Advertisment

ମିନିବସ୍‌କୁ ଟାର୍ଗେଟ କରି ଭୟଙ୍କର ବୋମା ବିସ୍ଫୋରଣ

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନରେ ବିସ୍ଫୋରଣ ପରେ ବିସ୍ଫୋରଣ ଘଟି ଚାଲିଛି। ଏହିକ୍ରମରେ ରାଜଧାନୀ କାବୁଲ ଉପକଣ୍ଠରେ ଗୋଟିଏ ମିନିବସ୍‌କୁ ଟାର୍ଗେଟ କରି ଆତଙ୍କୀମାନେ ହମଲା କରିଛନ୍ତି। ବିସ୍ଫୋରଣ ବେଶ ଶକ୍ତିଶାଳୀ ରହିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ମିନିବସ୍‌ଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାବୁଲର ଦାଶଟ-ଇ-ବାରଚିରେ ଏହି ହମଲା ହୋଇଛି। ଏଠାରେ ସଂଖ୍ୟାଲଘୁ […]

ମିନିବସ୍‌କୁ ଟାର୍ଗେଟ କରି ଭୟଙ୍କର ବୋମା ବିସ୍ଫୋରଣ

Blast

Advertisment

କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନରେ ବିସ୍ଫୋରଣ ପରେ ବିସ୍ଫୋରଣ ଘଟି ଚାଲିଛି। ଏହିକ୍ରମରେ ରାଜଧାନୀ କାବୁଲ ଉପକଣ୍ଠରେ ଗୋଟିଏ ମିନିବସ୍‌କୁ ଟାର୍ଗେଟ କରି ଆତଙ୍କୀମାନେ ହମଲା କରିଛନ୍ତି। ବିସ୍ଫୋରଣ ବେଶ ଶକ୍ତିଶାଳୀ ରହିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ମିନିବସ୍‌ଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, କାବୁଲର ଦାଶଟ-ଇ-ବାରଚିରେ ଏହି ହମଲା ହୋଇଛି। ଏଠାରେ ସଂଖ୍ୟାଲଘୁ ହାଜରା ସଂପ୍ରଦାୟର ଲୋକମାନେ ରୁହନ୍ତି। ତେଣୁ ସେମାନଙ୍କୁ ଟାର୍ଗେଟ କରି ଏପରି ବିସ୍ଫୋରଣ କରାଯାଇଛି। ତାଲିବାନର ସ୍ୱତନ୍ତ୍ର କମାଣ୍ଡୋ ପକ୍ଷରୁ କୁହାଯାଇଛି ଯେ ମିନିବସ୍‌ରେ ହିଁ ବୋମା ଖଞ୍ଜା ଯାଇଥିଲା। ବିସ୍ଫୋରଣରେ ୨ ଜଣ ପ୍ରାଣ ହରାଇଛନ୍ତି ଓ ଆଉ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି। ଏବେ ଘଟଣାର ତଦନ୍ତ କରାଯାଉଛି। ମିନିବସ୍‌ ସହ ଗୋଟିଏ ଟ୍ୟାକ୍ସି ମଧ୍ୟ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି।

ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଜଣେ ସାମ୍ବାଦିକ କହିଛନ୍ତି, “ମୁଁ ହଠାତ୍‌ ବିରାଟ ବିସ୍ଫୋରଣର ଶବ୍ଦ ଶୁଣିଲି। ଏହାପରେ ଗୋଟିଏ ମିନିବସ ଓ ଟ୍ୟାକ୍ସି ଜଳୁଥିବା ଦେଖିବାକୁ ପାଇଥିଲି। ଏହାର କିଛି ମିନିଟ୍‌ ପରେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲା। ସେଥିରେ ମୃତାହତଙ୍କୁ ହସ୍ପିଟାଲ ନିଆଯାଇଥିଲା।”

Advertisment

ଆଇଏସ୍-ଖୋରାସନ(ଆଇଏସ-କେ) ଘଟଣା ପାଇଁ ନିଜକୁ ଦାୟୀ କରିଛି। ସଂଗଠନ ତା’ର ଟେଲିଗ୍ରାମ ଚ୍ୟାନେଲରେ କହିଛି ଯେ ଦୁଇଟି ବିସ୍ଫୋରଣରେ ୨୦ରୁ ଅଧିକ ଲୋକ ମୃତାହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଏହି ଅଞ୍ଚଳରେ ଗୋଟିଏ ମିନିବସ୍‌ରେ ବିସ୍ଫୋରଣ କରାଯାଇଥିଲା। ଏଥିରେ ଜଣେ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ଏହା ପଛରେ ବି ଆଇଏସ୍‌-କେର ହାତ ରହିଥିଲା। ଆଫଗାନକୁ ତାଲିବାନ ଦଖଲ କରିବା ପରଠାରୁ ହିଁ ଆଇଏସ୍-କେ ବାରମ୍ବାର ବିଭିନ୍ନ ସ୍ଥାନରେ ହମଲା କରୁଛି। ବିଶେଷ କରି ମୁସଲିମ ସଂପ୍ରଦାୟର ସଂଖ୍ୟାଲଘୁ ବର୍ଗଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe