/odisha-reporter/media/post_attachments/uploads/2022/10/cyclone-3.jpg)
cyclone
ଢାକା: ଓଡ଼ିଶା ଉପକୂଳା ପ୍ରଭାବ ପକାଇବାକୁ ଅକ୍ଷମ ହୋଇଥିବା ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ବାଂଲାଦେଶରେ ତାଣ୍ଡବ ରଚିଛି। ଆଜି ଭୋର ସମୟରେ ସିତ୍ରାଙ୍ଗ ସାମୁଦ୍ରିକ ଝଡ଼ର ରୂପ ନେଇ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ସ୍ଥଳ ଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲେ। ତେବେ ପ୍ରବଳ ବର୍ଷା ହୋଇଥିଲା।
ବର୍ଷା ଓ ପବନ ଯୋଗୁ ଏଯାଏ ବାଂଲାଦେଶର ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୩୩ ଜଣ ଲୋକଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ସେହିପରି ସମୁଦ୍ର ଢେଉ ମଧ୍ୟ କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
ଭୋର ସମୟରେ ଲ୍ୟାଣ୍ଡଫଲ କରିଥିବା ସିତ୍ରାଙ୍ଗ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ବର୍ତ୍ତମାନ ଏହା ଲଘୁଚାପରେ ପରିଣତ ହୋଇସାରିଥିଲେ ମଧ୍ୟ ବର୍ଷା ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ସିତ୍ରାଙ୍ଗ ଲ୍ୟାଣ୍ଡଫଲ କରିବା ବେଳେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା।
ସମୁଦ୍ର ଢେଉ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ଉଚ୍ଚକୁ ଉଠିଥିଲା। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଘର ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି। ଏଥିଯୋଗୁ ଉପଲବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଧିକାଂଶ ଲୋକ ଅନ୍ଧାରରେ ରହିଛନ୍ତି।
ଭୋଲା ସଦର, ଦୌଲତଖାନ, ଲାଲମୋହନ ଓ ଚରରଫଶାନ ଜିଲ୍ଲାରେ ୪ ଜଣ ପ୍ରାଣ ହରାଇଥିଲା ବେଳେ ନାଙ୍ଗାଲକୋଟ ରିଜନୀର କୌମିଲ୍ଲାରେ ଜଣେ ଦମ୍ପତି ଓ ସେମାଙ୍କ ଛୋଟ ପିଲାର ମୃତ୍ୟୁ ଘଟିଛି। ଏମାନେ ଘର ଭିତରେ ରହିଥିବା ବେଳେ ଗୋଟିଏ ବଡ଼ ଗଛ ଏହା ଉପରେ ପଡ଼ି ଯାଇଥିଲା। ଫଳରେ ବାପା, ମା’ ଓ ଛୋଟ ପିଲାର ଜୀବନ ଯାଇଛି।
ହଜାରିବାଗ ଅଞ୍ଚଳରେ ଜଣେ ରିକ୍ସା ଚାଳକଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଚିତ୍ତାଗଥଙ୍ଗର ସିତାକୁଣ୍ଡାର ରିଜନର ଗୋଟିଏ ନାଳରୁ ଜଣେ ଛୋଟ ପିଲାର ମୃତଦେହ ଉଦ୍ଧାର କରାଯାଇଛି।
ପ୍ରଖର ସ୍ରୋତରେ ପିଲାଟି କୌଣସି ଉପର ଅଞ୍ଚଳକୁ ଭାସି ଆସିଥିବା ପୁଲିସ୍ ସନ୍ଦେହ କରୁଛି। ପାତୁଖାଲି ଓ ସିରାଜଗଞ୍ଜରେ ଡଙ୍ଗା ଓଲଟି ୩ ଜଣ ପ୍ରାଣ ହରାଇଛନ୍ତି। ଗଛ ପଡ଼ିବା ଯୋଗୁ ଆଉ ୪ ଜଣ ଓ କାନ୍ଥ ପଡ଼ି ୨ ଜଣ ଲୋକ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଆଖି ବୁଜିଥିବା ପ୍ରଶାସନ ସୂଚନା ଦେଇଛି।
ବାତ୍ୟା ସିତ୍ରାଙ୍ଗ ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ସୁମଦ୍ରକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘର ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
