ଚାଇନାରୁ ଠାବ ହେଲା କରୋନାର ଆଉ ଗୋଟିଏ ନୂଆ ରୂପ

ବେଜିଂ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନା ଏବେ ଏହାର ନୂଆ ରୂପରେ କଲବଲ ହେଉଛି। ଗତ ୨୪ ଘଣ୍ଟାରେ ଚାଇନାରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଚାଇନାର ଚିନ୍ତା ବଢ଼ି ଯାଇଛି। ନୂଆ ସବ ଭାରିଏଣ୍ଟ ସଙ୍ଘାଇ ଠାରୁ ୭୦ କିମି ଦୂରରେ ଥିବା ଗୋଟିଏ ସହରରୁ ଚିହ୍ନଟ ହୋଇଛି। ଏଠାରେ […]

china

Hemant Lenka
  • Published: Monday, 04 April 2022
  • , Updated: 04 April 2022, 01:20 PM IST

ବେଜିଂ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ ଚାଇନା ଏବେ ଏହାର ନୂଆ ରୂପରେ କଲବଲ ହେଉଛି। ଗତ ୨୪ ଘଣ୍ଟାରେ ଚାଇନାରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଚାଇନାର ଚିନ୍ତା ବଢ଼ି ଯାଇଛି।

ନୂଆ ସବ ଭାରିଏଣ୍ଟ ସଙ୍ଘାଇ ଠାରୁ ୭୦ କିମି ଦୂରରେ ଥିବା ଗୋଟିଏ ସହରରୁ ଚିହ୍ନଟ ହୋଇଛି। ଏଠାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ନୂଆ ସବ ଭାରିଏଣ୍ଟ ଠାବ ହୋଇଛି। ଏହି ନୂଆ ସବ ଭାରିଏଣ୍ଟଟି ଓମିକ୍ରନର ବି.୧.୧ରୁ ବିକଶିତ ହୋଇଥିବା କୁହାଯାଉଛି।

ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ଏହାପରେ ତାଙ୍କ ଶରୀରରୁ ପୂର୍ବରୁ କେବେ ରିପୋର୍ଟ ହୋଇ ନଥିବା ଗୋଟିଏ କରୋନା ଭାରିଏଣ୍ଟ ଚିହ୍ନଟ ହୋଇଥିବା ଗ୍ଲୋବାଲ ଟାଇମ୍ସରେ ଖବର ପ୍ରକାଶ ପାଇଛି।

ଚାଇନା ପ୍ରଶାସନ କହିଛି ଯେ “ଡାଲିଆନ ସହରରୁ ଠାବ ହୋଇଥିବା କରୋନାର ନୂଆ ରୂପର ପ୍ରଭାବ ବିଷୟରେ ଏଯାଏ ଜଣାପଡ଼ିନି। କିନ୍ତୁ ଚାଇନାରୁ ଏଯାଏ ଠାବ ହୋଇଥିବା କୌଣସି ଭାରିଏଣ୍ଟ ସହ ଏହା ମେଳ ଖାଉନାହିଁ। ଶୁକ୍ରବାର ହିଁ ଏହି ଭାରିଏଣ୍ଟ ସମ୍ପର୍କରେ ସୂଚନା ମିଳିଛି। ଏବେ ଏହା ଉପରେ ଅଧିକ ଗବେଷଣା କରାଯାଉଛି।

ସେହିପରି ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ଲୋକଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନାହିଁ।”

ଅନ୍ୟପକ୍ଷରେ ୨୪ ଘଣ୍ଟାରେ କେବଳ ସଙ୍ଘାଇରୁ ୮ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରା ୭,୭୮୮ ଜଣ ଲକ୍ଷଣହୀନ କରୋନା ଆକ୍ରାନ୍ତ। ଆଜି ଠାରୁ ସଙ୍ଘାଇରେ ଟେଷ୍ଟିଂକୁ ଆହୁରି ଜୋରଦାର କରାଯାଇଛି।

Related story