍ଧୁକ

କାବୁଲ: ତାଲିବାନ ପଞ୍ଝାରେ ଥିବା ଆଫଗାନିସ୍ତାନର ରାଜଧାନୀ କାବୁଲର ସବୁଠାରୁ ବଡ଼ ମିଲିଟାରୀ ହସ୍ପିଟାଲ ନିକଟରେ ଦୁଇଟି ବଡ଼ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଏଣେତେଣେ ଦୌଡ଼ୁ ଥିବା ବେଳେ ଆଖିବୁଜା ଗୁଳି ମାଡ଼ ହୋଇଥିବା ଖବର ମିଳିଛି। ଏହି ବିସ୍ଫୋରଣ ଓ ଗୁଳି ମାଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। କିନ୍ତୁ କ୍ଷୟକ୍ଷତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ସାମ୍ନାକୁ ଆସିନି। ଜଣେ ପ୍ରତ୍ୟେକ୍ଷଦର୍ଶୀ ଓ ସରକାରୀ ମୁଖପାତ୍ରଙ୍କ ବୟାନକୁ ଭିତ୍ତି କରି […]

ଅଦ୍ୟତନ ହୋଇଛି
ହସ୍ପିଟାଲ ପାଖରେ ସିରିଜ୍‌ ବିସ୍ଫୋରଣ ପରେ ଗର୍ଜିଲା ବନ୍ଧୁକ

Blast

Advertisment

କାବୁଲ: ତାଲିବାନ ପଞ୍ଝାରେ ଥିବା ଆଫଗାନିସ୍ତାନର ରାଜଧାନୀ କାବୁଲର ସବୁଠାରୁ ବଡ଼ ମିଲିଟାରୀ ହସ୍ପିଟାଲ ନିକଟରେ ଦୁଇଟି ବଡ଼ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଏଣେତେଣେ ଦୌଡ଼ୁ ଥିବା ବେଳେ ଆଖିବୁଜା ଗୁଳି ମାଡ଼ ହୋଇଥିବା ଖବର ମିଳିଛି। ଏହି ବିସ୍ଫୋରଣ ଓ ଗୁଳି ମାଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। କିନ୍ତୁ କ୍ଷୟକ୍ଷତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ସାମ୍ନାକୁ ଆସିନି।

Advertisment

ଜଣେ ପ୍ରତ୍ୟେକ୍ଷଦର୍ଶୀ ଓ ସରକାରୀ ମୁଖପାତ୍ରଙ୍କ ବୟାନକୁ ଭିତ୍ତି କରି ବିଭିନ୍ନ ଗଣମାଧ୍ୟମ ଏ ସଂକ୍ରାନ୍ତରେ ଖବର ପ୍ରସାରଣ କରିଛନ୍ତି। ଇସଲାମିକ ଏମିରେତର ଡେପୁଟି ମୁଖପାତ୍ର ବିଲାଲ କରିମ କହିଛନ୍ତି, କାବୁଲର ସରଦାର ମହମ୍ମଦ ଦାଉଦ ଖାନ ମିଲିଟାରୀ ହସ୍ପିଟାଲର ସାମ୍ନା ଗେଟ୍ ନିକଟରେ ହିଁ ହମଲା ହୋଇଛି। ସାମ୍ନା ପଟ ଗେଟ୍‌ ନିକଟରେ ଲଗାତାର ଦୁଇଟି ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି।

କାର୍‌ ଦ୍ୱାରା କେହି ବିସ୍ଫୋରଣ କରିଥିବା କୁହାଯାଉଛି। ସେହିପରି କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। ପୂରା ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନି ବୋଲି ସେ କହିଛନ୍ତି।

Advertisment

ସ୍ଥାନୀୟ ଲୋକମାନେ ଶେୟାର କରିଥିବା ଫଟୋରେ ପ୍ରବଳ ଧୂଆଁ ହସ୍ପିଟାଲର ସାମ୍ନା ଗେଟ୍ ନିକଟରୁ ନିର୍ଗତ ହେଉଥିବା ଦେଖାଯାଉଛି। କାବୁଲର ୱାଜିର ଆକବର ଖାନ ଅଞ୍ଚଳରେ ହିଁ ଏହି ହସ୍ପିଟାଲ ରହିଛି। ଏପରି ବିସ୍ଫୋରଣ ପାଇଁ ଏଯାଏ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ଆଇଏସଆଇଏଲ ଦ୍ୱାରା ଅନୁବନ୍ଧିତ ବିଦ୍ରୋହୀମାନେ ହସ୍ପିଟାଲରେ ପ୍ରବେଶ କରିବା ସହ ସୁରକ୍ଷାକର୍ମୀଙ୍କ ସହ ଲଢ଼େଇ କରିଥିଲେ। ଏହାପରେ ହିଁ ଏପରି ବିସ୍ଫୋରଣ ହୋଇଛି। ତେଣୁ ଏହା ପଛରେ ଆଇଏସ୍‌ଆଇଏଲର ହାତ ରହିଥିବା ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe