Advertisment

ସାମ୍ନାକୁ ଆସିଲା ବିମାନ କ୍ରାଶ ବେଳର ଭିଡିଓ, ସମସ୍ତ ୧୩୨ ମୃତ!

ବେଜିଂ: ଚାଇନାର ବୋଇଂ ୭୩୭ ବିମାନ କ୍ରାଶ କରିବା ବେଳର ଭିଡିଓ ସାମ୍ନାକୁ ଆସିଛି। ପାହାଡ଼ ଉପରେ ଏହା କ୍ରାଶ କରିବା ପୂର୍ବରୁ ତଳ ମୁହାଁ ହୋଇ କେମିତି ଦ୍ରୁତ ଗତିରେ ତଳକୁ ଖସିଥିଲା, ତା’ହା କ୍ୟାମେରାରେ କଏଦ ହୋଇଛି। କ୍ରାଶ ପରେ ବିମାନଟି ସଂପୂର୍ଣ୍ଣ ଭାବେ ନିଆଁ ଲାଗି ଜଳି ଯାଇଛି। ଦୁର୍ଘଟଣା ବେଳେ ବିମାନରେ ମୋଟ ୧୩୨ ଜଣ ଲୋକ ଥିଲେ। ସମସ୍ତେ ଏଥିରେ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଚାଇନା […]

ସାମ୍ନାକୁ ଆସିଲା ବିମାନ କ୍ରାଶ ବେଳର ଭିଡିଓ, ସମସ୍ତ ୧୩୨ ମୃତ!

Flight

Advertisment

ବେଜିଂ: ଚାଇନାର ବୋଇଂ ୭୩୭ ବିମାନ କ୍ରାଶ କରିବା ବେଳର ଭିଡିଓ ସାମ୍ନାକୁ ଆସିଛି। ପାହାଡ଼ ଉପରେ ଏହା କ୍ରାଶ କରିବା ପୂର୍ବରୁ ତଳ ମୁହାଁ ହୋଇ କେମିତି ଦ୍ରୁତ ଗତିରେ ତଳକୁ ଖସିଥିଲା, ତା’ହା କ୍ୟାମେରାରେ କଏଦ ହୋଇଛି। କ୍ରାଶ ପରେ ବିମାନଟି ସଂପୂର୍ଣ୍ଣ ଭାବେ ନିଆଁ ଲାଗି ଜଳି ଯାଇଛି।

Advertisment

ଦୁର୍ଘଟଣା ବେଳେ ବିମାନରେ ମୋଟ ୧୩୨ ଜଣ ଲୋକ ଥିଲେ। ସମସ୍ତେ ଏଥିରେ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଚାଇନା ସରକାର ଏଯାଏ ମୃତହାତଙ୍କ ସମ୍ପର୍କରେ ସୂଚନା ଦେଇନାହାନ୍ତି। କେବେ ଘଟଣା ଏତେ ଭୟଙ୍କର ଯେ କେହି ବଞ୍ଚିଥିବାର ସମ୍ଭାବନା କମ ବୋଲି କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିମାନଟି ସାଉଥୱେଷ୍ଟର୍ଣ୍ଣ ସହର କୁନମିଙ୍ଗରୁ ଗୁଆଙ୍ଗଝୌ ଅଞ୍ଚଳକୁ ଯାଉଥିଲା। ଏହା ଦିନ ୧.୧୦ରେ ଉଡ଼ାର ଭରିଥିଲା ଓ ୩.୦୫ରେ ଅବତରଣ କରିବାର ଥିଲା। ତେବେ ଉଝୌ ସହର ଉପରେ ବିମାନଟି ଯାଉଥିବା ବେଳେ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

Advertisment

ଶେଷରେ ଟେଙ୍ଗ କାଉଣ୍ଟରି ପାହାଡ଼ିଆ ଅଞ୍ଚଳରେ ଏହା ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଛି। ସେହିପରି ଉକ୍ତ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ନିଆଁ ଲାଗି ଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କେହି ଜୀବିତ ଥିବା ସମ୍ଭାବନା କମ ବୋଲି କହିଛନ୍ତି।


ବିମାନ ଏମୟୁ୫୭୫୩ ତଳ ମୁହାଁ ହୋଇ ଦ୍ରୁତଗତିରେ ଖସୁ ଥିବା ବେଳର ଭିଡିଓ କ୍ୟାମେରାରେ କଏଦ ହୋଇଛି। ଫ୍ଲାଇଟ ରାଡାର ୨୪ର ତଥ୍ୟ ଅନୁଯାୟୀ, ବିମାନଟି ମାତ୍ର ୨.୧୫ ମିନିଟରେ ୨୯,୧୦୦ ଫୁଟ ଉପରୁ ୯,୦୭୫ ଫୁଟ ତଳକୁ ଖସିଥିଲା। ଏହାର ୨୦ ସେକେଣ୍ଡ ମଧ୍ୟରେ ଏହା ୩,୨୨୫ ଫୁଟକୁ ଆସିଥିଲା। ଏହାପରେ ବିମାନର ଗତିପଥକୁ ଠାବ କରାଯାଇ ପାରି ନଥିଲା। ସ୍ଥାନୀୟ ସମୟ ୨.୨୨ ପରେ ବିମାନ ସମ୍ପର୍କରେ ଫ୍ଲାଇଟ ରାଡାର କୌଣସି ପ୍ରକାରର ତଥ୍ୟ ରଖିନାହିଁ।

ବିମାନରେ ୧୨୩ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ଥିଲେ। ଘଟଣା ପରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ତା’ର ସମସ୍ତ ବୋଲିଂ ୭୩୭-୮୦୦ ବିମାନର ଉଡ଼ାଣ ବନ୍ଦ କରିଦେଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ୬ ବର୍ଷ ପୁରୁଣା। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଘଟଣାରେ ସ୍ତବ୍ଧ ହୋଇଯାଇଛି। ଏଥିସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe