Advertisment

ବ୍ଲାକ ସି’ରେ ବୁଡ଼ିଗଲା ରୁଷର ଯୁଦ୍ଧ ଜାହାଜ

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ବଡ଼ ଝଟକା ଲାଗିଛି। ୟୁକ୍ରେନ ବିରୋଧରେ ସାମରିକ ଅପରେସନ କରୁଥିବା ବେଳେ ରୁଷର ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜ ବ୍ଲାକ ସି’ରେ ବୁଡ଼ି ଯାଇଛି। ଅପରେସନ ବେଳେ ଏହି ଯୁଦ୍ଧ ଜାହାଜଟି କ୍ଷତି ଗ୍ରସ୍ତ ହୋଇଥିଲା। ଫଳରେ ଏହା ସମୁଦ୍ରରେ ବୁଡ଼ି ଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ କହିଛି ଯେ “ଲକ୍ଷ୍ୟସ୍ଥଳରେ ଥିବା ପୋର୍ଟକୁ ଯାଉଥିବା ବେଳେ ଜାହାଜଟି ନିୟନ୍ତ୍ରଣ ହରାଇଥିଲା। […]

ବ୍ଲାକ ସି’ରେ ବୁଡ଼ିଗଲା ରୁଷର ଯୁଦ୍ଧ ଜାହାଜ

Russia

Advertisment

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ବଡ଼ ଝଟକା ଲାଗିଛି। ୟୁକ୍ରେନ ବିରୋଧରେ ସାମରିକ ଅପରେସନ କରୁଥିବା ବେଳେ ରୁଷର ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜ ବ୍ଲାକ ସି’ରେ ବୁଡ଼ି ଯାଇଛି। ଅପରେସନ ବେଳେ ଏହି ଯୁଦ୍ଧ ଜାହାଜଟି କ୍ଷତି ଗ୍ରସ୍ତ ହୋଇଥିଲା। ଫଳରେ ଏହା ସମୁଦ୍ରରେ ବୁଡ଼ି ଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

Advertisment

ମନ୍ତ୍ରଣାଳୟ କହିଛି ଯେ “ଲକ୍ଷ୍ୟସ୍ଥଳରେ ଥିବା ପୋର୍ଟକୁ ଯାଉଥିବା ବେଳେ ଜାହାଜଟି ନିୟନ୍ତ୍ରଣ ହରାଇଥିଲା। ଗୁଳିଗୋଳା ବିସ୍ଫୋରଣ ଯୋଗୁ ଜାହାଜରେ ନିଆଁ ଲାଗି ଯାଇଥିଲା ଓ ଏହା କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଜାହାଜଟି ବ୍ଲାକ ସି’ରେ ବୁଡ଼ି ଯାଇଛି।”

ତେବେ ଯୁଦ୍ଧ ଜାହାଜଟି ୟୁକ୍ରେନର ମିସାଇଲ ମାଡ଼ରେ ହିଁ କ୍ଷତିଗ୍ରସ୍ତ ହୋଇଥିବା କିଛି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏ ସମ୍ପର୍କରେ ରୁଷ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହିଁ। ଗୁରୁବାର ରୁଷ ଯୁଦ୍ଧ ଜାହାଜ ୟୁକ୍ରେନର ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଥିଲା। ଏହି ସମୟରେ ରୁଷ କହିଥିଲା ଯେ ଜାହାଜରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରାଯାଇଛି ଓ ଏହା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମୁଦ୍ରରେ ଭାସିବାର କ୍ଷମତା ରଖିଛି।

Advertisment

ବର୍ତ୍ତମାନ ଜାହାଜରେ କେମିତି ନିଆଁ ଲାଗିଲା, ତା’ର ତଦନ୍ତ କରାଯାଉଛି। ସେହିପରି କ୍ଷତିଗ୍ରସ୍ତ ଜାହାଜରେ ଥିବା ଶତାଧିକ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ବ୍ଲାକ ସି’ରେ ଥିବା ଆଉ ଗୋଟିଏ ଜାହାଜକୁ ଅଣାଯାଇଛି ବୋଲି ମସ୍କୋ କହିଥିଲା। ହେଲେ ଏବେ ଜାହାଜ ବୁଡ଼ି ଯାଇଥିବାରୁ ରୁଷର ସବୁ ମିଛ ଧରା ପଡ଼ିଯାଇଛି। ବୁଡ଼ି ଯାଇଥିବା ଜାହାଜରେ ରୁଷର ସୈନ୍ୟ ଓ କ୍ରୁଜ ସଦସ୍ୟ ଥିଲେ କି ନାହିଁ, ସେକଥା ଜଣାପଡ଼ିନି।

ଅନ୍ୟପକ୍ଷରେ ୟୁକ୍ରେନ କହିଛି ଯେ ରୁଷ ଯୁଦ୍ଧ ଜାହାଜ ଓଡେଶା ଅଭିମୁଖେ ଆସୁଥିବା ବେଳେ ରକେଟ ଆକ୍ରମଣର ଶିକାର ହୋଇଥିଲା। ଫଳରେ ରୁଷ ବ୍ୟାପକ କ୍ଷତି ସହିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe