Advertisment

'ହୁ'ର ବଡ଼ ବୟାନ୍, କରୋନା କେବେ ଯିବ ନାହିଁ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଭାରତ ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇନାହିଁ। ଯଦିଓ କରୋନା ମାମଲା ଏବେ ସାମାନ୍ୟ ହ୍ରାସ ପାଇଛି ତଥାପି ବିପଦକୁ ଏଡାଇ ଦିଆଯାଇପାରିବ ନାହିଁ। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆଣିଛି। ‘ହୁ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନଙ୍କ ମତରେ କରୋନା ଭାଇରସ୍ ଆଉ କେବେବି ଯିବ ହେବ ନାହିଁ। […]

ଅଦ୍ୟତନ ହୋଇଛି
'ହୁ'ର ବଡ଼ ବୟାନ୍, କରୋନା କେବେ ଯିବ ନାହିଁ

covid-19

Advertisment

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଭାରତ ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇନାହିଁ। ଯଦିଓ କରୋନା ମାମଲା ଏବେ ସାମାନ୍ୟ ହ୍ରାସ ପାଇଛି ତଥାପି ବିପଦକୁ ଏଡାଇ ଦିଆଯାଇପାରିବ ନାହିଁ। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆଣିଛି। 'ହୁ'ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାକ୍ତର ମାଇକ୍ ରିୟାନଙ୍କ ମତରେ କରୋନା ଭାଇରସ୍ ଆଉ କେବେବି ଯିବ ହେବ ନାହିଁ। ଯେପରି ୨୦୦୯ରେ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା 'ସ୍ୱାଇନ୍ ଫ୍ଲୁ' ଭାଇରସ୍ ଏବେ ମଧ୍ୟ ତା'ର କାୟା ବିସ୍ତାର ଜାରି ରଖିଛି। ଠିକ୍ ସେହିପରି କରୋନା ମଧ୍ୟ ଆଗାମୀ ଦିନରେ ରହିବ।

Advertisment

ସେ କହିଛନ୍ତି, କରୋନା ପାଇଁ ଏବେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଅଧିକ ଟିକାକରଣ ଦ୍ୱାରା ହର୍ଡ ଇମ୍ୟୁନିଟୀ ପାଇପାରିବା ଏବଂ ଏହା ଦ୍ୱାରା ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବ। ବର୍ତ୍ତମାନ କୋଭିଡ୍ ମହାମାରୀ ଅନ୍ତର୍ଜାତୀୟ ସମସ୍ୟା ହୋଇ ଛିଡ଼ା ହୋଇଛି।

ଡାକ୍ତର ମାଇକ୍ ରିୟାନ୍ କହିଛନ୍ତି, ସଂକ୍ରମଣ ସ୍ତର ନିମ୍ନଗାମୀ ହେବା ଓ ଟିକାକରଣର ଅଧିକ ବିତରଣ ଦ୍ୱାରା ଶରୀରରେ ହର୍ଡ ଇମ୍ୟୁନିଟୀ ବଢ଼ିଥାଏ। ଆଉ ଏହା ପରେ ଅଧିକ ଲୋକଙ୍କୁ ଆଉ ହସ୍ପିଟାଲକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ। ଏବେ କରୋନା ଅନ୍ତର୍ଜାତୀୟ ସ୍ତରରେ ଜରୁରୀ ପରିସ୍ଥିତି ଭାବେ ଉଭା ହୋଇଛି। ତେଣୁ କରୋନା ଭାଇରସ୍ ଆଉ କେବେବି ଦୂର ହେବ ନାହିଁ ବୋଲି ମାଇକ୍ କହିଛନ୍ତି।

Advertisment

୨୦୧୨ରେ ବୈଜ୍ଞାନିକଙ୍କର ଅନ୍ତର୍ଜାତୀୟ ଗ୍ରୁପର ଏକ ଅଧ୍ୟୟନ ଅନୁସାରେ, ୨୦୦୯ରେ ଉତ୍ପନ ହୋଇଥିବା ସ୍ୱାଇନ୍ ଫ୍ଲୁ' ମହାମାରୀ ୨,୮୪,୫୦୦ ଲୋକଙ୍କର ଜୀବନ ନେଇଥିଲା। ଯାହା ସେହି ସମୟରେ ଲାବୋରେଟୋରୀ ଦ୍ୱାରା ପରୀକ୍ଷଣର ୧୫ ଗୁଣା ଅଧିକ। ନଭେମ୍ବର ୨୦୦୯ରେ ଏଚ୧ଏନ୧ (ସ୍ୱାଇନ୍ ଫ୍ଲୁ) ଆରମ୍ଭ ହୋଇଥିଲା। ଯାହା ପରେ ୨୦୧୦ ଅଗଷ୍ଟରେ 'ହୁ' ଏହାକୁ ମହାମାରୀ ଘୋଷଣା କରିଥିଲା।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe