Advertisment

ଚର୍ଚ୍ଚ ଭିତରେ ଛୁରାମାଡ଼, ବ୍ରିଟିଶ ସାଂସଦଙ୍କୁ ହତ୍ୟା

ଲଣ୍ଡନ: ଚର୍ଚ୍ଚ ଭିତରେ ଛୁରାମାଡ। ସମସ୍ତଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସ୍‌ ଛୁରୀ ଭୁସି ହତ୍ୟା କରାଯାଇଛି। ତାଙ୍କ ନିର୍ବାତନୀ ଜିଲ୍ଲାରେ ଭୋଟର୍‌ମାନଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନ ସମୟରେ ଡେଭିଡ୍‌ ଆମେସ୍‌ଙ୍କ ନିର୍ବାଚନୀ କ୍ଷେତ୍ର ଏସେକ୍ସରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଛି।  ଡେଭଡିଙ୍କୁ ଦୁର୍ବୃତ୍ତ ସମସ୍ତଙ୍କ ସାମ୍ନାରେ ବାରମ୍ବାର ଝୁରାମାଡ କରିଥିଲା। ପରେ ତାଙ୍କୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଚର୍ଚ୍ଚ ଭିତରେ ଛୁରାମାଡ଼, ବ୍ରିଟିଶ ସାଂସଦଙ୍କୁ ହତ୍ୟା

british lawmaker david amess

ଲଣ୍ଡନ: ଚର୍ଚ୍ଚ ଭିତରେ ଛୁରାମାଡ। ସମସ୍ତଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସ୍‌ ଛୁରୀ ଭୁସି ହତ୍ୟା କରାଯାଇଛି। ତାଙ୍କ ନିର୍ବାତନୀ ଜିଲ୍ଲାରେ ଭୋଟର୍‌ମାନଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି।

Advertisment

ଶୁକ୍ରବାର ମଧ୍ୟାହ୍ନ ସମୟରେ ଡେଭିଡ୍‌ ଆମେସ୍‌ଙ୍କ ନିର୍ବାଚନୀ କ୍ଷେତ୍ର ଏସେକ୍ସରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଛି।  ଡେଭଡିଙ୍କୁ ଦୁର୍ବୃତ୍ତ ସମସ୍ତଙ୍କ ସାମ୍ନାରେ ବାରମ୍ବାର ଝୁରାମାଡ କରିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ଆକ୍ରମଣ ପରେ ପୁଲିସ ସଙ୍ଗେ ସଙ୍ଗେ ଚର୍ଚ୍ଚ ଉପରେ ଚଢ଼ାଉ କରି ୨୫ ବର୍ଷୀୟ ଆକ୍ରମଣକାରୀକୁ ଗିରଫ କରିଥିଲା। ଏଥିରେ ହତ୍ୟାରେ ବ୍ୟବହୃତ ଝୁରୀକୁ ମଧ୍ୟ ପୁଲିସ ଜବତ କରିଥିଲା। ସେପଟେ ଏହି ଘଟଣା ସହ ଆତଙ୍କବାଦୀମାନଙ୍କ ସମ୍ପୃକ୍ତି ରହିଛି କି, ନାହିଁ ସେ ନେଇ ପୁଲିସ ତଦନ୍ତ କରୁଛି।

Advertisment

ପ୍ରତି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଦିନ ଡେଭିଡ୍‌ ନିୟମିତ ଭାବେ ଭୋଟର୍‌ମାନଙ୍କ ସହ ଆଲୋଚନା କରୁଥିଲେ। ଆମେସ୍‌ ୧୯୮୩ରେ ପ୍ରଥମେ ବେସିଲ୍‌ଡନ୍‌ରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୭ରେ ସେ ସାଉଥ୍‌ଏଣ୍ଡ୍‌ ୱେଷ୍ଟରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।