Advertisment

ଭୟଙ୍କର ବନ୍ୟା: ରାସ୍ତାରେ ଭାସିଲା ଶହଶହ କାର, ୨୫ ଜଣଙ୍କ ମୃତ୍ୟୁ

ହେନାନ୍‌: ଅଚାନକ ପ୍ରବଳ ବର୍ଷା ଯୋଗୁ ଚାଇନାର ହେନାନ୍‌ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକା ବେଳେ ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି। ଜେଙ୍ଗଝାଉ ଗୋଟିଏ ସହରାଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ କାର୍‌ ରାସ୍ତାରେ ଭାସୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବନ୍ୟା ଯୋଗୁ ସହରରେ ରହୁଥିବା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦୦,୦୦୦ ଜଣ ଲୋକଙ୍କୁ ଜେଙ୍ଗଝାଉରୁ ଉଦ୍ଧାର କରି […]

author-image
Hemant Lenka
ଅଦ୍ୟତନ ହୋଇଛି
ଭୟଙ୍କର ବନ୍ୟା: ରାସ୍ତାରେ ଭାସିଲା ଶହଶହ କାର, ୨୫ ଜଣଙ୍କ ମୃତ୍ୟୁ

Floods

ହେନାନ୍‌: ଅଚାନକ ପ୍ରବଳ ବର୍ଷା ଯୋଗୁ ଚାଇନାର ହେନାନ୍‌ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକା ବେଳେ ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓ ସମସ୍ତଙ୍କୁ ବିଚଳିତ କରିଛି। ଜେଙ୍ଗଝାଉ ଗୋଟିଏ ସହରାଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ କାର୍‌ ରାସ୍ତାରେ ଭାସୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ବନ୍ୟା ଯୋଗୁ ସହରରେ ରହୁଥିବା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦୦,୦୦୦ ଜଣ ଲୋକଙ୍କୁ ଜେଙ୍ଗଝାଉରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବେ ବେଳେ ୨୫ ଜଣଙ୍କ ଜୀବନ ଯାଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ବନ୍ୟା ସହ ଭୂସ୍ଖଳନ ହେବାରୁ ଲୋକଙ୍କ ଜୀବନ ଯାଇଛି। ମାତ୍ର ଘଣ୍ଟାଏ ଭିତରେ ଏତେ ବର୍ଷା ହୋଇଥିଲା ଯେ ଏହା ପୁରୁଣା ୬୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ପୂରା ସହରରେ ୧୮ ଇଞ୍ଚର ବର୍ଷା ହୋଇଛି। ବର୍ଷା ବିତ୍ପାତ୍ତରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶହଶହ ଗଛ ଓ ଘର ମାଟିରେ ମିଶି ଯାଇଛି। ଲୋକମାନେ ପାଣି ଘେରରେ ରହିଥିବାରୁ ସହଯୋଗ ପାଇଁ ଆକୁଳ ନିବେଦନ କରୁଛନ୍ତି।

Advertisment


ସାମ୍ନାକୁ ଆସିଥିବା ଭିଡିଓରେ ୧୨ରୁ ଅଧିକ କାର୍‌ ରାସ୍ତାରେ ପ୍ରବାହିତ ବନ୍ୟା ଜଳରେ ପ୍ରାୟତ ବୁଡ଼ି ରହିଛି। ସେହିପରି ପାଣିରେ ହାଲୁକା ଜିନି ଭାସିବା ଭଳି କାର୍‌ ଗୁଡ଼ିକ ଭାସୁଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଗୋଟିଏ ଫଟୋରେ ଶତାଧିକ କାର୍‌ ପାଣି ବୁଡ଼ି ରହିଛି। ସହର ଭିତରେ ଅଚାନକ ଏଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ସମସ୍ତେ ଭୟର ପରିବେଶ ମଧ୍ୟରେ ରହିଛନ୍ତି।

ବନ୍ୟା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ଠାରୁ ବସ୍‌ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି। ଅନେକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି। ବନ୍ୟା ଜଳ କମିବା ପରେ ସେମାନଙ୍କୁ ଉଦ୍ଧାର କରାଯିବ। ଚାଇନା ରାଷ୍ଟ୍ରପତି ହେନାନ୍‌ ବନ୍ୟାକୁ ଭୟଙ୍କର ବୋଲି କହିଛନ୍ତି। ଏବେ ଚାଇନାର ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏକାଧିକ ବ୍ରିଜ୍‌ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

China Flood Situation