Advertisment

‘ଇଣ୍ଡିଆନ୍‌ ଓସେନ୍‌ ରିଜନ୍‌ ମିଟ୍‌’କୁ ଭାରତକୁ ଡାକିଲାନି ଚାଇନା

ବେଜିଂ: ଚାଇନା ପକ୍ଷରୁ ଭାରତ ମହାସାଗର ଅଞ୍ଚଳର ୧୯ଟି ରାଷ୍ଟ୍ରକୁ ନେଇ ବିସିଥିବା ବୈଠକରେ ଭାରତର ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସହିତ ସମ୍ପୃକ୍ତ ଥିବା ଦି ଚାଇନା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କୋଅପରେସନ୍‌ ଏଜେନ୍‌ସି’ (ସିଆଇଡିସିଏ) ନଭେମ୍ବର ୨୧ ତାରିଖ ଦିନ ‘ଚାଇନା-ଇଣ୍ଡିଆନ୍‌ ଓସେନ୍‌ ରିଜନ୍‌ ଫୋରମ୍‌ ଅନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କୋଅପରେସନ୍‌’ର ଏକ ବୈଠକ ଆୟୋଜନ କରିଥିଲା। ଏଥିରେ ୧୯ଟି ଦେଶ ଭାଗ ନେଇଥିଲେ ବୋଲି ‘ସିଆଇଡିସିଏ’ର ପ୍ରେସ୍‌ ରିଲିଜ୍‌ରୁ ଜଣାପଡ଼ିଛି। ୟୁନ୍ନାନ୍‌ ପ୍ରଦେଶର […]

author-image
Tapas Behera
ଚାଇନିଜଙ୍କ ଟୁରିଷ୍ଟ ଭିସା ରଦ୍ଦ କଲା ଭାରତ

india-china

ବେଜିଂ: ଚାଇନା ପକ୍ଷରୁ ଭାରତ ମହାସାଗର ଅଞ୍ଚଳର ୧୯ଟି ରାଷ୍ଟ୍ରକୁ ନେଇ ବିସିଥିବା ବୈଠକରେ ଭାରତର ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ସହିତ ସମ୍ପୃକ୍ତ ଥିବା ଦି ଚାଇନା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କୋଅପରେସନ୍‌ ଏଜେନ୍‌ସି’ (ସିଆଇଡିସିଏ) ନଭେମ୍ବର ୨୧ ତାରିଖ ଦିନ ‘ଚାଇନା-ଇଣ୍ଡିଆନ୍‌ ଓସେନ୍‌ ରିଜନ୍‌ ଫୋରମ୍‌ ଅନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କୋଅପରେସନ୍‌’ର ଏକ ବୈଠକ ଆୟୋଜନ କରିଥିଲା। ଏଥିରେ ୧୯ଟି ଦେଶ ଭାଗ ନେଇଥିଲେ ବୋଲି ‘ସିଆଇଡିସିଏ’ର ପ୍ରେସ୍‌ ରିଲିଜ୍‌ରୁ ଜଣାପଡ଼ିଛି। ୟୁନ୍ନାନ୍‌ ପ୍ରଦେଶର କୁନମିଙ୍ଗ୍‌ରେ ଅନୁଷ୍ଠିତ ଉକ୍ତ ବୈଠକର ବିଷୟବସ୍ତୁ ଥିଲା ‘ସେୟାର୍‌ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌: ଥିଓରି ଆଣ୍ଡ୍‌ ପ୍ରାକ୍ଟିସ୍‌ ଫ୍ରମ୍‌ ଦି ପର୍ସପେକ୍ଟିଭ୍‌ ଅଫ୍‌ ବ୍ଲୁ ଇକୋନମି’।

Advertisment

ଏଥିରେ ଇଣ୍ଡୋନେସିଆ, ପାକିସ୍ତାନ, ମିଆଁମାର, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ୱୀପ, ନେପାଳ, ଆଫଗାନିସ୍ତାନ, ଇରାନ୍‌, ଓମାନ୍‌, ଦକ୍ଷିଣ ଆଫ୍ରିକା, କେନିଆ, ମୋଜାମ୍ବିକ୍‌, ତାଞ୍ଜାନିଆ, ସେସେଲ୍‌ଜ୍‌, ମାଡାଗାସ୍କର, ମରିସସ୍‌, ଜିବୋଟି, ଅଷ୍ଟ୍ରେଲିଆ ସମେତ ୧୯ଟି ଦେଶର ପ୍ରତିନିଧି ଓ ୩ଟି ଆନ୍ତର୍ଜାତିକ ସଙ୍ଗଠନ ଉପସ୍ଥିତ ଥିଲେ ବୋଲି ଉକ୍ତ ପ୍ରେସ୍‌ ରିଲିଜ୍‌ର ଉଲ୍ଲେଖ ଅଛି।

ସୂଚନା ଅନୁସାରେ, ଉକ୍ତ ବୈଠକରେ ଯୋଗ ଦେବା ପାଇଁ ଭାରତକୁ ଆମନ୍ତ୍ରଣ କରାଯାଇ ନ ଥିଲା। ସେହିପରି, ଗତବର୍ଷ ମଧ୍ୟ ଭାରତକୁ ଆମନ୍ତ୍ରଣ ନ କରି ଚାଇନା କୋଭିଡ୍‌-୧୯ ଟିକା ସହଯୋଗ ଉପରେ ବୈଠକ ଆୟୋଜନ କରିଥିଲା।

Advertisment