Advertisment

ବଢ଼ିଲା ସଂକ୍ରମଣ, ପୁଣି ୪.୫ ନିୟୁତ ଲୋକଙ୍କୁ ଲକଡାଉନ କଲା ଚାଇନା

ବେଜିଂ: ମହାମାରୀ କରୋନାର ଡେଲ୍ଟା ଭ୍ୟାରିଏଣ୍ଟ ଏବେ ଚାଇନାର ଉତ୍କଟ ସ୍ଥିତି ସୃଷ୍ଟି କରିଛି। ଡେଲ୍ଟା ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ବଢ଼ୁଥିବାରୁ ଚାଇନା ପୁଣିଥରେ ଲକଡାଉନ ଭଳି କଡ଼ା ନିୟମକୁ ଲାଗୁ କରିଛି। ଦକ୍ଷିଣପୂର୍ବରେ ଥିବା ଫୁଜିଆନ ପ୍ରଦେଶର ଗୋଟିଏ ସହରରୁ ୧୨ରୁ ଅଧିକ ଲୋକ କରୋନରେ ଆକ୍ରାନ୍ତ ହେବାରୁ ପ୍ରଶାସନ ପକ୍ଷରୁ ଏଠାରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି। ଏହି ସହରରେ ୪.୫ ନିୟୁତ ଲୋକ ବସବାସ କରନ୍ତି। ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତଙ୍କୁ ଘର […]

ବଢ଼ିଲା ସଂକ୍ରମଣ, ପୁଣି ୪.୫ ନିୟୁତ ଲୋକଙ୍କୁ ଲକଡାଉନ କଲା ଚାଇନା

China

Advertisment

ବେଜିଂ: ମହାମାରୀ କରୋନାର ଡେଲ୍ଟା ଭ୍ୟାରିଏଣ୍ଟ ଏବେ ଚାଇନାର ଉତ୍କଟ ସ୍ଥିତି ସୃଷ୍ଟି କରିଛି। ଡେଲ୍ଟା ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ବଢ଼ୁଥିବାରୁ ଚାଇନା ପୁଣିଥରେ ଲକଡାଉନ ଭଳି କଡ଼ା ନିୟମକୁ ଲାଗୁ କରିଛି।

Advertisment

ଦକ୍ଷିଣପୂର୍ବରେ ଥିବା ଫୁଜିଆନ ପ୍ରଦେଶର ଗୋଟିଏ ସହରରୁ ୧୨ରୁ ଅଧିକ ଲୋକ କରୋନରେ ଆକ୍ରାନ୍ତ ହେବାରୁ ପ୍ରଶାସନ ପକ୍ଷରୁ ଏଠାରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇଛି। ଏହି ସହରରେ ୪.୫ ନିୟୁତ ଲୋକ ବସବାସ କରନ୍ତି। ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତଙ୍କୁ ଘର ମଧ୍ୟରେ ରହିବାକୁ କୁହାଯାଇଛି।

ଲକଡାଉନ ହୋଇଥିବା ଜିଆମେନରେ ବୈଦ୍ୟୁତିକ ଉପକରଣଗୁଡ଼ିକ ଉତ୍ପାଦନ ହୋଇଥାଏ। ତେବେ ଏହି ସହରରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛିକୁ ବନ୍ଦ କରାଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ସମସ୍ତ ଆବାସିକ ଅଞ୍ଚଳ ଓ ଗାଁଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସିଲ କରାଯାଇଛି।

Advertisment

ବାର୍‌ ଓ ଜିମ୍‌ ଭଳି ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ କୁହାଯାଇଛି। ଏଠାରେ ଲକଡାଉନ କରାଯାଇ ସମସ୍ତଙ୍କ କରୋନା ଟେଷ୍ଟ କରାଯିବ। ଯଥାଶୀଘ୍ର ଟେଷ୍ଟ ସାରି ସ୍ଥିତି ସ୍ୱାଭିବକ କରିବାକୁ ଗ୍ରାଉଣ୍ଡରେ କାମ କରୁଥିବା ଅଧିକାରୀମାନଙ୍କୁ କୁହାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବିଦେଶ ଗସ୍ତ କରି ନଥିଲେ। ସମସ୍ତେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଥିବାରୁ ପ୍ରଶାସନର ଚିନ୍ତା ଆହୁରି ବଢ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe