Advertisment

ମଶାଣି ପାଲଟିଲା ମାରିୟୁପୋଲ!

କିଭ୍‌: ଦୀର୍ଘ ୩୪ ଦିନ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଲଗାରତର ରୁଷର ଆକ୍ରମଣରେ ଥରି ଏବେ ଉଠିଛି ୟୁକ୍ରେନ୍‌। ଅନେକ ସହର ହୋଇଯାଇଛି ଛାରଖାନ୍‌। ୟୁକ୍ରେନ୍‌ର ସବୁଠାରୁ ବଡ ସହର କୁହାଯାଉଥିବା ମାରିୟୁପୋଲ ଏବେ ପାଲଟି ଯାଇଛି ମଶାଣି। ରୁଷ ଆକ୍ରମଣରେ ଏହି ସହରର ୫ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। କେବଳ ସେତିକି ନୁହେଁ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ହସ୍ପିଟାଲରେ ଆହତ ବ୍ୟକ୍ତିଙ୍କ ଭିଡ […]

ଅଦ୍ୟତନ ହୋଇଛି
ମଶାଣି ପାଲଟିଲା ମାରିୟୁପୋଲ!

mariupol

Advertisment

କିଭ୍‌: ଦୀର୍ଘ ୩୪ ଦିନ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଲଗାରତର ରୁଷର ଆକ୍ରମଣରେ ଥରି ଏବେ ଉଠିଛି ୟୁକ୍ରେନ୍‌। ଅନେକ ସହର ହୋଇଯାଇଛି ଛାରଖାନ୍‌। ୟୁକ୍ରେନ୍‌ର ସବୁଠାରୁ ବଡ ସହର କୁହାଯାଉଥିବା ମାରିୟୁପୋଲ ଏବେ ପାଲଟି ଯାଇଛି ମଶାଣି। ରୁଷ ଆକ୍ରମଣରେ ଏହି ସହରର ୫ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। କେବଳ ସେତିକି ନୁହେଁ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ହସ୍ପିଟାଲରେ ଆହତ ବ୍ୟକ୍ତିଙ୍କ ଭିଡ ଜମିଛି।

Advertisment

କେତେବେଳେ କେଉଁ ବୋମା ମାଡ ହୋଇ କ୍ଷଣିକ ମଧ୍ୟରେ ଜୀବନ ଚାଲିଯିବ, ଏହି ଭୟ ଏବେ ଏଠାକାର ଲୋକଙ୍କୁ ଖାଇଯାଉଛି। ପରିସ୍ଥିତି ଏପରି ଯେ ବହୁ ସଂଖ୍ୟକ ମୃତଦେହ ଗୁଡିକି ପାର୍କ ଏବଂ ବିଦ୍ୟାଳୟରେ ଏକାଠି ପୋତି ଦିଆଯାଉଛି। ରୁଷ ଏଠାରେ ଏପରି ଧ୍ୱଂସାବଶେଷ ସୃଷ୍ଟି କରିଛି ଯେ ୯୦ପ୍ରତିଶତ କୋଠା ଧ୍ୱଂସାବଶେଷରେ ପରିଣତ ହୋଇଛି। ସେହିପରି ୪୦ପ୍ରତିଶତ ବିଲ୍ଡିଂ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି।

मारियुपोल में रूस ने भारी तबाही मचाई है (सांकेतिक तस्वीर)

ଏହା ହେଉଛି ସେହି ମାରିୟୁପୋଲ ସହର ଯେଉଁଠି ରୁଷ ପ୍ରଥମେ ଅସ୍ତ୍ରବିରତି ଘୋଷଣା କରିଥିଲା। ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଥିଲା। ସେମାନଙ୍କ ପାଇଁ ଏକ ହ୍ୟୁମନକରିଡର ନିର୍ମାଣ କରାଯିବ। ସୁରକ୍ଷିତ ପାସ୍ ଉପଲବ୍ଧ ହେବ ଯାହା ଦ୍ୱାରା ଲୋକମାନେ ସହଜରେ ଏଠାରୁ ବାହାରିପାରିବେ ବୋଲି କୁହାଯାଇଥଇଲା। କିନ୍ତୁ କଥା ରଖିଲାନି ରୁଷ। ଯାହା କହିଥିଲା ତା'ର ଏହାର ବିପରୀତ ଘଟଣା ଘଟାଇଲା। ଏହି ସହରର ରାସ୍ତା ଉପରକୁ ରୁଷ ସୈନିକମାନେ ଓହ୍ଲାଇ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ରୁଷର ଲଗାତାର ଏବେ ଏୟାରଷ୍ଟ୍ରାଇକ୍‌ରେ ମାରିୟୁପୋଲ ସହରର ଚାରିଆଡେ କେବଳ ନିଆଁ ଆଉ ଧୂଆଁ ଖେଳିଯାଇଛି।

Advertisment

ୟୁକ୍ରେନ ମାରିୟୁପୋଲର ଧ୍ୱଂସ ହେବା ଘଟଣାକୁ ସିରିଆର ଆଲେପ୍ପୋ ସହିତ ତୁଳନା କରିଛି। ଏଠାରେ ମୃତଦେହ ଗୁଡିକୁ ଶ୍ମଶାନକୁ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି ବୋଲି ୟୁକ୍ରେନ୍‌ ଦାବି କରିଛି। ଏହି କାରଣରୁ ଶବଗୁଡିକୁ ପାର୍କ ଏବଂ ବିଦ୍ୟାଳୟରେ ପୋତି ଦିଆଯାଉଛି। ଏଥି ସହିତ, ମାରିୟୁପୋଲର ସହ ଯୋଗାଯୋଗ ମଧ୍ୟ ଠପ୍‌ ହୋଇଯାଇଛି। ଲୋକମାନେ ନିଜ ପରିବାର ସହ କଥାବାର୍ତ୍ତା କରିବାକୁ ସକ୍ଷମ ନୁହଁନ୍ତି। ସେମାନଙ୍କୁ ସୋଶାଲ ମିଡିଆରେ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ୟୁକ୍ରେନ୍‌ କହିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe