Advertisment

କରୋନା କଟକଣା ଭାଙ୍ଗିବାରୁ ୩ ଜଣଙ୍କୁ ମିଳିଲା ୪ ବର୍ଷର ଜେଲ

ବେଜିଂ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିବାରୁ ୩ ଜଣଙ୍କୁ ମିଳିଛି ୪ ବର୍ଷରୁ ଅଧିକ ଦିନର ଜେଲଦଣ୍ଡ। ଚାଇନାର ଗୋଟିଏ କୋର୍ଟ ଏପରି ଦଣ୍ଡ ବିଧାନ କରିବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନା ସରକାର କରୋନା ବିରୋଧରେ ସବୁ ବେଳେ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି। ଏହାକୁ ଆଧାର କରି ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଚାଇନା କୋର୍ଟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମିଳିଥିବା […]

author-image
Hemant Lenka
କରୋନା କଟକଣା ଭାଙ୍ଗିବାରୁ ୩ ଜଣଙ୍କୁ ମିଳିଲା ୪ ବର୍ଷର ଜେଲ

corona

ବେଜିଂ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିବାରୁ ୩ ଜଣଙ୍କୁ ମିଳିଛି ୪ ବର୍ଷରୁ ଅଧିକ ଦିନର ଜେଲଦଣ୍ଡ। ଚାଇନାର ଗୋଟିଏ କୋର୍ଟ ଏପରି ଦଣ୍ଡ ବିଧାନ କରିବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଚାଇନା ସରକାର କରୋନା ବିରୋଧରେ ସବୁ ବେଳେ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି। ଏହାକୁ ଆଧାର କରି ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଚାଇନା କୋର୍ଟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଡାଲିଆନର ଗୋଟିଏ କାର୍ଗୋ କମ୍ପାନୀରେ କରୋନା କଟକଣାର ଧଜିଆ ଉଡ଼ିଥିଲା। କମ୍ପାନୀ କର୍ମଚାରୀଙ୍କ ପାଇଁ ଥିବା ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି ପାଳନ କରି ନଥିଲା। ସେହିପରି କାମ ଶେଷ ପରେ କର୍ମଚାରୀମାନେ ବେଧଡ଼କ ସର୍ବସ୍ଥାନକୁ ଯାଉଥିଲେ।

Advertisment

କମ୍ପାନୀ ପକ୍ଷରୁ ଟେଷ୍ଟିଂ କିମ୍ବା କ୍ୱାରେଣ୍ଟିନ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ପାଳନ କରାଯାଇ ନଥିଲା। ଫଳରେ କମ୍ପାନୀର ୪ ଜଣ କର୍ମଚାରୀ ୮୩ ଜଣଙ୍କୁ ସଂକ୍ରମିତ କରିଥିଲେ। ଏହି ଘଟଣା ୨୦୨୦ ନଭେମ୍ବର ମଧ୍ୟଭାଗରେ ଘଟିଥିଲା। ଗୋଟିଏ କାର୍ଗୋ ଶିପ୍‌ ଖାଦ୍ୟ ସାମଗ୍ରୀ ଧରି ଡାଲିଆନକୁ ଆସିଥିଲା।

ଏଥିରେ ଥିବା କର୍ମଚାରୀମାନେ କରୋନା କଟକଣାକୁ ନ ମାନିବାରୁ ସଂକ୍ରମଣ ବୃଦ୍ଧି ପାଇଥିଲା ବୋଲି ସରକାର କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିପାଇଁ କମ୍ପାନୀର କଣ୍ଟ୍ରୋଲର, ଆଇନଗତ ପ୍ରତିନିଧି ଓ ଜଣେ ସୁପର ଭାଇଜରଙ୍କୁ ୪ ବର୍ଷରୁ ଅଧିକ ସମୟର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ କମ୍ପାନୀ ଉପରେ ୧୨୫,୫୦୦ ଡଲାର ଫାଇନ ଲାଗୁ କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ କମ୍ପାନୀ କିମ୍ବା କର୍ମଚାରୀଙ୍କ ନାଁ ସାର୍ବଜନୀନ କରାଯାଇନି। କେଉଁ କୋର୍ଟ ଏପରି ଦଣ୍ଡ ଦେଇଛନ୍ତି, ସେକଥା ମଧ୍ୟ ଜଣାପଡ଼ିନି।

୨୦୨୦ ଶେଷ ଭାଗରେ ଚାଇନାର ଲିଆନୋଇଙ୍ଗରେ ସଂକ୍ରମଣ ରକେଟ ସ୍ପିଡରେ ବ୍ୟାପିଥିଲା। ଏହା ଡାଲିଆନର ଦ୍ୱିତୀୟ ବୃହତମ ସହର।