/odisha-reporter/media/post_attachments/uploads/2022/11/school-shootings.jpg)
school-shootings
ନୂଆଦିଲ୍ଲୀ: ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ। ଟଳିପଡିଲେ ଦୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଛାତ୍ର। ଏଥିସହ ୧୧ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତର ୧୧ ଜଣଙ୍କ ମଧ୍ୟରେ ୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। ଏଥି ସହ ୨ ଛାତ୍ର ମଧ୍ୟ ଅଛନ୍ତି। ବ୍ରାଜିଲର ଦକ୍ଷିଣ ପୂର୍ବାଞ୍ଚଳରେ ଥିବା ଏକ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି।
ରିପୋର୍ଟ ମୁତାବକ, ଶୁକ୍ରବାର ବ୍ରାଜିଲର ଆରାକ୍ରୁଜ ସହରରେ ଥିବା ଏସ୍କିରିଟୋ ସେଣ୍ଟର ଦୁଇଟି ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଜଣେ ଦୁର୍ବୃତ୍ତ ସ୍କୁଲ ଭିତରେ ବନ୍ଧୁକ ଧରି ପଶିବା ସହ ଆଖିଗୁଳିମାଡ କରିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଟର୍ ଜଣକ ସେମି ଅଟୋମେଟିକ ପିସ୍ତଳରେ ଆକ୍ରମଣ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି।
ସିସିଟିଭି ଫୁଟେଜ ଅନୁସାରେ ଆକ୍ରମଣକାରୀ ଜଣକ ମୁହଁ ଢାଙ୍କି ସ୍କୁଲ ଭିତରକୁ ପ୍ରବେଶ କରିଥିଲା। ହାତରେ ଥିଲା ସେମି ଅଟୋମେଟିକ୍ ବନ୍ଧୁକ। କେହି କିଛି ବୁଝିବା ଆଗରୁ ଆଖିବୁଜା ଗୁଳିମାଡ କରିଥିଲା। ସେପଟେ ଏହି ଖବର ପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ଗିରଫ କରିଛି। ଏନେଇ ସ୍କୁଲର ଅଧିକାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆକ୍ରମଣକାରୀର ବୟସ ପାଖାପଖି ୧୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
