Advertisment

ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ, ୧୫ ମୃତ

କାବୁଲ: ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ। ଏକ ମଦରାସା ଭିତରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୭ ଜଣ ଗୁରୁତର ହୋଇଛନ୍ତି । ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ଆଇବାକ ସହରରେ ଏହି ବିସ୍ଫୋରଣ ଘଟିଛି। ରିପୋର୍ଟ ଅନୁସାରେ, ତାଲିବାନ ଜଣେ ଅଧିକାରୀଙ୍କ କହିବା ମୁତାବକ ଉତ୍ତର ଆଫଗାନିସ୍ତାନର ଏକ ମଦରାସାରେ ନମାଜ ପାଠ ବେଳେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ […]

ଅଦ୍ୟତନ ହୋଇଛି
ବେଲୁଚିସ୍ତାନରେ ଏକାଧିକ ବିସ୍ଫୋରଣ, ପାକିସ୍ତାନର ୫ ସୈନ ନିହତ

Blast

Advertisment

କାବୁଲ: ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ। ଏକ ମଦରାସା ଭିତରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୭ ଜଣ ଗୁରୁତର ହୋଇଛନ୍ତି । ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ଆଇବାକ ସହରରେ ଏହି ବିସ୍ଫୋରଣ ଘଟିଛି।

Advertisment

ରିପୋର୍ଟ ଅନୁସାରେ, ତାଲିବାନ ଜଣେ ଅଧିକାରୀଙ୍କ କହିବା ମୁତାବକ ଉତ୍ତର ଆଫଗାନିସ୍ତାନର ଏକ ମଦରାସାରେ ନମାଜ ପାଠ ବେଳେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଅଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

https://twitter.com/ANI/status/1597910471759499269?s=20&t=j_juxFjv9hFskJW9wWWa8Q

Advertisment

ତାଲିବାନ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟାକୋର କହିଛନ୍ତି ଯେ ଉତ୍ତର ସାମଙ୍ଗାନ ପ୍ରଦେଶର ରାଜଧାନୀ ଆଇବାକରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିହିଓରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହଗୁଡିକ ଏକ ହଲରେ ପଡ଼ିଥିବାର ଦେଖାଯାଇଛି। କିଛି ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ତାଲିବାନ ଅଧିକାରୀମାନେ ବିସ୍ଫୋରଣ ସ୍ଥଳରେ ଲୋକଙ୍କୁ ଭିଡିଓ ତିଆରି କରିବାକୁ ବାରଣ କରିଛନ୍ତି ଏବଂ କୌଣସି ସାଧାରଣ ନାଗରିକଙ୍କୁ ବିସ୍ଫୋରଣ ସ୍ଥଳକୁ ଯିବାକୁ ଅନୁମତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନଥିବା ବେଳେ ଏହା ପଛରେ ଆଇଏସ୍‌ଆଇଏସ୍‌ର ହାତ ଥିବା ସନ୍ଦେହ କରାଯାଉଛି।

ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଆଇଏସଆଇଏସ ଅନେକ ସମୟରେ ମସଜିଦ ଏବଂ ନମାଜ ପାଠ ବେଳେ ବିସ୍ଫୋରଣ କରିଆସୁଛି। ସେମାନେ ବିଶେଷ କରି ଆଫଗାନିସ୍ତାନର ଶିଆ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଟାର୍ଗେଟ କରୁଛନ୍ତି। ଅଗଷ୍ଟ ମାସରେ କାବୁଲର ଏକ ମସଜିଦରେ ବୋମା ବିସ୍ଫୋରଣରେ ୨୧ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପଛରେ ଆଇଏସ୍‌ଆଇଏସ୍‌ର ହାତ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe