Advertisment

କଟକଣା ହଟିବାରେ ଚାଇନାରେ ସାଂଘାତିକ ସ୍ଥିତି, ମାସକରେ ଗଲାଣି ୬୦ ହଜାର ଜୀବନ

ବେଜିଂ: ମହାମାରୀ କରୋନା ଯୋଗୁ ଚାଇନାର ସ୍ଥିତି ସାଂଘାତିକ ହୋଇଥିବା ଶେଷରେ ସ୍ୱୀକାର କରିଛି ବେଜିଂ। ବିଶେଷ କରି ଚାଇନା ସରକାର ଦେଶରେ ଲାଗୁ ହୋଇଥିବା ଶୂନ କୋଭିଡ୍‌ ନୀତିକୁ ପ୍ରତ୍ୟାହାର କରିବା ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ମାସକ ଭିତରେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୬୦ ହଜାର ଲୋକଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ବେଜିଂ ସ୍ପଟ କରିଛି। ନ୍ୟାଶନାଲ ହେଲ୍ଥ କମିଶନ(ଏନଏଚ୍‌ସି)ର ଜଣେ ମେଡିକାଲ ଅଧିକାରୀ କହିଛନ୍ତି, ଡିସେମ୍ବର ୮ରୁ ଜାନୁଆରୀ […]

କଟକଣା ହଟିବାରେ ଚାଇନାରେ ସାଂଘାତିକ ସ୍ଥିତି, ମାସକରେ ଗଲାଣି ୬୦ ହଜାର ଜୀବନ

china

Advertisment

ବେଜିଂ: ମହାମାରୀ କରୋନା ଯୋଗୁ ଚାଇନାର ସ୍ଥିତି ସାଂଘାତିକ ହୋଇଥିବା ଶେଷରେ ସ୍ୱୀକାର କରିଛି ବେଜିଂ। ବିଶେଷ କରି ଚାଇନା ସରକାର ଦେଶରେ ଲାଗୁ ହୋଇଥିବା ଶୂନ କୋଭିଡ୍‌ ନୀତିକୁ ପ୍ରତ୍ୟାହାର କରିବା ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ମାସକ ଭିତରେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରାୟ ୬୦ ହଜାର ଲୋକଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ବେଜିଂ ସ୍ପଟ କରିଛି।

Advertisment

ନ୍ୟାଶନାଲ ହେଲ୍ଥ କମିଶନ(ଏନଏଚ୍‌ସି)ର ଜଣେ ମେଡିକାଲ ଅଧିକାରୀ କହିଛନ୍ତି, ଡିସେମ୍ବର ୮ରୁ ଜାନୁଆରୀ ୧୨ ମଧ୍ୟରେ କରୋନା ଯୋଗୁ ୫୯,୯୩୮ ଜଣ ଲୋକ ପ୍ରାଣ ହରାଇଛନ୍ତି। କଟକଣା ହଟିବା ପରେ କରୋନା ସଂକ୍ରମଣ ଓ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।

ଏବେ କିନ୍ତୁ ସ୍ଥିତିରେ ସୁଧାର ଆସିଛି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ୫,୫୦୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ପ୍ରାଣ ହରାଇଥିବା ୫୪,୪୩୫ ଜଣ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସେ କହିଛନ୍ତି।

Advertisment


ଯେଉଁମାନେ କେବଳ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ଚାଇନାର ସରକାର ଦେଇଛନ୍ତି। ତେବେ କରୋନା ଯୋଗୁ ଅନେକ ଲୋକ ଘରେ ମଧ୍ୟ ଆଖି ବୁଜିଥିଲେ। ସେମାନଙ୍କ ସଂଖ୍ୟା ସରକାର ଏହି ମୃତ୍ୟୁ ତାଲିକାରେ ସାମିଲ କରିନାହାନ୍ତି। ଏହାକୁ ନେଇ ଚାଇନା ସରକାର ପୁଣି ସମାଲୋଚନାର ଶିକାର ହୋଇଛନ୍ତି।

ପୂର୍ବରୁ ସଂକ୍ରମଣ ଓ ମୃତ୍ୟୁ ସମ୍ପର୍କରେ ଠିକ୍‌ ସୂଚନା ସରକାର ଦେଉ ନଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚାଇନାକୁ ଅଧିକ ତଥ୍ୟ ସାର୍ବଜନୀନ କରିବାକୁ ପରାମର୍ଶ ଦେଇଥିଲା। ଏହାପରେ ଚାଇନା ମୃତ୍ୟୁସଂଖ୍ୟାର କିଛି ତଥ୍ୟ ଦେଇଛି। ହେଲେ ଏବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe