Advertisment

ରୁଷ କବଳରୁ ଓଡେଶାକୁ ରକ୍ଷା କରିବା ପାଇଁ ବ୍ୟାରିକେଡ କରୁଛନ୍ତି ଛୋଟ ପିଲା

କିଭ୍: ପରିବହନ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ୟୁକ୍ରେନର ଉପକୂଳବର୍ତ୍ତୀ ଅଞ୍ଚଳ ଓଡେଶାକୁ ଦଖଲ କରିବା ପାଇଁ ରୁଷ ପ୍ରୟାସ ଆରମ୍ଭ କରିଛି। ପୂର୍ବରୁ ପୋର୍ଟ ସହର ଖେରସନକୁ ନିୟନ୍ତ୍ରଣ କରି ସାରିଥିବା ରୁଷ ଏବେ ବ୍ଲାକ ସି’ ଦେଇ ଓଡେଶାରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏଥିପାଇଁ ଓଡେଶା ଉପରେ ଘନଘନ ବୋମା ଓ ମିସାଇଲ ମାଡ଼ କରାଯାଉଛି। ସେହିପରି ବ୍ଲାକ ସି’ ଦେଇ ରୁଷ ଯୁଦ୍ଧ ତୋପ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି […]

ରୁଷ କବଳରୁ ଓଡେଶାକୁ ରକ୍ଷା କରିବା ପାଇଁ ବ୍ୟାରିକେଡ କରୁଛନ୍ତି ଛୋଟ ପିଲା

children

Advertisment

କିଭ୍: ପରିବହନ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ୟୁକ୍ରେନର ଉପକୂଳବର୍ତ୍ତୀ ଅଞ୍ଚଳ ଓଡେଶାକୁ ଦଖଲ କରିବା ପାଇଁ ରୁଷ ପ୍ରୟାସ ଆରମ୍ଭ କରିଛି। ପୂର୍ବରୁ ପୋର୍ଟ ସହର ଖେରସନକୁ ନିୟନ୍ତ୍ରଣ କରି ସାରିଥିବା ରୁଷ ଏବେ ବ୍ଲାକ ସି’ ଦେଇ ଓଡେଶାରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏଥିପାଇଁ ଓଡେଶା ଉପରେ ଘନଘନ ବୋମା ଓ ମିସାଇଲ ମାଡ଼ କରାଯାଉଛି।

Advertisment

ସେହିପରି ବ୍ଲାକ ସି’ ଦେଇ ରୁଷ ଯୁଦ୍ଧ ତୋପ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଓଡେଶାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ଲୋକେ। ସେମାନଙ୍କ ସହ ଛୋଟଛୋଟ ପିଲାମାନେ ମଧ୍ୟ ରୁଷକୁ ଅଟକାଇବା ପାଇଁ ବ୍ୟାରିକେଡ ନିର୍ମାଣ କାମରେ ଲାଗିପଡ଼ିଛନ୍ତି।

ବ୍ୟାରିକେଡ ପାଇଁ ସେମାନେ ସମୁଦ୍ର କୂଳରୁ ବାଲି ସଂଗ୍ରହ କରୁଛନ୍ତି। ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ଦ୍ୱାରା ସମସ୍ତେ ମିଳିତ ଭାବେ ରୁଷ ଯବାନଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ ବ୍ୟାରିକେଡ ତିଆରି କରୁଛନ୍ତି।

Advertisment

ବ୍ୟାରିକେଡ ତିଆରି କରୁଥିବା ଜଣେ ୧୧ ବର୍ଷୀୟ ଝିଅ କହିଛନ୍ତି, “ଆମେ ଓଡେଶାର ରକ୍ଷା କରିବୁ। ଏହାପରେ ସବୁ କିଛି ଠିକ ହୋଇଯିବ। ଆମର ଏହି ଅଞ୍ଚଳକୁ କେହି ବି ଆମ ଠାରୁ ଛଡ଼ାଇ ନେଇପାରିବେନି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୁଷ ଗତ ସପ୍ତାହ ଠାରୁ ହିଁ ଓଡେଶାର ଏକାଧିକ ସ୍ଥାନରେ ବୋମା ମାଡ଼ ଆରମ୍ଭ କରିଥିଲେ। ଏବେ ଏହାକୁ ଆହୁରି ଜୋରଦାର କରାଯାଇଛି। ଏଥିପାଇଁ ଓଡେଶାରେ ଲୋକଙ୍କୁ ସାଇରନ ବଜାଇ ଶେଲଟର ହୋମକୁ ଯିବାକୁ ବାରମ୍ବାର ସତର୍କ କରାଯାଉଛି।

ଲୋକମାନେ ବ୍ୟାରିକେଡ କାମରେ ନିୟୋଜିତ ଥିବାରୁ ପ୍ରଶାସନ ଅଧିକ ସତର୍କତାର ସହ ସାଇରନ ବଜାଉଛି। ସାଇରନ ବାଜିବା କ୍ଷଣି ଲୋକମାନେ ବୋମା ଶେଲଟରକୁ ଯାଉଛନ୍ତି। ଏହି ଶେଲଟର ଗୁଡ଼ିକରେ ଛୋଟଛୋଟ ପିଲା ମଧ୍ୟ ରହୁଛନ୍ତି।

ସତର୍କ ସୂଚନା ଶେଷ ହେବା ପରେ ପୁଣି ସେମାନେ ବାହାରକୁ ଆସି ବ୍ୟାରିକେଡ ତିଆରି କରୁଛନ୍ତି। ଏହି ଛକା ପଞ୍ଝା ମଧ୍ୟରେ ଓଡେଶାବାସୀମାନେ ଏବେ ରୁଷର ମୁକାବିଲା କରିବାକୁ ଲକ୍ଷ୍ୟ ରଖିଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe