Advertisment

ଏଣିକି ୩ ସନ୍ତାନର ଜନକ ହୋଇପାରିବେ ବାପା ମା’, ସରକାର ଦେଲେ ଅନୁମତି

ବେଜିଂ: ସାରା ବିଶ୍ୱରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରୟାସ ଚାଲିଥିବା ବେଳେ ଚାଇନାର ସଂସଦ ବା ଜାତୀୟ ବ୍ୟବସ୍ଥାପିକା ୩ ସନ୍ତାନ ପଲିସିକୁ ଅନୁମତି ଦେଇଛି। ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏହି ୩ ସନ୍ତାନ ପଲିସିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଆଜି ବିଧିବଦ୍ଧ ଭାବେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ଏହାର ଅର୍ଥ ଏଣିକି ବାପା ମା’ମାନେ ୩ଟି ସନ୍ତାନର ଜନକ ହୋଇପାରିବେ। ପୂର୍ବରୁ ଚାଇନାରେ ଏକକ ସନ୍ତାନ ବ୍ୟବସ୍ଥା ଥିଲା। ୨୦୧୬ରେ […]

ଏଣିକି ୩ ସନ୍ତାନର ଜନକ ହୋଇପାରିବେ ବାପା ମା’, ସରକାର ଦେଲେ ଅନୁମତି

China

Advertisment

ବେଜିଂ: ସାରା ବିଶ୍ୱରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରୟାସ ଚାଲିଥିବା ବେଳେ ଚାଇନାର ସଂସଦ ବା ଜାତୀୟ ବ୍ୟବସ୍ଥାପିକା ୩ ସନ୍ତାନ ପଲିସିକୁ ଅନୁମତି ଦେଇଛି। ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏହି ୩ ସନ୍ତାନ ପଲିସିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଆଜି ବିଧିବଦ୍ଧ ଭାବେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି।

Advertisment

ଏହାର ଅର୍ଥ ଏଣିକି ବାପା ମା’ମାନେ ୩ଟି ସନ୍ତାନର ଜନକ ହୋଇପାରିବେ। ପୂର୍ବରୁ ଚାଇନାରେ ଏକକ ସନ୍ତାନ ବ୍ୟବସ୍ଥା ଥିଲା। ୨୦୧୬ରେ ଏହାକୁ ପରିବର୍ତ୍ତନ କରି ଦୁଇ ସନ୍ତାନ ପଲିସି ଲାଗୁ କରାଯାଇଥିଲା। କିନ୍ତୁ ଦିନକୁ ଦିନ ଚାଇନାରେ ଜନ୍ମହାର କମିବାରୁ ସରକାର ଜନସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଏବେ ୩ ସନ୍ତାନ ପଲିସି କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଇନା ଏବେ ବି ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର।

ମିଳିଥିବା ସୂଚନା ଅନୁସାରେ, ସଂଶୋଧିତ ଜନସଂଖ୍ୟା ଓ ପରିବାର ଯୋଜନା ଆଇନକୁ ପୂର୍ବରୁ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନସିପି)ର ଷ୍ଟାଣ୍ଡିଂ କମିଟି ଅନୁମୋଦନ ଦେଇଥିଲା। ଏହି ଆଇନରେ ଅଧିକ ସନ୍ତାନ ଯୋଗୁ ଆର୍ଥିକ ବୋଝର ସମ୍ମୁଖୀନ ହେଉଥିବା ଦମ୍ପତିଙ୍କୁ ସରକାର ସହଯୋଗ କରିବେ। ସେମାନଙ୍କୁ ଆର୍ଥିକ, ଟିକସ, ବୀମା, ଶିକ୍ଷା, ହାଉସିଂ ଓ ନିଯୁକ୍ତି କ୍ଷେତ୍ରରେ ସରକାର ସମସ୍ତ ପ୍ରକାରର ସହାୟତା କରାଯିବ।

Advertisment

୨୦୧୬ରେ ଚାଇନା ଦେଶର ଦମ୍ପତିଙ୍କୁ ଦୁଇ ସନ୍ତାନର ଜନକ ହେବାକୁ ଅନୁମତି ଦେଇଥିଲା। ୨୦୧୬ ପୂର୍ବରୁ ଦେଶରେ ଦୀର୍ଘ ୩ ଦଶନ୍ଧି ଧରି ଏକକ ସନ୍ତାନ ପଲିସି କାର୍ଯ୍ୟକାରୀ ହେଉଥିଲା। ୩ ଦଶନ୍ଧି ଧରି ଏକକ ସନ୍ତାନ ପଲିସି ଲାଗୁ ହେଉଥିବାରୁ ୪୦୦ ନିୟୁତ ଜନ୍ମକୁ ରୋକା ଯାଇ ପାରିଥିଲା।

ନିକଟରେ ଚାଇନାର ଜନଗଣନା ରିପୋର୍ଟ ସାମ୍ନାକୁ ଆସିଥିଲା। ଏହି ସମୟରେ ଜନ୍ମହାର କମିବା ସହ ୬୦ରୁ ଅଧିକ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ନୂଆ ପଲିସି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe