Advertisment

ଏଣିକି ସପ୍ତାହକୁ କେବଳ ୪ ଦିନ କାମ, ନିଷ୍ପତ୍ତି ନେଲେ ୧୦୦ କମ୍ପାନୀ

ଲଣ୍ଡନ: କର୍ମଚାରୀଙ୍କ ପାଇଁ ଭଲ ଖବର। ଏଣିକି ସ୍ଥାୟୀ ଭାବେ ସପ୍ତାହକୁ କେବଳ ୪ ଦିନ କାମ କରିବାକୁ ପଡ଼ିବ। ବାକି ଦିନଗୁଡ଼ିକ ଛୁଟି ରହିବ ଓ ଏଥିପାଇଁ ଦରମା ମଧ୍ୟ କଟା ଯିବନାହିଁ। ବ୍ରିଟେନର ପ୍ରାୟ ୧୦୦ଟି କମ୍ପାନୀ ମିଳିତ ଭାବେ ସାପ୍ତାହିକ ୪ ଦିନ କାମ ନିୟମକୁ ସ୍ଥାୟୀ ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୧୦୦ କମ୍ପାନୀରେ ପ୍ରାୟ ୨୬ ଶହ କର୍ମଚାରୀ କାମ କରନ୍ତି। ଏବେ ସମସ୍ତେ ସପ୍ତାହକୁ ୪ […]

author-image
Hemant Lenka
ଏଣିକି ସପ୍ତାହକୁ କେବଳ ୪ ଦିନ କାମ, ନିଷ୍ପତ୍ତି ନେଲେ ୧୦୦ କମ୍ପାନୀ

comany

ଲଣ୍ଡନ: କର୍ମଚାରୀଙ୍କ ପାଇଁ ଭଲ ଖବର। ଏଣିକି ସ୍ଥାୟୀ ଭାବେ ସପ୍ତାହକୁ କେବଳ ୪ ଦିନ କାମ କରିବାକୁ ପଡ଼ିବ। ବାକି ଦିନଗୁଡ଼ିକ ଛୁଟି ରହିବ ଓ ଏଥିପାଇଁ ଦରମା ମଧ୍ୟ କଟା ଯିବନାହିଁ। ବ୍ରିଟେନର ପ୍ରାୟ ୧୦୦ଟି କମ୍ପାନୀ ମିଳିତ ଭାବେ ସାପ୍ତାହିକ ୪ ଦିନ କାମ ନିୟମକୁ ସ୍ଥାୟୀ ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୧୦୦ କମ୍ପାନୀରେ ପ୍ରାୟ ୨୬ ଶହ କର୍ମଚାରୀ କାମ କରନ୍ତି। ଏବେ ସମସ୍ତେ ସପ୍ତାହକୁ ୪ ଦିନ କାମ କରି ଦେଶରେ ବୈପ୍ଳିବକ ପରିବର୍ତ୍ତନ ଆଣିପାରିବେ ବୋଲି କମ୍ପାନୀଗୁଡ଼ିକ ଆଶା ରଖିଛନ୍ତି।

Advertisment

ପୂର୍ବରୁ ସପ୍ତାହକ ୫ ଦିନ କାମ କରିବା ନିୟମ ଲାଗୁ କରିବା ସପକ୍ଷରେ କିଛି କମ୍ପାନୀ ରହିଥିଲେ। ତେବେ ସପ୍ତାହକ ୪ ଦିନ କାମ କରିବା ନିୟମ କର୍ମଚାରୀଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ସେମାନେ ଆଶା କରିଥିଲେ। ଏହି ୪ ଦିନ ମଧ୍ୟରେ ବି କର୍ମଚାରୀମାନେ ସବୁ କାମ କରିବାକୁ ସକ୍ଷମ ହେବେ ବୋଲି ଅନୁଭବ କରି କମ୍ପାନୀ ଗୁଡ଼ିକ ଏପରି ନିଷ୍ପତ୍ତି ନେଇଛନ୍ତି।

୧୦୦ କମ୍ପାନୀ ମଧ୍ୟରେ ଥିବା ଦୁଇ ବଡ଼ ଫାର୍ମ ହେଉଛନ୍ତି ଆଟୋମ ବ୍ୟାଙ୍କ ଓ ଗ୍ଲୋବାଲ ମାର୍କେଟିଂ କମ୍ପାନୀ ଅୱିନ। ବ୍ରିଟେନରେ ଏହି କମ୍ପାନୀ ଦ୍ୱୟର ୪୫୦ରୁ ଅଧିକ ଜଣ କର୍ମଚାରୀ ରହିଛନ୍ତି। ବହୁ ଦିନ ପୂର୍ବରୁ କମ୍ପାନୀ ୪ ଦିନିଆ ବ୍ୟବସ୍ଥା ଲାଗୁ କରିଥିଲା। କର୍ମଚାରୀମାନେ ମଧ୍ୟ ଏହି ନିୟମ ଦ୍ୱାରା ବାନ୍ଧି ହୋଇ ସବୁ କାମ କରୁଛନ୍ତି। ସେମାନଙ୍କୁ ଅଧିକ ଘଣ୍ଟା ମଧ୍ୟ କାମ କରିବାକୁ ପଡ଼ୁନି। ସେମାନେ ୪ ଦିନ ମଧ୍ୟରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିପାରୁଛନ୍ତି।

Advertisment

ସମସ୍ତେ ଭାବୁଥିଲେ ଯେ ସପ୍ତାହକୁ ୪ ଦିନ କାମ କରିବାକୁ ପ୍ରଚଳନ ହେବାକୁ ଥିବା ନିୟମ ଅସୁବିଧା ସୃଷ୍ଟି କରିବ। କାରଣ ପ୍ରତିଦିନ ଡ୍ୟୁଟି ସମୟ ବୃଦ୍ଧି ପାଇବ। କିନ୍ତୁ ବ୍ରିଟେନର କମ୍ପାନୀଗୁଡ଼ିକ ଦୈନିକ ଡ୍ୟୁଟି ସମୟରେ କୌଣସି ପରିବର୍ତ୍ତନ କରି ନାହାନ୍ତି। କେବଳ ସପ୍ତାହକ ଏଣିକି ୪ଟି ୱାର୍କିଂ ଡେ’ ରହିବ ବୋଲି କହିଛନ୍ତି।