Advertisment

ଫଟୋ କହୁଛି ୟୁକ୍ରେନ ନରସଂହାରର କଥା

ବୁଚା: ରାସ୍ତାକଡ଼ରେ ନିସ୍ତେଜ ହୋଇ ପଡ଼ିଛନ୍ତି ଜଣେ ବ୍ୟକ୍ତି। ତାଙ୍କ ଦୁଇ ହାତ ପଛ ପଟେ ବନ୍ଧା ହୋଇଥିବା ବେଳେ ମୁଣ୍ଡରେ ରହିଛି ଗୁଳିମାଡ଼ର ଚିହ୍ନ। ତାଙ୍କ ଦେହରେ ଆଉ ପ୍ରାଣ ନାହିଁ। ୟୁକ୍ରେନର ବୁଚା ସହରରୁ ଆସିଛି ଏପରି ବିଚଳିତ କରିବା ଭଳି ଫଟୋ। ବୁଚା ସହର ରୁଷ ସୈନ୍ୟଙ୍କ କବଜାରେ ଥିଲା। ଏବେ ୟୁକ୍ରେନ ଏହାକୁ ପୁଣି ନିଜ ଅକ୍ତିଆରକୁ ନେଇଛି। ରୁଷ ସୈନ୍ୟ ଏଠାରୁ ଯିବା ପରେ ଶହଶହ ସାଧାରଣ ଲୋକଙ୍କ ମୃତଦେହ […]

ଅଦ୍ୟତନ ହୋଇଛି
ଫଟୋ କହୁଛି ୟୁକ୍ରେନ ନରସଂହାରର କଥା

Ukraine

Advertisment

ବୁଚା: ରାସ୍ତାକଡ଼ରେ ନିସ୍ତେଜ ହୋଇ ପଡ଼ିଛନ୍ତି ଜଣେ ବ୍ୟକ୍ତି। ତାଙ୍କ ଦୁଇ ହାତ ପଛ ପଟେ ବନ୍ଧା ହୋଇଥିବା ବେଳେ ମୁଣ୍ଡରେ ରହିଛି ଗୁଳିମାଡ଼ର ଚିହ୍ନ। ତାଙ୍କ ଦେହରେ ଆଉ ପ୍ରାଣ ନାହିଁ। ୟୁକ୍ରେନର ବୁଚା ସହରରୁ ଆସିଛି ଏପରି ବିଚଳିତ କରିବା ଭଳି ଫଟୋ।

Advertisment

ବୁଚା ସହର ରୁଷ ସୈନ୍ୟଙ୍କ କବଜାରେ ଥିଲା। ଏବେ ୟୁକ୍ରେନ ଏହାକୁ ପୁଣି ନିଜ ଅକ୍ତିଆରକୁ ନେଇଛି। ରୁଷ ସୈନ୍ୟ ଏଠାରୁ ଯିବା ପରେ ଶହଶହ ସାଧାରଣ ଲୋକଙ୍କ ମୃତଦେହ ମିଳିଥିବା ୟୁକ୍ରେନ ପ୍ରଶାସନ ଦାବି କରିଛି। ଏମାନଙ୍କୁ ହତ୍ୟା କରି ରୁଷ ଯୁଦ୍ଧ ଅପରାଧ ଘଟାଇଥିବା କିଭ୍‌ ଅଭିଯୋଗ କରିଛି।

ବୁଚାର ଡେପୁଟି ମେୟର ତାରସ ଶାପ୍ରଭିସ୍କି କହିଛନ୍ତି, “ରୁଷ ସୈନ୍ୟ ଏଠାରୁ ଯିବା ପରେ ଶହଶହ ଶବ ମିଳିଛି। ଏହା ମଧ୍ୟରୁ ୫୦ ଜଣ ସାଧାରଣ ଲୋକଙ୍କ ରୁଷ ସେନା ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଏହା ଯୁଦ୍ଧ ଅପରାଧ। ରୁଷ ସେନା ବୁଚାରେ ଭିଆଇ ଥିବା କାଣ୍ଡର ଫଟୋ ଓ ଭିଡିଓ ମଧ୍ୟ ଜାରି କରାଯାଇଛି।”

Advertisment

ରବିବାର ଅନ୍ତର୍ଜାତୀୟ ଗଣମାଧ୍ୟମରେ ବୁଚା ସହରର ରାସ୍ତା କଡ଼ରେ ୩ ଜଣଙ୍କ ମୃତଦେହ କେମିତି ପଡ଼ିଥିଲା, ତା’ର ଫଟୋ ପ୍ରକାଶ କରାଯାଇଥିଲା। ଏହି ମୃତଦେହ ମଧ୍ୟରୁ ଜଣଙ୍କର ହାତ ଧଳା ବ୍ୟାଣ୍ଡରେ ପଛ ପଟେ ବନ୍ଧା ଯାଇଥିବା ବେଳେ ଆଉ ଦୁଇ ଜଣଙ୍କ ହାତ ବନ୍ଧା ଯାଇ ନାହିଁ। କିନ୍ତୁ ସମସ୍ତଙ୍କ ମୁଣ୍ଡରେ ଗୁଳିମାଡ଼ର ଚିହ୍ନ ରହିଛି। ଏମାନଙ୍କ ଶରୀରର ଆଉ କେଉଁ ସ୍ଥାନରେ ବି କ୍ଷତଚିହ୍ନ ନାହିଁ। ସମସ୍ତ ମୃତକ ପୁରୁଷ ଓ ସେମାନେ ସାଧାରଣ ଲୋକଙ୍କ ଭଳି ପୋଷାକ ପିନ୍ଧିଛନ୍ତି।

ହାତ ବନ୍ଧା ଯାଇଥିବା ବ୍ୟକ୍ତିଙ୍କ ଓଠ ଓ ମୁହଁରେ ବର୍ଣ୍ଣ ପାୱଡରର ଚିହ୍ନ ରହିଛି। ଜଣେ ବ୍ୟକ୍ତିଙ୍କୁ ଅତି ନିକଟରୁ ଗୁଳି କଲେ ସାଧାରଣତଃ ଏପରି ସ୍ଥିତି ସୃଷ୍ଟି ହୋଇଥାଏ। ତେଣୁ ଉକ୍ତ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଥିବା କୁହାଯାଉଛି।

ରୁଷ ଯେତେବେଳେ ବୁଚା ସହର ଦଖଲ କରିଥିଲା ସେତେବେଳେ ସାଧାରଣ ଲୋକଙ୍କ ଚିହ୍ନଟ ପାଇଁ ଧଳା ରଙ୍ଗର ହ୍ୟାଣ୍ଡବ୍ୟାଣ୍ଡ ଲଗାଇବାକୁ କହିଥିଲା। ଏବେ ଉକ୍ତ ଧଳା ବ୍ୟାଣ୍ଡ ଦ୍ୱାରା ହିଁ ରାସ୍ତାକଡ଼ରେ ପଡ଼ିଥିବା ବ୍ୟକ୍ତିଙ୍କ ହାତ ବନ୍ଧା ହୋଇଛି। ତେଣୁ ଏହା ପଛରେ ରୁଷ ସେନାର ହାତ ଥିବା ଆଶଙ୍କା କରାଯାଉଛି।

ବୁଚା ପ୍ରଶାସନ କହିଛି ଯେ ରୁଷ ସେନା ଏଠାରୁ ଯିବା ପରେ ୩୦୦ରୁ ଅଧିକ ମୃତଦେହ ମିଳିଛି। ଏହା ମଧ୍ୟରୁ ରୁଷ ସେନା ୫୦ ଜଣଙ୍କୁ ହତ୍ୟା କରିଥିବା ଆମ ପାଖରେ ପ୍ରମାଣ ରହିଛି। ବାକି ଲୋକ ଯୁଦ୍ଧ ସମୟରେ ଗୁଳିମାଡ଼ର ଶିକାର ହୋଇ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପ୍ରାଣ ହରାଇ ଥାଇପାରନ୍ତି। ଏହାର ଯାଞ୍ଚ କରାଯାଉଥିବା ପ୍ରଶାସନ ସୂଚନା ଦେଇଛି।

ଅନ୍ୟପକ୍ଷରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ “ୟୁକ୍ରେନ କରୁଥିବା ଦାବିରେ କୌଣସି ସତ୍ୟତା ନାହିଁ। ବୁଚାରେ ରୁଷ ସେନା ସାଧାରଣ ଲୋକଙ୍କ ବିରୋଧରେ ହିଂସାକାଣ୍ଡ ଘଟାଇ ନାହିଁ। ମାର୍ଚ୍ଚ ୩୦ରେ ରୁଷ ସେନା ବୁଚାରୁ ଫେରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ୪୫୨ ଟନ୍‌ର ମାନବୀୟ ସହାୟତା ଯୋଗାଇ ଦିଆଯାଇଥିଲା। ତେଣୁ ୟୁକ୍ରେନ ନିଜକୁ ସୁହାଇଲା ଭଳି ଭିଡିଓ ଫଟୋ ଜାରି କରି ଉତ୍ତେଜନା ସୃଷ୍ଟି ନ କରୁ।”

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe