Advertisment

ପାକିସ୍ତାନର ଅସ୍ତ୍ର ଡିପୋରେ ଭୟଙ୍କର ବିସ୍ଫୋରଣ

ଇସଲାମାବାଦ: ଭୟଙ୍କର ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ। ସିଆଲକୋଟ୍‌ର କ୍ୟାଣ୍ଟୋମେଣ୍ଟ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣାଯାଇଛି। ଏଠାରେ ସିରିଜ ବିସ୍ଫୋରଣ ହୋଇଛି। ପାକିସ୍ତାନ ସିଆଲକୋଟ ସ୍ଥିତ ମିଲିଟାରୀ ବେସ୍‌ରେ ଥିବା ଅସ୍ତ୍ର ଡିପୋରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହା ପଞ୍ଜାବର ଛାୱନୀ ଅଞ୍ଚଳ ଯାଏଁ ଶୁଣିବାକୁ ମିଳିଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ ସିଆଲ୍‌କୋଟ ସ୍ଥିତି ମିଲିଟାରୀ ବେସ୍‌ରେ ବିସ୍ଫୋରଣ  ହୋଇଛି। ସେଠାରେ ଥିବା ଏକ ଗୋଳା ବାରୁଦ […]

ପାକିସ୍ତାନର ଅସ୍ତ୍ର ଡିପୋରେ ଭୟଙ୍କର ବିସ୍ଫୋରଣ

blast in pakistan

Advertisment

ଇସଲାମାବାଦ: ଭୟଙ୍କର ବିସ୍ଫୋରଣରେ ଦୋହଲିଲା ପାକିସ୍ତାନ। ସିଆଲକୋଟ୍‌ର କ୍ୟାଣ୍ଟୋମେଣ୍ଟ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣାଯାଇଛି। ଏଠାରେ ସିରିଜ ବିସ୍ଫୋରଣ ହୋଇଛି। ପାକିସ୍ତାନ ସିଆଲକୋଟ ସ୍ଥିତ ମିଲିଟାରୀ ବେସ୍‌ରେ ଥିବା ଅସ୍ତ୍ର ଡିପୋରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହା ପଞ୍ଜାବର ଛାୱନୀ ଅଞ୍ଚଳ ଯାଏଁ ଶୁଣିବାକୁ ମିଳିଥିଲା।

Advertisment

ପ୍ରାରମ୍ଭିକ ସୂଚନା ଅନୁସାରେ ସିଆଲ୍‌କୋଟ ସ୍ଥିତି ମିଲିଟାରୀ ବେସ୍‌ରେ ବିସ୍ଫୋରଣ  ହୋଇଛି। ସେଠାରେ ଥିବା ଏକ ଗୋଳା ବାରୁଦ ଡିପୋରେ ଭୟଙ୍କର ଧରରଣ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଯାଏଁ ବିସ୍ଫୋରଣ ପଛର ପ୍ରକୃତ କାରଣ ଜଣାପଡିନାହିଁ।

ସେପଟେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ମଧ୍ୟ ବର୍ତ୍ତମାନ ଯାଏଁ ଏହି ଘଟଣା ନେଇ କୌଣସି ସୂଚନା ମିଳିନାହିଁ। ଏଥିସହିତ ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରାଯାଉଛି। ଏହି ଭିଡିଓଗୁଡିକରେ, ଭୟଙ୍କର ଅଗ୍ନିକାଣ୍ଡ ସହ ଧୂଆଁ ସାମରିକ ବେସର ଉପରୁ ଉଠୁଥିବା ଦେଖିବାକୁ ମିଳିଛି।

Advertisment

ତେବେ ପାକିସ୍ତାନରେ ଏଭଳି ବିସ୍ଫୋରଣ ହେବା କୌଣସି ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ବଲୁଚ ବିଦ୍ରୋହୀମାନେ ସେନା ବେସ୍‌ଗୁଡିକ ଉପରେ ଟାର୍ଗେଟ କରିଥିଲେ। ଏଥିରେ ଅନେକ ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ ଯେଉଁ ସିଆଲକୋଟ ସାମରିକ ବେସ ଉପରେ ବିସ୍ଫୋରଣ ହୋଇଛି ​​ତାହା ମୁଖ୍ୟ ସହର ସହିତ ଲାଗିଥିବା ସିଆଲକୋଟ କ୍ୟାଣ୍ଟ ଅଞ୍ଚଳରେ ଆସିଥାଏ। ସିଆଲକୋଟ କ୍ୟାଣ୍ଟ ଅଞ୍ଚଳ ହେଉଛି ପାକିସ୍ତାନର ସର୍ବ ପୁରାତନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାଣ୍ଟନମେଣ୍ଟ ଅଞ୍ଚଳ। ଏହା ୧୮୫୨ ମସିହାରେ ବ୍ରିଟିଶ ଭାରତୀୟ ସେନା ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

https://twitter.com/RazaaMaria/status/1505372069202362369?s=20&t=40xUXERfwAazPvpSsfNfJw

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe