Advertisment

ସାଇବର ଆଟାକ, ତୈଳ ଯୋଗାଣ ବନ୍ଦ

ତେହେରାନ: ଇରାନରେ ସମସ୍ତ ପେଟ୍ରୋଲ ପମ୍ପ ବା ଗ୍ୟାସ ଷ୍ଟେସନ ଗୁଡ଼ିକ ଉପରେ ସାଇବର ଆଟାକ ହୋଇଛି। ସାଇବର ଆଟାକ ଯୋଗୁ ପମ୍ପକୁ ତୈଳ ଯୋଗାଣ ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ଏଥିଯୋଗୁ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି। ସାଇବର ଆଟାକ ପରେ ସବସିଡି ଯୁକ୍ତ ଗାସୋଲାଇନ ବିକ୍ରି ବନ୍ଦ ରହିଛି। ଫଳରେ ସମଗ୍ର ଦେଶର ପେଟ୍ରୋଲ ପମ୍ପଗୁଡ଼ିକ ଆଗରେ ଲୋକଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି। ଦେଶର ସରକାରୀ ମିଡିଆ ସଂସ୍ଥା ଆଇଆରଆଇବି କହିଛି, ଗ୍ୟାସ […]

ସାଇବର ଆଟାକ, ତୈଳ ଯୋଗାଣ ବନ୍ଦ

petrol

Advertisment

ତେହେରାନ: ଇରାନରେ ସମସ୍ତ ପେଟ୍ରୋଲ ପମ୍ପ ବା ଗ୍ୟାସ ଷ୍ଟେସନ ଗୁଡ଼ିକ ଉପରେ ସାଇବର ଆଟାକ ହୋଇଛି। ସାଇବର ଆଟାକ ଯୋଗୁ ପମ୍ପକୁ ତୈଳ ଯୋଗାଣ ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ଏଥିଯୋଗୁ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି। ସାଇବର ଆଟାକ ପରେ ସବସିଡି ଯୁକ୍ତ ଗାସୋଲାଇନ ବିକ୍ରି ବନ୍ଦ ରହିଛି। ଫଳରେ ସମଗ୍ର ଦେଶର ପେଟ୍ରୋଲ ପମ୍ପଗୁଡ଼ିକ ଆଗରେ ଲୋକଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି।

Advertisment

ଦେଶର ସରକାରୀ ମିଡିଆ ସଂସ୍ଥା ଆଇଆରଆଇବି କହିଛି, ଗ୍ୟାସ ଷ୍ଟେସନ(ପେଟ୍ରୋଲ ପମ୍ପ)ରେ ଦୀର୍ଘ ଘଣ୍ଟା ଧରି ରିଫିଲିଂରେ ସମସ୍ୟା ସୃଷ୍ଟି ହୋଇଛି। ସାଇବର ଆଟାକ ଯୋଗୁ ଏପରି ଘଟିଛି। ଟେକ୍ନିକାଲ ଟିମ୍‌ ଏହାକୁ ମରାମତି ଆରମ୍ଭ କରିଦେଇଛନ୍ତି। ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ ହୋଇଯିବ।

ସାଇବର ଆଟାକ ଯୋଗୁ ଷ୍ଟେସନଗୁଡ଼ିକୁ ତୈଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ରିଫିଲିଂରେ ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି। ତୈଳ ରିଫିଲିଂ ହୋଇ ପାରୁ ନଥିବାରୁ ଆଜି ସମସ୍ତ ପେଟ୍ରୋଲ ପମ୍ପ ଗୁଡ଼ିକ ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଥିଲା। ଲୋକମାନେ ତେଲ ପକାଇବାକୁ ଆସିଥିଲେ ମଧ୍ୟ ନରାଶ ହୋଇ ଘରକୁ ଫେରିଛନ୍ତି।

Advertisment

ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ମାସରେ ଇରାନରେ ହଠାତ୍‌ ତୈଳଦର ବୃଦ୍ଧି ପାଇଥିଲା। ଏହାକୁ ବିରୋଧରେ ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ। କିନ୍ତୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଅନେକ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଥିଲେ। ଏହି ଘଟଣାର ଦ୍ୱିତୀୟ ବର୍ଷପୂର୍ତ୍ତି ପୂର୍ବରୁ ଆଜି ଇରାନର ଗ୍ୟାସ ଷ୍ଟେସନ ଉପରେ ସାଇବର ଆଟାକ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe