/odisha-reporter/media/post_attachments/uploads/2020/12/trump.jpg)
trump
ନ୍ୟୁୟର୍କ: ଫେସବୁକ ପୁଣିଥରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ବୋହୂ ଲାରା ଟ୍ରମ୍ପଙ୍କ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ ସେ ତାଙ୍କ ଉପରେ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ। ଲାରା ହେଉଛନ୍ତି ଟ୍ରମ୍ପଙ୍କ ବଡ଼ ପୁଅ ଏରିକ ଫ୍ରେଡରିକ ଟ୍ରମ୍ପଙ୍କ ସ୍ତ୍ରୀ।
ଏହାପରେ ଫେସବୁକ ସଂପୃକ୍ତ ଭିଡିଓକୁ ହଟାଇ ଦେଇଛି। ବୁଧବାର ଏ ନେଇ ଫେସବୁକ ଏକ ବିବୃତି ଜାରି କରିଛି। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଫେସବୁକ, ଇନଷ୍ଟାଗ୍ରମରେ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ଲାରାଙ୍କ ଫେସବୁକ ପେଜରୁ ଟ୍ରମ୍ପଙ୍କ ମତକୁ ହଟାଯାଇଛି ବୋଲି ଫେସବୁକ କହିଛି।
ଫେସବୁକ ଭିଡିଓଟିକୁ ହଟାଇବା ପରେ ଲାରାଙ୍କୁ ଏକ ଇମେଲ୍ ପଠାଇଛି। ଯେଉଁଥିରେ ଏହିସବୁ କଥା ଉଲ୍ଲେଖ ରହିଛି। ଆଉ ଏହି ଇମେଲର ସ୍କ୍ରନଶଟ୍ ଶେୟାର କରିଛନ୍ତି ଲାରା। ଏମିତିକି ଆଗାମୀ ଦିନରେ ଯଦି ଏଭଳି କିଛି ପୋଷ୍ଟ ହେବ ତାହେଲେ ସଂପୃକ୍ତ ୟୁଜର ଉପରେ ଫେସବୁକ ଆବଶ୍ୟକ ପଦକ୍ଷେପ ନେବ ବୋଲି ଚେତବନୀ ଦେଇଛି।
ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଜାନୁଆରୀ ୬ରେ ହିଂସା ହୋଇଥିଲା। ଟ୍ରମ୍ପଙ୍କ ସମର୍ଥକମାନେ ସଂସଦରେ ପଶିବାକୁ ଉଦ୍ୟମ କରୁଥିଲେ। ଆଉ ଏହାକୁ ନେଇ ହିଂସା ହୋଇଥିଲା। ପରେ ଫେସବୁକ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
