Advertisment

ଦରକାର ନଥିଲେ ଭାରତ ଯାଅନି, ସତର୍କ କଲା ସିଡିସି

ନ୍ୟୁୟର୍କ: ବଢ଼ୁଥିବା କରୋନା ମାମଲାକୁ ଦେଖି ଆମେରିକା ଜାରି କଲା କଟକଣା। ଭାତରୀୟଙ୍କୁ ସତର୍କ କରାଇଲା ସିଡିସି। ଆମେରିକାରେ ରହୁଥିବା ଭାରତୀୟକୁ ନେଇ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ। ଦରକାର ନଥିଲେ ଭାରତ ନଯିବାକୁ ପରାମର୍ଶ ଦେଇଛି ସିଡିସି । ଆମେରିକା କହିଛି ମାରାତ୍ମକ ଭାଇରସ ଲାଗି ଦିନକୁ ଦିନ ଭାରତରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦେଶରେ ଏବେ କରୋନା ସେକେଣ୍ଡ ୱେଭ ଜାରି ରହିଛି। ରେକର୍ଡ ସଂଖ୍ୟକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଦରକାର ନଥିଲେ ଭାରତ ଯାଅନି, ସତର୍କ କଲା ସିଡିସି

CDC on Indian

ନ୍ୟୁୟର୍କ: ବଢ଼ୁଥିବା କରୋନା ମାମଲାକୁ ଦେଖି ଆମେରିକା ଜାରି କଲା କଟକଣା। ଭାତରୀୟଙ୍କୁ ସତର୍କ କରାଇଲା ସିଡିସି। ଆମେରିକାରେ ରହୁଥିବା ଭାରତୀୟକୁ ନେଇ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ। ଦରକାର ନଥିଲେ ଭାରତ ନଯିବାକୁ ପରାମର୍ଶ ଦେଇଛି ସିଡିସି । ଆମେରିକା କହିଛି ମାରାତ୍ମକ ଭାଇରସ ଲାଗି ଦିନକୁ ଦିନ ଭାରତରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦେଶରେ ଏବେ କରୋନା ସେକେଣ୍ଡ ୱେଭ ଜାରି ରହିଛି। ରେକର୍ଡ ସଂଖ୍ୟକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି।

Advertisment

ତେଣୁ ଏଭଳି ସ୍ଥିତିରେ ଭାତର ଯିବା ଠିକ୍‌ ନୁହେଁ। ଯଦି ଜରୁରୀ ନାହିଁ ତେବେ ଦେଶ ଛାଡନ୍ତୁ ନାହିଁ । ଟିକା ନେବା ପରେ ବି ଗସ୍ତ କରନ୍ତୁ ନାହିଁ ବୋଲି ସିଡିସି ପରାମର୍ଶ ଦେଇଛି। ଟିକା ନେବା ପରେ ମଧ୍ୟ ସଂକ୍ରମଣର ଭୟ ରହିଛି, ଆକ୍ରାନ୍ତ  ହୋଇପାରନ୍ତି। ବିଭିନ୍ନ ପ୍ରକାରର ମ୍ୟୁଟେସନରେ ସଂକ୍ରମଣ ହୋଇ ତା'ର ସଂପ୍ରସାରଣ କରିପାରନ୍ତି। ତେଣୁ କୌଣସି ଭାରତୀୟ ଦେଶ ଛାଡି ଯିବା ଉଚିତ ନୁହେଁ ବୋଲି ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ କହିଛି।

ବର୍ତ୍ତମାନ ଭାରତରେ ଦେଢ କୋଟିରୁ ଅଧିକ ଲୋକ ସଂକ୍ରମଣର ଶିକାର ହେଲେଣି । ଏସବୁକୁ ଦୃଷ୍ଟିରେ ରଖି ଆମେରିକା ଭଳି ଶକ୍ତିଶାଳି ରାଷ୍ଟ୍ର ଓ ବ୍ରିଟେନ୍ ନିଜ ଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ପ୍ରତି କଠୋର ହୋଇଛନ୍ତି । ବ୍ରିଟେନରେ ମଧ୍ୟ ଭାରତୀୟଙ୍କୁ ରେଡ୍ ତାଲିକାରେ ରଖାଯାଇଛି । ଭାରତୀୟଙ୍କୁ ବ୍ରିଟେନ ଆସିବାକୁ ନେଇ ବାରଣ କରାଯାଇଛି। ଏହାସହ ବିଦେଶ ଫେରାନ୍ତାକୁ ୧୦ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

Advertisment

https://twitter.com/ANI/status/1384309474307895296?s=20