Advertisment

ସାମ୍ନାକୁ ଆସିଲା ଡାକ୍ତରଙ୍କ କଳାକାରନାମା: ୪୮ ମହିଳା ରୋଗୀଙ୍କ ସହ କରିଥିଲେ ଖରାପ କାମ

ଲଣ୍ଡନ: କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ। ରୋଗୀ ସେବା କରିବା ଜଣେ ଡାକ୍ତରଙ୍କ କର୍ତ୍ତବ୍ୟ ଓ ଧର୍ମ। ହେଲେ ଏମିତି କିଛି ଡାକ୍ତର ଅଛନ୍ତି, ଯେଉଁମାନଙ୍କ ପାଇଁ ପୂରା ମେଡିକାଲ ସମାଜ ବଦନାମ ହେଉଛି। ଆଜି ଆମେ ଆପଣମାନଙ୍କୁ ଏମିତି ଜଣେ ଡାକ୍ତରଙ୍କ କଳାକାରନାମା ସମ୍ପର୍କରେ କହିବୁ, ଯାହାକୁ ଶୁଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ସ୍କଟଲ୍ୟାଣ୍ଡରେ ରୋଗୀ ସେବା କରୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଲଜ୍ଜାଜନକ କାରନାମା ସମ୍ନାକୁ ଆସିଛି। ସେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଘରେ ରୋଗୀ ଦେଖିବା ମହଙ୍ଗା ପଡ଼ିଲା, ଡାକ୍ତର ଦମ୍ପତି ନିଲମ୍ବିତ

doctor

ଲଣ୍ଡନ: କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ। ରୋଗୀ ସେବା କରିବା ଜଣେ ଡାକ୍ତରଙ୍କ କର୍ତ୍ତବ୍ୟ ଓ ଧର୍ମ। ହେଲେ ଏମିତି କିଛି ଡାକ୍ତର ଅଛନ୍ତି, ଯେଉଁମାନଙ୍କ ପାଇଁ ପୂରା ମେଡିକାଲ ସମାଜ ବଦନାମ ହେଉଛି। ଆଜି ଆମେ ଆପଣମାନଙ୍କୁ ଏମିତି ଜଣେ ଡାକ୍ତରଙ୍କ କଳାକାରନାମା ସମ୍ପର୍କରେ କହିବୁ, ଯାହାକୁ ଶୁଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

Advertisment

ସ୍କଟଲ୍ୟାଣ୍ଡରେ ରୋଗୀ ସେବା କରୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଲଜ୍ଜାଜନକ କାରନାମା ସମ୍ନାକୁ ଆସିଛି। ସେ ଦୀର୍ଘ ୩୫ ବର୍ଷ ମଧ୍ୟରେ ୪୮ ଜଣ ମହିଳା ରୋଗୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଗୁରୁବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ମାସରେ ତାଙ୍କ ବିରୋଧରେ ଦଣ୍ଡବିଧାନ ଘୋଷଣା କରାଯିବ।

ଏହି ରଙ୍ଗିଲା ଡାକ୍ତର ଜଣଙ୍କ ହେଉଛନ୍ତି କ୍ରିଷ୍ଣା ସିଂହ। ତାଙ୍କ ବୟସ ୭୨ ବର୍ଷ। ସେ ଜେନେରାଲ ପ୍ରାଟିସନର ଭାବେ କାର୍ଯ୍ୟ କରନ୍ତି। ଶ୍ରୀ ସିଂହ ସେବା ଯୋଗାଇବା ବେଳେ ମହିଳା ରୋଗୀଙ୍କୁ କିସ କରୁଥିଲେ, ସେମାନଙ୍କ ସମ୍ବେଦନଶୀଳ ଅଞ୍ଚଳକୁ ସ୍ପର୍ଶ କରୁଥିଲେ। ଏଥିସହ ସେମାନଙ୍କୁ ଖରାପ ପରୀକ୍ଷା କରିବା ପାଇଁ କହୁଥିଲେ ଓ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଭଳି କାଣ୍ଡ ଘଟାଉଥିଲେ। ଏପରି ଅଭିଯୋଗ ଆସିବା ପରେ ଗ୍ଲାସଗୋ ହାଇକୋର୍ଟରେ ଏହାର ବିଚାର କରାଯାଇଥିଲା। ଶୁଣାଣି ବେଳେ ହାଇକୋର୍ଟ ଡାକ୍ତର ଶ୍ରୀ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ଗ୍ଲାସଗୋ ହାଇକୋର୍ଟରେ ଶୁଣାଣି ସମୟରେ କହିଛନ୍ତି ଯେ ଡାକ୍ତର ସିଂହ ରୋଗୀମାନଙ୍କ ସହ ଯାହା କରିଛନ୍ତି ଓ ସେମାନଙ୍କୁ ଯାହା ବି ପରାମର୍ଶ ଦେଇଛନ୍ତି, ତା’ହା ସଂପୂର୍ଣ୍ଣ ଭାବେ ଭୁଲ। ତେଣୁ ତାଙ୍କୁ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ୧୯୮୩ ମସିହା ଫେବୃଆରୀ ମାସରୁ ୨୦୧୮ ମେ’ ମାସ ମଧ୍ୟରେ ହିଁ ଡାକ୍ତର ସିଂହଙ୍କ ବିରୋଧରେ ଏପରି ଅଭିଯୋଗ ସବୁ ଆସିଛି। ଅଧିକାଂଶ ଘଟଣା ଉତ୍ତର ଲାଙ୍କାଶାୟର ଥିବା ଗୋଟିଏ କ୍ଲିନିକରେ ଘଟିଥିଲା। ଏହାବାଦ ହସ୍ପିଟାଲର ଦୁର୍ଘଟଣା ଓ ଜରୁରୀକାଳୀନ ୱାର୍ଡ, ଗୋଟିଏ ପୁଲିସ୍ ଷ୍ଟେସନ୍ ଓ ରୋଗୀଙ୍କ ଘରକୁ ଯିବା ସମୟରେ ଡାକ୍ତର ସିଂହ ଏସବୁ କାଣ୍ଡ ଭିଆଇଛନ୍ତି।

ସରକାରୀ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ “ଡାକ୍ତର କ୍ରିଷ୍ଣା ସିଂହ ମହିଳାଙ୍କ ବିରୋଧରେ ଅପରାଧ ଘଟାଇବାରେ ଅଭ୍ୟସ୍ତ। ବେଳେବେଳେ ସେ ଗୁପ୍ତ ଭାବରେ ଓ ବେଳେବେଳେ ଖୋଲାଖୋଲି ଭାବରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଯୌନ ନିର୍ଯାତନା ତାଙ୍କ ରୋଗୀ ସେବାର ଗୋଟିଏ ନିୟମିତ କାମ।”

ସମାଜରେ ଜଣେ ପ୍ରତିଷ୍ଠିତ ଡାକ୍ତର ଓ ରୋଗୀ ସେବା ପାଇଁ ଡାକ୍ତର ସିଂହଙ୍କୁ ରୟାଲ୍ ମେମ୍ବର ଅଫ୍ ଦି ଅର୍ଡର ଅଫ୍ ବ୍ରିଟିଶ୍ ସାମ୍ରାଜ୍ୟ (MBE) ସମ୍ମାନ ମିଳିଛି। ହେଲେ ତାଙ୍କର କଳାକାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦୧୮ରେ ପ୍ରଥମଥର ପାଇଁ ଜଣେ ମହିଳା ଡାକ୍ତର ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହାପରେ ହିଁ ତଦନ୍ତ ଆରମ୍ଭ କରାଯାଇଥିଲା।

ଏବେ ସେ ୫୪ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆହୁରି ୯ଟି ଅଭିଯୋଗର ତଦନ୍ତ ଚାଲିଛି। ସେହିପରି ୨ଟି ଅଭିଯୋଗରେ ସେ ଦୋଷମୁକ୍ତ ହୋଇଛନ୍ତି।

ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଆସନ୍ତାମାସରେ ଦଣ୍ଡବିଧାନ କରିବେ। ଏବେ ତାଙ୍କୁ କୋର୍ଟ ଜାମିନ ଦେଇଛନ୍ତି। ହେଲେ ଏଥିପାଇଁ ଡାକ୍ତର ସିଂହଙ୍କୁ ନିଜର ପାସପୋର୍ଟ ଦାଖଲ କରିବାକୁ ପଡ଼ିଛି।

Doctor