ୱାଶିଂଟନ: ମାଟିରେ ମିଶିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘର। ଡିନାଇମାଟ ଲଗାଇ ଉଡାଇଦେଲେ ଟ୍ରମ୍ପଙ୍କ ପ୍ଲାଜା। ଆମେରିକାର ଆଟଲାଣ୍ଟିକ ସହରରେ ଥିବା ତାଙ୍କ ୩୪ ମହଲା ବିଶିଷ୍ଟ ଏକ କୋଠାକୁ ୩ ହଜାର ଡିନାମାଇଟ ଲଗାଇ ଧ୍ୱଂସ କରିଦିଆଯାଇଛି। ଏହି ବିଲ୍ଡିଂ ଧ୍ୱଂସର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଟ୍ରମ୍ପଙ୍କ ଏହି ୩୪ ମହଲା ବିଶିଷ୍ଟ କୋଠାଟି କ୍ୟାସିନୋ(ଜୁଆ ଖେଳ) ପାଇଁ ବେଶ ଜଣାଶୁଣା ଥିଲା। ଏହାକୁ ୧୯୮୪ରେ ଖୋଲା ଯାଇଥିଲା କିନ୍ତୁ ପରେ ୨୦୧୪ ପରେ ବନ୍ଦ କରିଦିଆଯାଇଥିଲା । ତେବେ ଅନେକ ସମୟରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ଝଡ ବାତ୍ୟା ଯୋଗୁଁ ଏହି କୋଠାଟି ଜର୍ଜରିତ ଅବସ୍ଥାରେ ଥିଲା। ଏହାର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଯାଇଥିଲା । କୋଠାର ଏଭଳି ଅବସ୍ଥାକୁ ଦେଖି ସେଠାକର ପ୍ରଶାସନ ଗତବର୍ଷ ଜୁନରେ ଏହାକୁ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କୋଠାକୁ ଧ୍ୱଂସ କରିବା ବେଳେ ଶତାଧିକ ଲୋକ ସେଠାରେ ଉପସ୍ଥିତ ଥିଲେ । ଏପରିକି ଏହାର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯାଇଥିଲା ।
କୋଠାକୁ ଧ୍ୱଂସ କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ୩୪ ମହଲାର ଏହି କୋଠାକୁ ଧ୍ୱଂସ କରିବା ପାଇଁ ମାତ୍ର ୨୦ ସେକେଣ୍ଡ ଲାଗିଥିଲା । ବୁଧବାର ସକାଳ ୯ଟାରେ ବିଲ୍ଡିଂ ପାଖରେ ଲାଗିଥିବା ଅନେକ ବିସ୍ଫୋରକ ଜରିଆରେ ଏହାକୁ ଉଡାଇ ଦିଆଯାଇଥିଲା । ଆଟଲାଣ୍ଟିକ୍ ସହରର ମେୟରଙ୍କ କହିବାନୁସାରେ, କୋଠା ଭାଙ୍ଗିବା ପରେ ଉକ୍ତ ସ୍ଥାନରେ ୮ ମହାଲା ଉଚ୍ଚତାର ଭଗ୍ନାବଶେଷ ଜମି ରହିଥିଲା । ଏହାକୁ ହଟାଇବା ପାଇଁ ଏବେ ସମୟ ଲାଗିବ ବୋଲି ସେ କହିଛନ୍ତି ।
Atlantic City invited onlookers to watch as the city used a controlled demolition to bring down the Trump Plaza Hotel and Casino on the New Jersey waterfront pic.twitter.com/NlRP5v7hkP
— Reuters (@Reuters) February 17, 2021
ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ଏହି ପ୍ଲାଜା ଏକ ପ୍ରସିଦ୍ଧ ଫିଲ୍ମର ଅଂଶ ବିଶେଷ ରହିସାରିଛି । ହଲିଉଡ ଫିଲ୍ମ 'ଔସନ୍ -୧୧'ରେ ଟ୍ରମ୍ପଙ୍କ ଏହି କୋଠାଟି ନଜର ଆସିଛି । ଏହି ଫିଲ୍ମରେ ବ୍ରାଡ୍ ପିଟ୍, ଜର୍ଜ୍ କ୍ଲୁନି, ଜୁଲିଆ ରୋବର୍ଟସ୍ ଆଦି ଅଭିନୟ କରିଥିଲେ । କେବଳ ସେତିକି ନୁହେଁ ଟ୍ରମ୍ପଙ୍କ ଏହି ପ୍ଲାଜାକୁ ପପ୍ ସୁପରଷ୍ଟାର ମଡୋନାଙ୍କ ଠାରୁ ଆରମ୍ଭ କରି ରେସଲର ହଲ୍କ ହଗନ୍, ମ୍ୟୁଜିକ ଲିଜେଣ୍ଡ କିଥ ରିଚର୍ଡସ ଏବଂ ସୁପରଷ୍ଟାର ହଲିଉଡ ଅଭିନେତା ଜ୍ୟାକ୍ ନିକଲସନ ମଧ୍ୟ ଯାଇସାରିଛନ୍ତି।