Advertisment

ତାଲିବାନ ସହ ଆମେରିକା ଗୁଇନ୍ଦା ଏଜେନ୍ସି ମୁଖ୍ୟଙ୍କ ଗୁପ୍ତ ବୈଠକ

କାବୁଲ: ତାଲିବାନର ଆଫଗାନିସ୍ତାନ ଦଖଲ ପରେ ପୂରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ଏସବୁ ଭିତରେ ଆମେରିକା କେନ୍ଦ୍ର ଗୁଇନ୍ଦା ଏଜେନ୍ସି (ସିଆଇଏ) ମୁଖ୍ୟ ୱିଲିୟମ ବର୍ନସ ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି। କାବୁଲରେ ସୋମବାର ଏହି ରୁଦ୍ଧଦ୍ୱାର ବୈଠକ ହୋଇଥିବା ଜଣାପଡ଼ିଛି। ବୈଠକର ବିଷୟବସ୍ତୁ କିମ୍ବା ନିର୍ଯାସ ସମ୍ପର୍କ ଜଣାପଡ଼ି ନଥିଲେ ହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି। ଯଦି […]

author-image
Hemant Lenka
ତାଲିବାନ ସହ ଆମେରିକା ଗୁଇନ୍ଦା ଏଜେନ୍ସି ମୁଖ୍ୟଙ୍କ ଗୁପ୍ତ ବୈଠକ

Taliban2

କାବୁଲ: ତାଲିବାନର ଆଫଗାନିସ୍ତାନ ଦଖଲ ପରେ ପୂରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ଏସବୁ ଭିତରେ ଆମେରିକା କେନ୍ଦ୍ର ଗୁଇନ୍ଦା ଏଜେନ୍ସି (ସିଆଇଏ) ମୁଖ୍ୟ ୱିଲିୟମ ବର୍ନସ ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି।

Advertisment

କାବୁଲରେ ସୋମବାର ଏହି ରୁଦ୍ଧଦ୍ୱାର ବୈଠକ ହୋଇଥିବା ଜଣାପଡ଼ିଛି। ବୈଠକର ବିଷୟବସ୍ତୁ କିମ୍ବା ନିର୍ଯାସ ସମ୍ପର୍କ ଜଣାପଡ଼ି ନଥିଲେ ହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି।

ଯଦି ସୋମବାର ବୈଠକ ରିପୋର୍ଟରେ ସତ୍ୟତା ଥାଏ, ତା’ହେଲେ ପ୍ରଥମଥର ପାଇଁ ଆଫଗାନ ଦଖଲ କରିବା ପରେ ତାଲିବାନର ଶୀର୍ଷସ୍ତରୀୟ ନେତା ଓ ବାଇଡେନ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି। ସୋମବାର ତାଲିବାନ ମୁଖପାତ୍ର ଆମେରିକା ଓ ବିଭିନ୍ନ ଦେଶର ଯବାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା ଆଫଗାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଯଦି ଏପରି ନ ହୁଏ, ତା’ହେଲେ ଏହାର ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ ମୁଖପାତ୍ର ଜଣଙ୍କ କହିଥିଲେ। ଏହି ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସିଆଇଏ ମୁଖ୍ୟ ୱିଲିୟମ ତାଲିବାନ ନେତା ବରାଦରଙ୍କୁ ଭେଟିଛନ୍ତି। ତେଣୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତାଲିବାନ ଆଉ କିଛି ସମୟ ଦେଇପାରେ ବୋଲି ଆଶା କରାଯାଉଛି।

ୱଲିୟମ ହେଉଛନ୍ତି ବାଇଡେନ ପ୍ରଶାସନର ସବୁଠାରୁ ବରିଷ୍ଟ ଡିପ୍ଲୋମାଟ। ସେହିପରି ବରାଦର ହେଉଛନ୍ତି ତାଲିବାନର ସହ ପ୍ରତିଷ୍ଠାତା। ତାଲିବାନ ଆଫଗାନ ଦଖଲ କରିବା ପୂର୍ବରୁ ସେ ସଂଗଠନର କତାର ଅଫିସ ମୁଖ୍ୟ ଥିଲେ। ସେହିପରି ଆଫଗାନର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଦୌଡ଼ରେ ତାଙ୍କ ନାଁ ସବୁଠାରୁ ଆଗରେ ରହିଛି। ତେଣୁ ଦୁଇ ଶୀର୍ଷ ସ୍ତରୀୟ ନେତାଙ୍କ ଗୁପ୍ତ ବୈଠକରୁ ଅନେକ କିଛି ଆଶା କରାଯାଉଛି।

ସିଆଇଏର ମୁଖପାତ୍ର ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି। ସିଆଇଏ କେବେ ହେଲେ ନିଜ ନିର୍ଦ୍ଦେଶକଙ୍କ ଗସ୍ତର ସୂଚୀ ସାର୍ବଜନୀନ କରିନଥାଏ ବୋଲି ସେ କହିଛନ୍ତି।