ବିଦ୍ରୋହୀଙ୍କ ସହ ଲଢ଼େଇ କରି ପ୍ରାଣ ହରାଇଲେ ରାଷ୍ଟ୍ରପତି

ଛାଦ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ ଛାଦର ରାଷ୍ଟ୍ରପତି ଇଦ୍ରିଶ ଡେବୀ ଇଟନୋଙ୍କର ଆଜି ମୃତ୍ୟୁ ଘଟିଛି। ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ଛାଦର ରାଷ୍ଟ୍ରପତି ଥିବା ଇଦ୍ରିଶ ବିଦ୍ରୋହୀଙ୍କ ସହ ଲଢ଼େଇ କରି ଗୁରୁତର ଆହତ ହୋଇଥିଲେ। ଆଜି ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଦେଶର ସେନା ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲ ୧୧ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଆଜି ନିର୍ବାଚନ […]

Chad

Hemant Lenka
  • Published: Tuesday, 20 April 2021
  • , Updated: 20 April 2021, 08:37 PM IST

ଛାଦ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ ଛାଦର ରାଷ୍ଟ୍ରପତି ଇଦ୍ରିଶ ଡେବୀ ଇଟନୋଙ୍କର ଆଜି ମୃତ୍ୟୁ ଘଟିଛି। ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ଛାଦର ରାଷ୍ଟ୍ରପତି ଥିବା ଇଦ୍ରିଶ ବିଦ୍ରୋହୀଙ୍କ ସହ ଲଢ଼େଇ କରି ଗୁରୁତର ଆହତ ହୋଇଥିଲେ। ଆଜି ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଦେଶର ସେନା ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲ ୧୧ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଆଜି ନିର୍ବାଚନ ଅଧିକାରୀ ଇଦ୍ରିଶଙ୍କୁ ବିଜେତା ଘୋଷଣା କରିଥିଲେ। ଏହାର ଅର୍ଥ ସେ ଆଉ ୬ ବର୍ଷ ପାଇଁ ଦେଶର ଶାସନ କରିବାକୁ କ୍ଷମତା ପାଇଥିଲେ। ଇଦ୍ରିଶଙ୍କ ମୃତ୍ୟୁ ଘଟିଥିବାରୁ ୧୮ ମାସ ପାଇଁ ଟ୍ରାନ୍ସିନାଲ କାଉନସିଲର ନେତୃତ୍ୱ ତାଙ୍କର ୩୭ ବର୍ଷୀୟ ପୁଅ ମହମତ ଇଦ୍ରିଶ ଡେବୀ ଇଟନୋ ନେବେ।

ଜେନେରାଲ ଅଜେମ ବେରମାନଦୋଅ ଅଗୌମା କହିଛନ୍ତି, ଏଭଳି ଏକ ଚିନ୍ତାଜନକ ସମୟରେ ମଧ୍ୟ ଛାଦର ଲୋକମାନେ ଶାନ୍ତି ଓ ସ୍ଥିରତା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ମୋର ଆଶା। ଦେଶର ସ୍ୱାର୍ଥ ପାଇଁ ଛାଦବାସୀ ସବୁବେଳେ ଗୁରୁତ୍ୱ ଦେଇଥାଆନ୍ତି। ଲିବିୟାରୁ ଆସିଥିବା ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଇଦ୍ରିଶ ସାହାସର ପଦକ୍ଷେପ ନେଇ ଆଗକୁ ବଢ଼ିଥିଲେ। ଏହି ଲଢ଼େଇ ବେଳେ ସେ ଆହତ ହେବାରୁ ତାଙ୍କୁ ଦେଶର ରାଜଧାନୀକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି।

ଦେଶର ପୂର୍ବତନ ସେନା ମୁଖ୍ୟ ଇଦ୍ରିଶ ପ୍ରଥମଥର ୧୯୯୦ ମସିହାରେ ଦେଶର କମାଣ ସମ୍ଭାଳିଥିଲେ। ସେତେବେଳେ ତାଙ୍କର ବିଦ୍ରୋହୀ ଗୋଷ୍ଠୀ ତତ୍କାଳୀନ ରାଷ୍ଟ୍ରପତି ହିସେନେ ହାବରେଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିଲା। ସେ କ୍ଷମତାରେ ଥିବା ବେଳେ ଅନେକ ଥର ବିଦ୍ରୋହ ଦେଖିବାକୁ ମିଳିଛି। ତଥାପି ସେ ସବୁକିଛିକୁ ପଛରେ ପକାଇ ଶାସନ ଗାଦିରେ ରହିବାକୁ ସକ୍ଷମ ହୋଇଥିଲେ।

ଏପ୍ରିଲ ୧୧ରେ ଲିବିୟାରୁ ତାଲିମପ୍ରାପ୍ତ ବିଦ୍ରୋହୀମାନେ ନର୍ଦନ ଛାଦରେ ପ୍ରବେଶ କରିଥିଲେ। ସେହିଦିନ ହିଁ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଥିଲା। ଏହାପରେ ଇଦ୍ରିଶ ନିଜେ ବିଦ୍ରୋହୀଙ୍କ ଦମନ କରିବାକୁ ବାହାରିଥିଲେ। ଏହି ସମୟରେ ହିଁ ସେ ଆହତ ହୋଇଥିବା ଜଣାପଡ଼ିଥିଲା।

Related story