Advertisment

ଚାଇନାରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ

ବେଜିଂ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନା ସ୍ଥିତି ଏବେ ଭୟଙ୍କର ହେବାରେ ଲାଗିଛି। କରୋନା ସଂକ୍ରମଣ ଚାଇନାର ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ମହାମାରୀ ଆରମ୍ଭ ହେବା ଦିନଠାରୁ କେବେ ହେଲେ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ଏବେ ବିଶ୍ୱରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଚାଇନାରେ ଏହା ବଢ଼ିବାରେ […]

ଚାଇନାରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ

china

Advertisment

ବେଜିଂ: ମହାମାରୀ କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନା ସ୍ଥିତି ଏବେ ଭୟଙ୍କର ହେବାରେ ଲାଗିଛି। କରୋନା ସଂକ୍ରମଣ ଚାଇନାର ଦୈନିକ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

Advertisment

ମହାମାରୀ ଆରମ୍ଭ ହେବା ଦିନଠାରୁ କେବେ ହେଲେ ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ଏବେ ବିଶ୍ୱରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଚାଇନାରେ ଏହା ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ଖରାପ ସ୍ଥିତି ସଙ୍ଘାଇରେ ଦେଖିବାକୁ ମିଳିଛି।

ସଂକ୍ରମଣ ଯୋଗୁ ଏଠାରେ ଲକାଉଡନ ଲାଗୁ କରାଯାଇଛି। ତଥାପି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ସେହିପରି କରୋନା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇ ଥିବା ଚାଇନାର ଏପରି ସ୍ଥିତି ସମସ୍ତଙ୍କୁ ବିଚଳିତ ମଧ୍ୟ କରିଛି।

Advertisment

ମାର୍ଚ୍ଚ ମାସ ଯାଏ ଚାଇନାରେ ଦୈନିକ ସଂକ୍ରମଣ ବହୁତ କମ ରହିଥିଲା। ତଥାପି ବିଭିନ୍ନ ସ୍ଥାନରେ ଲକଡାଉନ, ସାମୁହିକ ଟେଷ୍ଟିଂ ଓ ଅନ୍ତର୍ଜାତୀୟ ଯାତ୍ରା ଉପରେ କଠୋର କଟକଣା ଲଗାଯାଇଥିଲା। ହେଲେ ଏବେ ପ୍ରାୟ ଗୋଟିଏ ସପ୍ତାହ ହେଲାଣି ହଜାର ହଜାର ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ସେହିପରି ଅଧିକାରୀମାନେ ସଙ୍ଘାଇ ନିକଟରୁ ଓମିକ୍ରନର ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ଠାବ କରିଥିବା ମଧ୍ୟ କହିଛନ୍ତି। ସମ୍ଭବତଃ ଏହି କାରଣରୁ ଚାଇନାରେ ଦୈନିକ ସଂକ୍ରମଣ ବଢ଼ୁଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଚାଇନାରୁ ୨୦,୪୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦେଶରେ କରୋନା ଯୋଗୁ କାହାର ମୃତ୍ୟୁ ଘଟିନାହିଁ। ସେହିପରି ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ନାହିଁ। ସଙ୍ଘାଇରେ ସଂକ୍ରମଣ ରୋକିବାକୁ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ସଂକ୍ରମିତ ହେଉଥିବା ଲୋକଙ୍କୁ ଅଲଗା ବିଲଡିଂରେ ରଖାଯାଉଛି। ଏପରି କି କୌଣସି ଛୋଟ ପିଲା କରୋନା ଆକ୍ରାନ୍ତ ହେଲେ, ସେମାନଙ୍କୁ ବାପା ମା’ଙ୍କ ଠାରୁ ଅଲଗା କରି ଦିଆଯାଉଛି। ଏହାକୁ ନେଇ ପରିବାର ଲୋକ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।

ପ୍ରଶାସନର କହିବା କଥା, ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୦% ଲୋକ ସଙ୍ଘାଇରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଛି ସଙ୍ଘାଇ। ତେଣୁ ଏଠାରେ ଅଧିକରୁ ଅଧିକ ଟେଷ୍ଟିଂ ଓ କଡ଼ା କଟକଣା ଲାଗୁ କରାଯାଇଛି। ଗତ ସପ୍ତାହରୁ ୨୫ ମିଲିୟନ ଜନସଂଖ୍ୟା ବିଶିଷ୍ଟ ସଙ୍ଘାଇରେ ଲକଡାଉନ ହୋଇ ରହିଛନ୍ତି। ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତଥାପି ଏଠାରେ ସଂକ୍ରମଣ ବଢ଼ି ଚାଲିଛି।

୨୦୧୯ରେ ଚାଇନାର ଉହାନରୁ ପ୍ରଥମେ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଚାଇନାର ବିଭିନ୍ନ ସହରକୁ ଏହା ବ୍ୟାପିଥିଲା। ପରବର୍ତ୍ତୀ ଅବସ୍ଥାରେ ପୂରା ବିଶ୍ୱ କରୋନା ପଞ୍ଝାରେ ପଡ଼ିଥିଲା। ଚାଇନାରେ କରୋନା ଉପର ମୁହାଁ ହୋଇଥିଲେ ମଧ୍ୟ କେବେ ହେଲେ ଦୈନିକ ସଂକ୍ରମଣ ୨୦ ହଜାର ପାର କରିଥିବା ପ୍ରଶାସନ କହି ନଥିଲା। ହେଲେ ଏବେ ସଂଖ୍ୟା ୨୦ ହଜାର ପାର କରିବା କେବଳ ଚାଇନା ନୁହେଁ, ପୂରା ବିଶ୍ୱକୁ ଆଉ ଥରେ କରୋନା ପ୍ରତି ସତର୍କ ରହିବାକୁ ସଙ୍କେତ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe