Advertisment

ବ୍ରାଜିଲରେ ଅରାଜକତା ପାଇଁ ବିଦା ହେଲେ ରାଜ୍ୟପାଳ

ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୩ ମାସ ପାଇଁ ବହିସ୍କାର କରିଛନ୍ତି। ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ପାଇଁ ରାଜ୍ୟପାଳଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରାଜିଲର ଦକ୍ଷିଣପନ୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ୩୦୦୦ ସମର୍ଥକ ରବିବାର ବ୍ରାଜିଲର ରାଷ୍ଟ୍ରପତି ଭବନ ଏବଂ ର ସୁପ୍ରିମକୋର୍ଟରେ ଧସେଇ […]

ଅଦ୍ୟତନ ହୋଇଛି
ବ୍ରାଜିଲରେ ଅରାଜକତା ପାଇଁ ବିଦା ହେଲେ ରାଜ୍ୟପାଳ

790

Advertisment

ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୩ ମାସ ପାଇଁ ବହିସ୍କାର କରିଛନ୍ତି। ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ପାଇଁ ରାଜ୍ୟପାଳଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରାଜିଲର ଦକ୍ଷିଣପନ୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ୩୦୦୦ ସମର୍ଥକ ରବିବାର ବ୍ରାଜିଲର ରାଷ୍ଟ୍ରପତି ଭବନ ଏବଂ ର ସୁପ୍ରିମକୋର୍ଟରେ ଧସେଇ ପଶିବା ପରେ ଏହି କାର୍ଯନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରାଜିଲର ନବ ନିର୍ବାଚିତ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭାଙ୍କୁ ବିରୋଧ କରି ତାଙ୍କୁ ଶାସନ ଗାଦିରେ ବସେଇ ନଦେବା ଲାଗି ପୂର୍ବତନ ରାଷ୍ଟ୍ରପତିଙ୍କ ଶତାଧିକ ସମର୍ଥକ ରବିବାର ହଙ୍ଗାମା କରିଥିଲେ। ରାଷ୍ଟ୍ରର ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ଆକ୍ରମଣକୁ ନେଇ ଉଚ୍ଚସ୍ତୟ ତଦନ୍ତ ଆରମ୍ଭ ହୋଇଛି।

Advertisment

୪ ଦଶନ୍ଧି ହେବ ବ୍ରାଜିଲରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି। ତେବେ ରବିବାର ହିଂସାକାଣ୍ଡ ଘଟାଇଥିବା ଅରାଜକ ତତ୍ତ୍ୱଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି।  ଗତ ବର୍ଷ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କୁ ପରାସ୍ତ କରି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।  ଏହି ବିଜୟକୁ  ଜାଇର୍‌ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ହଜମ କରିନପାରି ନଥିଲେ।

ସେମାନେ ନୂଆ ରାଷ୍ଟପ୍ରତିଙ୍କୁ କ୍ଷମତା ଆସନରେ ବସାଇ ନଦେବାକୁ କସରତ ଜାରି ରଖିଥିଲେ। ଗତ ସପ୍ତାହରେ ଲୁଇଜ ଇନାସିଓ ଲୁଲା ଡି ସିଲଭା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହାକୁ ବିରୋଧକରି ପ୍ରଦର୍ଶନକାରୀ ପୋଲିସ ବାରିକେଡକୁ ଭାଙ୍ଗି କଂଗ୍ରେସ(ସଂସଦ ଭବନ), ରାଷ୍ଟ୍ରପତି ଭବନ ଓ ସୁପ୍ରିମ କୋର୍ଟରେ ପସି ଯାଇଥିଲେ । ଏଭଳି ପରିସ୍ଥିତି ୨୦୨୧ରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ କରିଥିଲେ । ଯେଉଁମାନେ ୟୁଏସ କ୍ୟାପିଟାଲ ଉପରେ ଜାନୁୟାରୀ ୬ ଆକ୍ରମଣ କରିଥିଲେ।   ବ୍ରାସିଲିଆରେ ପ୍ରଦର୍ଶନକାରୀ ସବୁଜ ଓ ହଳଦିଆ ରଙ୍ଗର କପଡ଼ା ପିନ୍ଧିଥିଲେ । ଏମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀର ଲୋକେ ସଦନ ଅଧ୍ୟକ୍ଷଙ୍କ ଆସନ ଉପରକୁ ଚଢି ଯାଇଥିଲେ ଓ ତାଙ୍କ ପାଖରେ ଜମା ହୋଇଯାଇଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe