Advertisment

ବସ୍‌ରେ ବିସ୍ଫୋରଣ ପରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନିଜ୍‌ କର୍ମଚାରୀ

ଇସଲାମାବାଦ: ପାକିସ୍ତାନରେ କାମ କରୁଥିବା ଚାଇନିଜ ଇଞ୍ଜିନିୟର ଓ କର୍ମଚାରୀ ଆଦୌ ସୁରକ୍ଷିତ ନୁହନ୍ତି। କିଛି ଦିନ ତଳେ ଚାଇନିଜ୍‌ ଇଞ୍ଜିନିୟର ଓ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଆତଙ୍କୀ ହମଲାର ଶିକାର ହୋଇଥିଲା। ଏଥିରେ ୯ ଜଣ ଚାଇନିଜ ନାଗରିକଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏବେ ପାକିସ୍ତାନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମରେ ନିୟୋଜିତ ଚାଇନିଜ କର୍ମଚାରୀମାନେ ନିଜର ସୁରକ୍ଷା ନିଜେ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନେ […]

ବସ୍‌ରେ ବିସ୍ଫୋରଣ ପରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନିଜ୍‌ କର୍ମଚାରୀ

China

Advertisment

ଇସଲାମାବାଦ: ପାକିସ୍ତାନରେ କାମ କରୁଥିବା ଚାଇନିଜ ଇଞ୍ଜିନିୟର ଓ କର୍ମଚାରୀ ଆଦୌ ସୁରକ୍ଷିତ ନୁହନ୍ତି। କିଛି ଦିନ ତଳେ ଚାଇନିଜ୍‌ ଇଞ୍ଜିନିୟର ଓ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଆତଙ୍କୀ ହମଲାର ଶିକାର ହୋଇଥିଲା। ଏଥିରେ ୯ ଜଣ ଚାଇନିଜ ନାଗରିକଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment

ଏହାପରେ ଏବେ ପାକିସ୍ତାନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମରେ ନିୟୋଜିତ ଚାଇନିଜ କର୍ମଚାରୀମାନେ ନିଜର ସୁରକ୍ଷା ନିଜେ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନେ ପ୍ରକଳ୍ପ ସ୍ଥଳରେ ଏକେ-୪୭ ଧରି କାମ କରୁଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଚାଇନା-ପାକିସ୍ତାନ ଇକୋନୋମିକ କରିଡରର ଅଧୀନରେ ଚାଲିଥିବା ପ୍ରକଳ୍ପରେ ନିୟୋଜିତ କର୍ମଚାରୀମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବିଭିନ୍ନ ମେଜରମେଣ୍ଟ କରିବା ବେଳେ କାନ୍ଧରେ ଏକେ-୪୭ ପକାଇଥିବା ଦେଖାଯାଇଛି।

Advertisment

କିଛି ଦିନ ତଳେ ଖାୟବର ପାଖତୁନଖ୍ୱାରେ ଥିବା ଦାସୁ ଡ୍ୟାମକୁ ଚାଇନିଜ ଇଞ୍ଜିନିୟର ଓ କର୍ମଚାରୀମାନେ ବସ୍‌ରେ ଯାଉଥିବା ବେଳେ ହିଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବସ୍‌ଟି ରାସ୍ତାରୁ ସିଧା ନିକଟସ୍ଥ ନାଳରେ ପଡ଼ିଥିଲା।

ଏହି ଘଟଣାକୁ ନେଇ ଚାଇନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏଥିସହ ପାକିସ୍ତାନ ଆର୍ମିକୁ ଇସଲାମାବାଦରେ ଥିବା ଚାଇନିଜ ନାଗରିକଙ୍କ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲା। ପାକ୍ ଆର୍ମି ଆକ୍ସନ ମୋଡ଼କୁ ଆସିଥିଲେ ହେଁ ଚାଇନିଜ କର୍ମଚାରୀମାନେ ଏହା ଉପରେ ବିଶ୍ୱାସ କରିପାରୁ ନାହାନ୍ତି। ସେଥିପାଇଁ ସେମାନେ ନିଜେ ନିଜେ ଏକେ-୪୭ ଧରି କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe