Advertisment

ମଝି ଆକାଶରେ କ୍ରାସ୍‌ ହେଲା ବିମାନ, ଥିଲେ ୧୩୩ ଯାତ୍ରୀ

ବେଜିଂ: ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଚୀନ୍‌ର ବୋଇଂ ୭୩୭ ବିମାନଟିରେ ନିଆଁ ଲାଗିଯାଇଛି। ଦୁର୍ଘଟଣାବେଳେ ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ। ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କ ମୃତାହତ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ। ସୂଚନା ମୁତାବକ, ଆଜି ସକାଳେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ  ପାହାଡରେ ପିଟି ହୋଇଯାଇଥିଲା ଓ ପରେ ବିମାନରେ ନିଆଁ ଲାଗିଯାଇଥିଲା। ଫଳରେ ବଡ ଦୁର୍ଘଟଣା ଘଟିଛି। ସୂଚନା ଥାଉକି, […]

ଅଦ୍ୟତନ ହୋଇଛି
ମଝି ଆକାଶରେ କ୍ରାସ୍‌ ହେଲା ବିମାନ, ଥିଲେ ୧୩୩ ଯାତ୍ରୀ

boeing-737-crash

Advertisment

ବେଜିଂ: ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଚୀନ୍‌ର ବୋଇଂ ୭୩୭ ବିମାନଟିରେ ନିଆଁ ଲାଗିଯାଇଛି। ଦୁର୍ଘଟଣାବେଳେ ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ। ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କ ମୃତାହତ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ।

Advertisment

ସୂଚନା ମୁତାବକ, ଆଜି ସକାଳେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ  ପାହାଡରେ ପିଟି ହୋଇଯାଇଥିଲା ଓ ପରେ ବିମାନରେ ନିଆଁ ଲାଗିଯାଇଥିଲା। ଫଳରେ ବଡ ଦୁର୍ଘଟଣା ଘଟିଛି। ସୂଚନା ଥାଉକି, ବିମାନଟି କୁମିଂରୁ ଗୁଆଁଝୋଁ ଯାତ୍ରା କରୁଥିବା ସମୟରେ ଗୁଆଙ୍ଗସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

MU 5735 ବିମାନ ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶର କୁନମିଙ୍ଗ ସହରର ଚାଙ୍ଗସୁଇ ବିମାନବନ୍ଦରରୁ ଦିନ ୧ଟା ୧୫ରେ ଉଡାଣ ଭରିଥିଲା। ଏହା ଗୁଆଙ୍ଗଡୋଙ୍ଗ୍ ପ୍ରଦେଶର ଗୁଆଙ୍ଗଜୋରେ ୩ଟା ସୁଦ୍ଧା ପହଞ୍ଚିବାର ଥିଲା। କିନ୍ତୁ ଏହା ପୂର୍ବରୁ ଦୁର୍ଘଟଣା ଘଟିଥିଲା। ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ, ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏଯାଏଁ ମୃତକଙ୍କ ନେଇ କୌଣସି ସୂଚନା ମିଳିପାରିନାହିଁ।

Advertisment

https://twitter.com/ShanghaiEye/status/1505823387016478721?s=20&t=BPZd1SaFC-r_2nrBQWoe_g

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe