Advertisment

“ଆମେ ପଛେ ମରୁ, ଆମ ଛୁଆକୁ ନେଇଯାଅ”: ଆଫଗାନରୁ ଆସିଲା ଛାତିଥରା ଦୃଶ୍ୟ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ଦେହଥରା ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତାଲିବାନୀ ଭୟରେ ହଜାର ହଜାର ଲୋକ ଆଫଗାନ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି। କିନ୍ତୁ କାବୁଲର ହମିଦ କରଜାଇ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣରେ ରଖିଥିବା ଆମେରିକା ଓ ବ୍ରିଟିଶ ସେନା ନିରୂପାୟ। ସେମାନେ ଚାହିଁଲେ ମଧ୍ୟ ଏତେ ଲୋକଙ୍କୁ ବିମାନରେ ନେଇପାରୁ ନାହାନ୍ତି। ଏସବୁ ଭିତରେ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ନିଜ […]

author-image
Hemant Lenka
ଅଦ୍ୟତନ ହୋଇଛି
“ଆମେ ପଛେ ମରୁ, ଆମ ଛୁଆକୁ ନେଇଯାଅ”: ଆଫଗାନରୁ ଆସିଲା ଛାତିଥରା ଦୃଶ୍ୟ

Taliban-1

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ଦେହଥରା ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତାଲିବାନୀ ଭୟରେ ହଜାର ହଜାର ଲୋକ ଆଫଗାନ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି। କିନ୍ତୁ କାବୁଲର ହମିଦ କରଜାଇ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣରେ ରଖିଥିବା ଆମେରିକା ଓ ବ୍ରିଟିଶ ସେନା ନିରୂପାୟ। ସେମାନେ ଚାହିଁଲେ ମଧ୍ୟ ଏତେ ଲୋକଙ୍କୁ ବିମାନରେ ନେଇପାରୁ ନାହାନ୍ତି।

Advertisment

ଏସବୁ ଭିତରେ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ମାନେ ସେନା ଆଗରେ ନେହୁରା ହେବାରେ ଲାଗିଛନ୍ତି। କାବୁଲ ଏୟାରପୋର୍ଟରେ ତାର ଜାଲି ଓ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ ହଜାର ହଜାର ଲୋକ ରହିଥିବା ବେଳେ ଅନ୍ୟପଟେ ସେନାର ଯବାନମାନେ ରହିଛନ୍ତି। ନିଜ ଛୁଆର ଜୀବନ ବଞ୍ଚାଇବାକୁ ମା’ବାପା କେମିତି ଉକ୍ତ ତାର ବାଡ଼ ଓ ପାଚେରୀ ଏପଟୁ ରହି ଛୁଆମାନଙ୍କୁ ସେନା ଯବାନଙ୍କ ଉପରକୁ ଫିଙ୍ଗି ଦେଉଛନ୍ତି, ତା’ର ଦୃଶ୍ୟ ସାରା ବିଶ୍ୱ ସାମ୍ନାକୁ ଆସିଛି।

ସବୁ ବାପା ମା’ଙ୍କ ତୁଣ୍ଡରେ ଗୋଟିଏ କଥା, ଆମେ ପଛେ ମରି ଯାଉ, ଆମ ଛୁଆର ଜୀବନ ବଞ୍ଚାଇ ଦିଅ। ତାଲିବାନୀମାନେ ଆମକୁ ଆଉ କିଛି ଦିନ ଭିତରେ ମାରିଦେବେ। ଏହାପୂର୍ବରୁ ଆମ ଛୁଆକୁ ଆପଣ(ସେନା ଯବାନ) ଯେକୌଣସି ବିମାନରେ ସୁରକ୍ଷିତ ସ୍ଥାନକୁ ପଠାଇ ଦିଅନ୍ତୁ। ଲୋକଙ୍କ ଏହି କରୁଣ ନିବେଦନ ଶୁଣି କିଛି ସେନା ଯବାନ ଛୋଟ ପିଲାମାନଙ୍କୁ ଏୟାରପୋର୍ଟ ଭିତରକୁ ପାଚେରୀ ଓ ତାର ବାଡ଼ ପଟେ ନେଉଥିବା ଦେଖିବାକୁ ମିଳିଛି।

Advertisment

ଆଉ ଏକ ଭିଡିଓରେ ମହିଳାମାନେ ତାର ବାଡ଼ ଫାଙ୍କରେ ସେନା ଯବାନଙ୍କୁ କାନ୍ଦିକାନ୍ଦି ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି। ଆମକୁ ରକ୍ଷା କର..ଆମକୁ ରକ୍ଷା କର। ତାଲିବାନୀ ଆମ ପଛରେ ପଡ଼ିଛନ୍ତି। ସେମାନେ ଆମକୁ ମାରିଦେବେ ବୋଲି ସେମାନେ କହୁଥିବା ଶୁଣିବାକୁ ମିଳିଛି। ସମସ୍ତେ ବିମାନରେ ବସି ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହୁଁଥିଲେ ହେଁ ଏଯାଏ ଏହା ସମ୍ଭବ ହୋଇପାରି ନାହିଁ।


ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କାବୁଲର ହାମିଦ କରଜଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆମେରିକା, ବ୍ରିଟେନ ଓ ଆଉ କିଛି ଦେଶର ସେନା ବ୍ୟାରିକେଡିଂ କରିଛନ୍ତି। ଏହାରି ଭିତରେ ହଜାର ହଜାର ଆଫଗାନୀ ବିମାନବନ୍ଦର ଭିତରକୁ ପ୍ରବେଶ କରିବାକୁ ସେନା ଆଗରେ ଗୁହାରି କରୁଛନ୍ତି।