Advertisment

'ଜିରୋ କୋଭିଡ' ପଲିସି, ଷ୍ଟିଲ ବାକ୍ସରେ କଏଦ୍‌ ରହିବାକୁ ବାଧ୍ୟ ଲୋକେ

ବେଜିଂ: କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନରେ ଏବେ ଆତଙ୍କ ଖେଳାଇଛି ଓମିକ୍ରନ୍‌। ସେଠାକାର ବିଭିନ୍ନ ସହରରେ ଦ୍ରୁତଗତିରେ ମାଡି ଚାଲିଛି କରୋନା ମହାମାରୀ। ଏହାର ମୁକାବିଲା ପାଇଁ ଏବେ ଚୀନ୍‌ ଆପଣାଇଛି ‘ଜିରୋ କୋଭିଡ’ ପଲିସି। ଲୋକଙ୍କୁ ମେଟାଲ ବା ଷ୍ଟିଲ ବାକ୍ସ ଭିତରେ ରହିବାକୁ ବାଧ୍ୟ କରୁଛି ଚୀନ୍‌, ଯାହା ସେଠାକାର ଲୋକଙ୍କ ପାଇଁ ଏବେ ସମସ୍ୟାର କାରଣ ପାଲଟିଛି। ଚୀନ୍ ତା’ର “ଜିରୋ କୋଭିଡ୍” ନୀତି ଅନୁଯାୟୀ ନାଗରିକଙ୍କ ଉପରେ ଅନେକ କଡା […]

'ଜିରୋ କୋଭିଡ' ପଲିସି, ଷ୍ଟିଲ ବାକ୍ସରେ କଏଦ୍‌ ରହିବାକୁ ବାଧ୍ୟ ଲୋକେ

China covid policy

Advertisment

ବେଜିଂ: କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନରେ ଏବେ ଆତଙ୍କ ଖେଳାଇଛି ଓମିକ୍ରନ୍‌। ସେଠାକାର ବିଭିନ୍ନ ସହରରେ ଦ୍ରୁତଗତିରେ ମାଡି ଚାଲିଛି କରୋନା ମହାମାରୀ। ଏହାର ମୁକାବିଲା ପାଇଁ ଏବେ ଚୀନ୍‌ ଆପଣାଇଛି 'ଜିରୋ କୋଭିଡ' ପଲିସି। ଲୋକଙ୍କୁ ମେଟାଲ ବା ଷ୍ଟିଲ ବାକ୍ସ ଭିତରେ ରହିବାକୁ ବାଧ୍ୟ କରୁଛି ଚୀନ୍‌, ଯାହା ସେଠାକାର ଲୋକଙ୍କ ପାଇଁ ଏବେ ସମସ୍ୟାର କାରଣ ପାଲଟିଛି।

Advertisment

ଚୀନ୍ ତା'ର "ଜିରୋ କୋଭିଡ୍" ନୀତି ଅନୁଯାୟୀ ନାଗରିକଙ୍କ ଉପରେ ଅନେକ କଡା ନିୟମ ଲାଗୁ କରିଛି। ଲକ୍ଷ ଲକ୍ଷ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ କରାଯାଇଛି। ଏହି ଲୋକମାନେ ଷ୍ଟିଲ୍‌ ବାକ୍ସ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି। କହି ରଖୁ ଯେ, ବେଜିଂ ଆସନ୍ତା ମାସର ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି। ଅଲିମ୍ପିକ୍ସକୁ କରୋନା ମୁକ୍ତ ରଖିବା ପାଇଁ ସେ ଏଭଳି ନୀତି ଆପଣାଇଛି।

Under China's zero-COVID policy, people forced to move to quarantine camps,  live in metal boxes

ଡେଲିମେଲ୍‌ର ରିପୋର୍ଟ ଅନୁଯାୟୀ, ଗର୍ଭବତୀ ମହିଳା, ପିଲା ଓ ବୟସ୍କ ଲୋକେ ଏହି ଷ୍ଟିଲ ବାକ୍ସ ଭିତରେ ଦୁଇ ସପ୍ତାହ ଯାଏଁ ରହିବାକୁ ବାଧ୍ୟ ହେଉଛନ୍ତି। ଯଦିଓ କେବଳ ଜଣେ ବ୍ୟକ୍ତି ଏମାନଙ୍କ ଅଞ୍ଚଳରେ କରୋନା ପଜିଟିଭ୍ ବାହାରିଥା’ନ୍ତି। ଏହି ବାକ୍ସ ଗୁଡ଼ିକରେ କାଠରେ ତିଆରି ଶଯ୍ୟା ଏବଂ ଶୌଚାଳୟ ବ୍ୟବସ୍ଥା ରହିଛି। କୁହାଯାଉଛି ଯେ ଅନେକ ଅଞ୍ଚଳରେ ମଧ୍ୟରାତ୍ରି ପରେ ଲୋକଙ୍କୁ ସେମାନଙ୍କ ଘର ଛାଡି କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୂଚନା ମୁତାବକ, ମହାମାରୀ କରୋନା ଯୋଗୁଁ ଚୀନ୍‌ରେ ପ୍ରାୟ ୨ କୋଟିରୁ ଅଧିକ ଲୋକ ନିଜ ଘରେ ବନ୍ଦି ହୋଇ ରହିଛନ୍ତି। ଖାଦ୍ୟ ସାମଗ୍ରୀ କିଣିବାକୁ ମଧ୍ୟ ସେମାନଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହି କଡା କଟକଣା ଯୋଗୁଁ ନିକଟରେ ଚୀନ୍‌ରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ବିଳମ୍ବ ହେତୁ ଗର୍ଭପାତ ହୋଇଯାଇଥିଲା। ସେବେଠାରୁ ଚୀନ୍‌ର ଜିରୋ କୋଭିଡ ପଲିସି ଉପରେ ବିତର୍କ ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ,  ୨୦୧୯ରେ ପ୍ରଥମ ଥର ପାଇଁ ଚୀନ୍‌ରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା। ଏଠାରୁ ହିଁ ପୂରା ବିଶ୍ୱକୁ ବ୍ୟାପିଥିଲା ଏହି ମାରାତ୍ମକ ମହାମାରୀ।

https://twitter.com/songpinganq/status/1480157517485203463?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe